ଭୋପାଲ: ମଧ୍ୟପ୍ରଦେଶ ଜବଲପୁରରେ ଚାଞ୍ଚଲ୍ୟ । ଗୁଳିକରି ଆତ୍ମହତ୍ୟା କଲେ କଂଗ୍ରେସ ବିଧାୟକଙ୍କ ପୁଅ । ଜବଲପୁରର ବର୍ଗୀ ବିଧାୟକ ସଞ୍ଜୟ ଯାଦବଙ୍କ ସାନ ପୁଅ ବିଭୁ ଯାଦବ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଗତକାଲି(ଗୁରୁବାର) ସଞ୍ଜୟ ଯାଦବ ଏକ କାର୍ଯ୍ୟକ୍ରମେ ଯୋଗଦେବାକୁ ଯାଇଥିବା ସମୟରେ ମାଆ ଭୋପାଳ ଯାଇଥିଲେ । ଘରେ କେହି ନ ଥିବାବେଳେ ବିଭୂ ଉପର ମହଲାରେ ଥିଲେ । ତଳ ମହଲାରେ କର୍ମଚାରୀମାନେ ଥିଲେ ।
ଆଜି ଭୋରରେ ଉପର ମହଲାରୁ ଗୁଳିଶବ୍ଦ ଶୁଭିବାରୁ ତଳେ ଥିବା କର୍ମଚାରୀ ଉପରକୁ ଯାଇ ବିଭୁଙ୍କ ରକ୍ତାକ୍ତ ଶରୀର ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତରଖାନାରେ ବିଭୂଙ୍କର ମୃତ୍ୟୁ ଘଟିଛି ।