ଗାନ୍ଧୀନଗର:ଧର୍ମକୁ ନେଇ ଅନେକ ସମୟରେ ଦେଶରେ ଅଶାନ୍ତି ସୃଷ୍ଟି ହେଉଛି । ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟୁଛି । ଏପରି ସ୍ଥଳେ ଗୁଜୁରାଟ ଅହମ୍ମଦାବାଦରେ ସାମ୍ପ୍ରଦାୟିକ ସଦଭାବନା ଓ ଭାଇଚାରାର ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଛି । ଅହମ୍ମଦାବାଦରେ ଗତକାଲି ମହାପ୍ରଭୁଙ୍କ ରଥଯାତ୍ରା ଚାଲିଥିବା ବେଳେ ଏଠାରେ ଥିବା ଜଗନ୍ନାଥ ମନ୍ଦିରର ମହନ୍ତ ସ୍ଥାନୀୟ ଅଞ୍ଚଳରେ ସ୍ଥିତ ଏକ ମସଜିଦ ପାଇଁ ଅର୍ଥ ଦାନ କରିଛନ୍ତି । ଦରିୟାପୁରରେ ଥିବା ବାନେ କି ମସଜିଦ ପାଇଁ ସେ ୫ ହଜାର ଟଙ୍କା ଦାନ କରି ଭାଇଚାରର ନିଚ୍ଛକ ଉଦାହରଣ ସୃଷ୍ଟି କହିଛନ୍ତି । ଏହି ମହନ୍ତ ହେଉଛନ୍ତି ଦଳିତ ଦାସ ।
ଏନେଇ ମହମ୍ମଦ କସିମ୍ ନାମକ ବ୍ୟକ୍ତି କହିଛନ୍ତି, ଅନେକ ବର୍ଷ ହେଲାଣି ମୁଁ ବାନେ କି ମସଜିଦରେ କାର୍ଯ୍ୟ କରୁଛି । ୩୫ ବର୍ଷ ପୂର୍ବରୁ ଦରିୟାପୁରରେ ରଥଯାତ୍ରା ଆରମ୍ଭ ହୋଇଥିଲା । ସେତେବେଳେ ଏଠାକାର ଲୋକଙ୍କ ମଧ୍ୟରେ ଏକତା ଏବଂ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖିବାକୁ ଜଗନ୍ନାଥ ମନ୍ଦିରର ମହନ୍ତ ଦଳିତ ଦାସ ମହାରାଜ ୧ ଟଙ୍କା ୫୦ ପଇସା ଦାନ କରିଥିଲେ । କିଛି ବର୍ଷ ପରେ ମହନ୍ତ ମସଜିଦ ପାଇଁ ୫ ହଜାର ୮୦୦ ଟଙ୍କା ଦାନ କରିଥିଲେ । ଏପରିକି କୋରୋନା ସମୟରେ ସେ ରମଜାନ ପାଇଁ ଫଳଝୁଡି ପଠାଇଥିଲେ । ଚଳିତ ବର୍ଷ ମହନ୍ତ ମସଜିଦକୁ ୫ ହଜାର ଟଙ୍କା ଦାନ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ: Ahmedabad: ରଥଯାତ୍ରାରେ ଅଘଟଣ, ବିଲ୍ଡିଂର ବାଲକୋନୀ ଭୁଶୁଡି ଜଣେ ମୃତ, ଏକାଧିକ ଆହତ