ଭୋପାଳ: କାନ୍ଥ ବାଡରେ ଲେଖା ହୋଇଛି ଇଂରାଜୀ ଅକ୍ଷର । ସଂଖ୍ୟା ଆଉ ପଣିକିଆ ବି ଖୁବ ସୁନ୍ଦର ଭାବରେ ଲେଖା ହୋଉଛି । ଇଂରାଜୀ ମାସଠୁ ନେଇ ଋତୁ ସବୁର ସୂଚନା ରହିଛି କାନ୍ଥରେ । ପିଲାମାନେ ବାଟରେ ଯାଉଛନ୍ତି ଆଉ ସବକୁ ପଢୁଛନ୍ତି । ଏ ଚିତ୍ର ଦେଖି ଲାଗିବ ଗାଁରେ ପିଲାଙ୍କ ପଢିବା ପାଇଁ ସ୍କୁଲ ନାହିଁ । ଭାବିବା ବି ସ୍ବାଭାବିକ । ହେଲେ ମଧ୍ୟପ୍ରଦେଶର ଧରମପୁର ଗାଁରେ ଅଟକି ଯିବ ଏହି ଭାବନା । ସମଗ୍ର ଗାଁକୁ ବିଦ୍ୟାଳୟରେ ପରିଣତ କରାଯାଇଛି । ଗାଁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଦିନେଶ ମିର୍ଶା ପୁରା ଗାଁକୁ ସ୍କୁଲ ବନାଇ ଦେଇଛନ୍ତି । ପିଲା ଚାଲି ଚାଲି ଯାଉଛନ୍ତି ଆଉ ପଢି ପଢି ଯାଉଛନ୍ତି ।
ଗାଁ ମାନଙ୍କରେ ଥିବା ସ୍କୁଲରେ ପାଠପଢାରେ ସ୍ଥିତି କାହାକୁ ବା ଅଛପା । କାଁ ଭାଁ କେଇଟି ସ୍କୁଲକୁ ଛାଡି ଦେଲେ ପିଲାଏ ପାଠପଢାରୁ ବଞ୍ଚିତ ରହୁଛନ୍ତି । ହେଲେ ମଧ୍ୟପ୍ରଦେଶର ଧରମପୁରା ଗାଁର ପିଲାମାନେ ଯେପରି ଶିକ୍ଷାରୁ ବଞ୍ଚିତ ନ ହୁହନ୍ତି ସେ ନେଇ ଏ ପ୍ରୟାସ କରିଛନ୍ତି ଦିନେଶ ଶର୍ମା । ସାରଙ୍କର ଏହି ବହୁମୂଲ୍ୟ ଉପହାର ଧରମାପୁର ଗାଁ ପାଇଁ ଏହା ବରଦାନ ପାଲଟିଛି । ଗାଁର ପ୍ରତିଟି ପିଲା ସ୍କୁଲ ନ ଯାଇ ମଧ୍ୟ ଚାଲିବୁଲି ପାଠ ପଢୁଛନ୍ତି ।