ଶ୍ରୀନଗର:ଗତକାଲି ଜମ୍ମୁ କାଶ୍ମୀର ସୋପିଆନର ସାଦିଖ ଖାନ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଲସ୍କର-ଏ-ତୋଏବାର ଦୁଇ ଟପ ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷାବାହିନୀ । ଏନେଇ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଆଇଜିପି ବିଜୟ କୁମାରଙ୍କ ସୂଚନା ଅନୁସାରେ, ନିହତ ଦୁଇ ଆତଙ୍କବାଦ ହେଲେ ଇସଫାଖ ଦାର, ଅଲିସ ଅବୁ ଅକରମ । ଦୁଇଜଣ ୨୦୧୭ରୁ ସକ୍ରିୟ ଅଛନ୍ତି । ବହୁ ଆତଙ୍କୀ ଆକ୍ରମଣରେ ଉଭୟ ଜଡିତ ଥିବା କହିଛନ୍ତି ଆଇଜିପି ବିଜୟ କୁମାର । ଦୁଇ ଆତଙ୍କୀଙ୍କୁ ନିହତ କରିବା ସହିତ ଏନକାଉଣ୍ଟର ସ୍ଥାନରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।
ସୋପିଆନରେ ଆତଙ୍କୀ ଲୁଚି ଥିବା ନେଇ ଖବର ପାଇବା ପରେ ସିଆରପିଏଫର ଅପରେସନ ଆରମ୍ଭ ହୋଇଥିଲା । ଆତଙ୍କୀଙ୍କୁ ଘେରାବନ୍ଦୀ କରିଥିଲା ସେନାବାହିନୀ । ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ ମାତ୍ର ସେମାନେ ମନା କରିଥିଲେ । ଫଳରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏଥିରେ ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି CRPF । ବର୍ତ୍ତମାନ ସର୍ଚ୍ଚ ଅପରେସନ ଚାଲିଥିବା ନେଇ ସୂଚନା ମିଳିଛି ।