ଓଡିଶା

odisha

ETV Bharat / bharat

ରାଜ୍ୟସଭା ଅଧ୍ୟକ୍ଷଙ୍କୁ ମିମିକ୍ରି: ରାଷ୍ଟ୍ରପତି ମୁର୍ମୁଙ୍କ ଚିନ୍ତା ପ୍ରକଟ, ଧନଖଡ଼ଙ୍କୁ ଫୋନ୍ କଲେ ମୋଦି - ଦ୍ରୌପଦୀ ମୁର୍ମୁ

President and PM express concern on Dhankhar Mimicry Row: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ମିମିକ୍ରି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ,

ରାଜ୍ୟସଭା ଅଧ୍ୟକ୍ଷଙ୍କୁ ମିମିକ୍ରି: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଚିନ୍ତା ପ୍ରକଟ
ରାଜ୍ୟସଭା ଅଧ୍ୟକ୍ଷଙ୍କୁ ମିମିକ୍ରି: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଚିନ୍ତା ପ୍ରକଟ

By ETV Bharat Odisha Team

Published : Dec 20, 2023, 1:44 PM IST

Updated : Dec 20, 2023, 4:11 PM IST

ନୂଆଦିଲ୍ଲୀ:ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ମିମିକ୍ରି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ମୁର୍ମୁ ଏକ୍ସ ଜରିଆରେ କହିଛନ୍ତି ଯେ, ଏହା ଚିନ୍ତାଜନକ ଘଟଣା । ରାଷ୍ଟ୍ରପତି କହିଛନ୍ତି, ସଂସଦ ପରିସରରେ ସମ୍ମାନନୀୟ ଉପରାଷ୍ଟ୍ରପତିଙ୍କୁ ଯେପରି ଅପମାନିତ କରାଗଲା, ତାହା ମୋତେ ମର୍ମାହତ କରିଛି । ନିର୍ବାଚିତ ସାଂସଦମାନେ ନିଜର ମତ ପ୍ରକାଶ କରିବାର ଅଧିକାର ରହିଛି । ମାତ୍ର ସେମାନଙ୍କର ଅଭିବ୍ୟକ୍ତି ସମ୍ମାନ ଏବଂ ମର୍ଯ୍ୟାଦାପୂର୍ଣ୍ଣ ହେବା ସହ ଆଦର୍ଶ ମଧ୍ୟରେ ରହିବା ଉଚିତ। ଏହା ହେଉଛି ସଂସଦୀୟ ପରମ୍ପରା ଯାହାକୁ ନେଇ ଆମେ ଗର୍ବିତ। ଭାରତର ଲୋକମାନେ ସେମାନଙ୍କଠାରୁ ଏହା ହିଁ ଆଶା କରୁଛନ୍ତି । ସେହିପରି ରାଷ୍ଟ୍ରପତି ମୁର୍ମୁ ଏହି ଘଟଣାରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ: ସାଂସଦଙ୍କ ସସପେଣ୍ଡ୍ ପ୍ରତ୍ୟାହାର ଦାବି: ଗାନ୍ଧି ମୂର୍ତ୍ତି ଆଗରେ ବିରୋଧୀଙ୍କ ଧାରଣା, ନାରାବାଜି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ମିମିକ୍ରିକୁ ନିନ୍ଦା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି, ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସହ ଫୋନରେ କଥା ହୋଇ, ଟିଏମସି ସାଂସଦଙ୍କ ଆଚରଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସଂସଦ କମ୍ପ୍ଲେକ୍ସରେ କିଛି ସାଂସଦଙ୍କ “ଅବଜେକ୍ଟ ଥିଏଟର” ଉପରେ ପ୍ରଧାନମନ୍ତ୍ରୀଙ୍କୁ ଯନ୍ତ୍ରଣା ଦେଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଟେଲିଫୋନ ବାର୍ତ୍ତାଳାପ ସଂପର୍କରେ ସୂଚନା ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଧନଖଡ଼ ।

ଏହା ମଧ୍ଯ ପଢ଼ନ୍ତୁ: ଟିଏମସି ସାଂସଦଙ୍କ ମିମିକ୍ରି, ଭିଡିଓ ସୁ୍ଟ୍ କଲେ ରାହୁଲ ଗାନ୍ଧି: ଧନକଡ଼ କହିଲେ ଦୁର୍ଭାଗ୍ୟଜନକ

ରାଜ୍ୟସଭା ଅଧ୍ୟକ୍ଷ ଧନଖଡ଼, ଟିଏମସି ସାଂସଦଙ୍କ ଏଭଳି ଆଚରଣକୁ ଲଜ୍ଜାଜନକ ବୋଲି କହିଛନ୍ତି । ଟିଏମସି ସାଂସଦଙ୍କ ଅପମାନଜନକ ଆଚରଣ ସତ୍ତ୍ହେ ମୋତେ ମୋ ପଥ ବଦଳାଦେବ ନାହିଁ ବୋଲି କହିଛନ୍ତି ଧନଖଡ଼ । ଗତକାଲି ମଧ୍ୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଥିଲେ ରାଜ୍ୟସଭା ଅଧ୍ୟକ୍ଷ । ସେ କହିଥିଲେ ଯେ, ଏହା ଗଣତନ୍ତ୍ର ପ୍ରକ୍ରିୟାରେ ଦୁର୍ଭାଗ୍ୟଜନକ ଘଟଣା ।

ଗତକାଲି ସଂସଦ ଭବନ ପରିସରରେ ନିଲମ୍ବିତ ସାଂସଦମାନେ ଧାରଣା ଦେଇଥିଲେ । ଏହି ସମୟରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ନେଇ ମିନିକ୍ରି କରିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ଗୃହ ଭିତରେ କିପରି ନିଜର ବକ୍ତବ୍ୟ ରଖନ୍ତି ଏବଂ ଗୃହ ପରିଚାଳନା କରନ୍ତି, ତାର ନକଲ କରିଥିଲେ ଟିଏମସି ସାଂସଦ କଲ୍ୟାଣ । ଏହାକୁ ନେଇ କେନ୍ଦ୍ରରେ କ୍ଷମତାଧୀନ ଏନଡିଏ ସରକାରର ସାଂସଦମାନେ ତୀବ୍ର ନିନ୍ଦା କରିଥିଲେ । ରାଷ୍ଟ୍ରପତି ମୁର୍ମୁ , ପ୍ରଧାନମନ୍ତ୍ରୀ ମୋଦି ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଦୁଃଖ ପ୍ରକାଶ କରିବା ସହ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସମର୍ଥନ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 20, 2023, 4:11 PM IST

ABOUT THE AUTHOR

...view details