ନୂଆଦିଲ୍ଲୀ:ସରିଲା ଉପ ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି । ମିଳିତ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗେରେଟ ଅଲଭାଙ୍କୁ ପରାଜିତ କରି ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି NDA ପ୍ରାର୍ଥୀ ଜଗଦୀପ ଧନଖର । ଧନଖରଙ୍କୁ ମୋଟ 528 ଖଣ୍ଡ ଭୋଟ ମିଳିଛି । ଯାହା ମୋଟ ଭୋଟର 72.8 ପ୍ରତିଶତ ।
ସେହିପରି ଧନଖରଙ୍କ ପ୍ରତିଦ୍ବନ୍ଦୀ ତଥା ମିଳିତ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କୁ ମିଳିଛ ମାତ୍ର ୧୮୨ ଭୋଟ । ଅଲଭା ପାଇଥିବା ଭୋଟ ପ୍ରତିଶତ ହେଉଛି ମାତ୍ର 25.1 ପ୍ରତିଶତ । ସେହିପରି ବିଭିନ୍ନ କାରଣରୁ ୧୫ଟି ଭୋଟ ନାକଜ ହୋଇଯାଇଥିବା ସୂଚନା ମିଳିଛି । ସଂଧ୍ୟାରେ ଭୋଟିଂ ସରିବା ପରେ ଗଣତି ପ୍ରକ୍ରିୟା ଜାରି ରହିଥିଲା ।
ଜାଣନ୍ତୁ ନୂତନ ଉପ ରାଷ୍ଟ୍ରପତିଙ୍କ ସମ୍ପର୍କରେ:-
ଉପ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଧନଖର 2019 ମସିହା ଜୁଲାଇ 30 ତାରିଖରେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ । ପୂର୍ବରୁ ଧନଖର 1989 ରୁ 1991 ପର୍ଯ୍ୟନ୍ତ ଲୋକସଭାର ସାଂସଦ ମଧ୍ୟ ରହିସାରିଛନ୍ତି । ସେ ଜଣେ ଆଇନଜୀବୀ ମଧ୍ୟ । ସୁପ୍ରିମକୋର୍ଟରେ ସେ ଆଇନଜୀବୀ ଭାବେ ମଧ୍ୟ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ପଶ୍ଚିମବଙ୍ଗରେ ରାଜ୍ୟପାଳ ଥିବା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ପାଇଁ ଚର୍ଚ୍ଚାକୁ ଆସିଥିଲେ ଧନଖର । ଆଜି ପୂର୍ବାହ୍ନରେ ଧନଖର ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ ।