ପୁଲୱାମା:ସୁରକ୍ଷାବାହୀନି କବଜାରେ ଲସ୍କର-ଏ-ତୋଏବା(LET) ଟପ୍ କମାଣ୍ଡର ଉମର ମୁସ୍ତାକ୍ ଖାଣ୍ଡେ। ଜମ୍ମୁ କାଶ୍ମୀର ପୁଲୱାମା ଜିଲ୍ଲାର ପାମ୍ପୋର ଅଞ୍ଚଳରେ ସୁରକ୍ଷୀବାହୀନି ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ସମୟରେ LETର ଏହି ଟପ୍ କମାଣ୍ଡରକୁ ସୁରକ୍ଷାବାହୀନି ଗିରଫ କରିଛି । ଏନେଇ ଆଜି ଟ୍ବିଟ କରି କାଶ୍ମୀର ଜୋନ ପୋଲିସ ସୂଚନା ଦେଇଛି ।
ଜମ୍ମୁ କାଶ୍ମୀର ପୋଲିସର ମୋଷ୍ଟ ୱାଣ୍ଟେଡ ୧୦ ଆତଙ୍କବାଦୀ ତାଲିକା ମଧ୍ୟରେ ଉମର ମୁସ୍ତାକର ନାଁ ରହିଛି । ତେବେ ଅନେକ ଆତଙ୍କବାଦ କାର୍ଯ୍ୟକଳାପରେ ସେ ଲିପ୍ତ ଥିବାବେଳେ ବାଘାଟ ଓ ଶ୍ରୀନଗରରେ ୨ ପୋଲିସ କର୍ମୀଙ୍କ ହତ୍ୟାରେ ତା ସମ୍ପୃକ୍ତି ରହିଥିଲା ।