ନୂଆଦିଲ୍ଲୀ: ପ୍ରଭୁ ହନୁମାନଙ୍କ ଜୟନ୍ତୀ ଶୋଭାଯାତ୍ରା ସମୟରେ ଜାହାଙ୍ଗୀରପୁରୀ ହିଂସା(Jahangirpuri Violence) ମାମଲାକୁ ନେଇ ବଢୁଛି ଅଡୁଆ । ଆଜି କ୍ରାଇମବ୍ରାଞ୍ଚ ଟିମ୍ ଯାଞ୍ଚ ପାଇଁ ଗଲାବେଳେ ପଥର ମାଡ ହୋଇଛି । ତେବେ ପୋଲିସଙ୍କ ସହ କ୍ରାଇମବ୍ରାଞ୍ଚ ଟିମ ଜାହାଙ୍ଗୀରପୁରୀ ଅଞ୍ଚଳରେ ଥିବା ମୁସଲିମ ବସ୍ତିକୁ ଆଜି ଗଲାବେଳେ ଏହି ଆକ୍ରମଣ ହୋଇଛି ।
ଫଳରେ ଏହି ଅଞ୍ଚଳରେ ଏବେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଏଥିସହ ସମ୍ପୃକ୍ତ ଅଞ୍ଚଳରେ ପୋଲିସ ଫ୍ଲାଗ୍ ମାର୍ଚ୍ଚ କରିଛି । ସେପେଟେ ପୋଲିସ ଏହି ଘଟଣାର ତଦନ୍ତ କରି ଏପର୍ଯ୍ୟନ୍ତ ୨୨ ମୋଟ ୨୨ ଜଣଙ୍କୁ ଗିରଫ କରିଛି ।