ଓଡିଶା

odisha

By

Published : Apr 28, 2022, 12:05 PM IST

ETV Bharat / bharat

Jahangirpuri Violence: ବନ୍ଧା ହେଲେ ଆଉ ୨ ଅଭିଯୁକ୍ତ

ଜାହାଙ୍ଗୀରପୁରୀ ହିଂସା ଘଟଣା । ଏ ମାମଲାରେ ଆଉ ୨ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

Jahangirpuri Violence;ବନ୍ଧା ହେଲେ ଆଉ ୨ ଅଭିଯୁକ୍ତ
Jahangirpuri Violence;ବନ୍ଧା ହେଲେ ଆଉ ୨ ଅଭିଯୁକ୍ତ

ନୂଆଦିଲ୍ଲୀ:ଜାତୀୟ ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀ ହିଂସା(Jahangirpuri Violence) ଘଟଣା । ଏ ମାମଲାରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ(Crime Branch of Delhi Police) ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଜାଫର ଓ ବାବୁଦ୍ଧିନ ।

ଦିଲ୍ଲୀ ପୋଲିସ କହିଛି ଯେ,ହନୁମାନ ଜୟନ୍ତୀ ଦିନ ଜାହାଙ୍ଗୀରପୁରୀ ହିଂସା ସାମ୍ପ୍ରଦାୟିକତା ହିଂସା ଦେଖାଦେଇଥିଲା । ଯେଉଁଥିରେ ଜାଫର ଓ ବାବୁଦ୍ଧିନ ଧାର୍ମିକ ଶୋଭାଯାତ୍ରାରେ ହିଂସା କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେପଟେ ଏ ମାମଲାରେ ଏ ପର୍ଯ୍ୟନ୍ତ ମୋଟ ୨୮ ଜଣଙ୍କୁ ଗିରଫ କରାଯାଇଛି ।

ତେବେ ଜାଫର ଏବଂ ବାବୁଦ୍ଦିନ ଓରଫ ମହମ୍ମଦ ଅନସାର ଏ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି । ସୂଚନା ଅନୁସାରେ ,ଗତ ୧୬ ଏପ୍ରିଲ ଅର୍ଥାତ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ହୋଇଥିଲା । ପରସ୍ପରକୁ ଠେଲା ପଥର ଫିଙ୍ଗିବା ସହ କାଚବୋତଲ ମାଡ କରିଥିଲେ । ଯେଉଁଥିରେ ଏକାଧିକ ସ୍ଥାନୀୟ ଲୋକଙ୍କ ସହ ୮ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହାସହ କିଛି ଗାଡି ମଧ୍ୟ ପୋଡି ଦିଆଯାଇଥିଲା ।

ABOUT THE AUTHOR

...view details