ନୂଆଦିଲ୍ଲୀ:ରାଜଧାନୀଦିଲ୍ଲୀ ଜାହାଙ୍ଗୀରପୁରୀ ଅଞ୍ଚଳରେ ବୁଲଡୋଜର ବୁଲିବା ଘଟଣାରେ ଆଜି (ଗୁରୁବାର) ସୁପ୍ରିମକୋର୍ଟରେ ଶୁଣାଣି ହେବ । ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ବିଚାରପତି ନାଗେଶ୍ୱର ରାଓ ଏବଂ ବିଚାରପତି ବି ଆର ଗବଇଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଜମୀୟତ-ଉଲେମା-ଏ-ହିନ୍ଦ ଏମସିଡିର ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ୨ଟି ଆବେଦନ ଦାଖଲ କରିଛି ।
ପ୍ରଥମ ଆବେଦନରେ ବିନା ନୋଟିସରେ ବୁଲଡୋଜର ଚଳାଇ ସ୍ଥାନୀୟ ଲୋକଙ୍କୁ ତାଙ୍କର ଅଧିକାରରୁ ବଞ୍ଚିତ କରାଯାଇଥିବା କଥା ଉଲ୍ଲେଖ ରହିଛି । ଦ୍ବିତୀୟ ଆବେଦନରେ ଦେଶର କୌଣସି ରାଜ୍ୟରେ କିଛି ଅଭିଯୋଗରେ ଅଚାନକ ବୁଲଡୋଜର ଚଳାଇବା ଉପରେ ରୋକ ଲଗାଇବା ଆଦେଶ ଦେବାକୁ ଗୁହାରି କରାଯାଇଛି । ଗତକାଲି (ବୁଧବାର) ଉଚ୍ଛେଦ ମାମଲାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହିତ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଉଚ୍ଛେଦ କାର୍ଯ୍ୟକ୍ରମ ପାଇଁ ମ୍ୟୁନିସିପାଲଟି ସଜବାଜ ହେଉଥିବା ବେଳେ ଏହା ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ । ଆଜି (ଗୁରୁବାର) ଏହି ମାମଲାର ଶୁଣାଣି ହେବ ।