ଓଡିଶା

odisha

ETV Bharat / bharat

Jammu Kashmir Encounter: ସେନା ଗୁଳିରେ ଟଳିଲେ ୬ ଆତଙ୍କୀ

ଲଗାତାର ଭାବରେ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । ଜମ୍ମକାଶ୍ମୀରର କୁଲଗାମ ଓ ଅନନ୍ତନାଗ ଦୁଇଟି ପୃଥକ ପୃଥକ ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ (Encounter) ହୋଇଥିଲା । ଏଥିରେ ୬ଜଣ ଆତଙ୍କୀ ନିପାତ ହୋଇଛନ୍ତି । ଅଧିକ ପଢନ୍ତୁ

ସେନା ଗୁଳିରେ ଟଳିଲେ ୬ ଆତଙ୍କୀ
ସେନା ଗୁଳିରେ ଟଳିଲେ ୬ ଆତଙ୍କୀ

By

Published : Dec 30, 2021, 8:21 AM IST

ଶ୍ରୀନଗର:ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଲଗାତାର ଭାବରେ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । ଜମ୍ମକାଶ୍ମୀରର କୁଲଗାମ ଓ ଅନନ୍ତନାଗ ଦୁଇଟି ପୃଥକ ପୃଥକ ସ୍ଥାନରେ ସରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ (Encounter) ହୋଇଥିଲା । ଏଥିରେ ୬ଜଣ ଆତଙ୍କୀ ନିପାତ ହୋଇଛନ୍ତି ।

ବୁଧବାର ସନ୍ଧ୍ୟାରେ ସୁରକ୍ଷାକର୍ମୀ ଉଭୟ ଜିଲ୍ଲାରେ ଆତଙ୍କବାଦୀ ନିରୋଧ ଅପରେସନ ଚଳାଇଥିଲେ । ଏହି ସମୟରେ ସେମାନଙ୍କର ମୁହାଁମୁହିଁ ହୋଇଥିଲା । ପରେ ଉଭୟ ପଟୁ ଗୁଳି ବିନିମୟ ହୋଇଥିଲା । ପ୍ରଥମେ ଅନନ୍ତନାଗ ଜିଲ୍ଲାରେ ନାଓଗାମ ଅଞ୍ଚଳରେ ଅପରେସନ ଆରମ୍ଭ ହୋଇଥିଲା । ଏଥିରେ ଜଣେ ପୋଲିସ କର୍ମୀ ଆହତ ହୋଇଥିଲେ । ଏଥିରେ ୪ଜଣ ଆତଙ୍କୀ ଟଳିଥିଲେ । ଏହାପରେ କୁଲଗାମ ଜିଲ୍ଲା ମିରହମା ଗ୍ରାମରେ ସୁରକ୍ଷାକର୍ମୀମାନେ ଅପରେସନ ଚଳାଇଥିଲେ । ଏଥିରେ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଦୁଇଟି ପୃଥକ ଏନକାଉଣ୍ଟରରେ ମୋଟ ୬ଜଣ ଆତଙ୍କୀଙ୍କୁ ସଫା କରିଛି ସୁରକ୍ଷାବାହିନୀ । ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜୋରଦାର ହୋଇଛି ।

ମୃତ ଆତଙ୍କୀଙ୍କ ମଧ୍ୟରେ ୪ଜଣଙ୍କର ପରିଚୟ ମିଳିଛି । ଦୁଇଜଣ ପାକ୍ତିସ୍ତାନୀ ହୋଇଥିବାବେଳେ ଦୁଇଜଣ ସ୍ଥାନୀୟ ଆତଙ୍କବାଦୀ ବୋଲି ଜଣାପଡିଛି । ସମସ୍ତ ଆତଙ୍କବାଦୀ ଜୈସ-ଏ-ମହମ୍ମଦର ବୋଲି ଜଣାପଡିଛି । ଘଟଣାସ୍ଥଳରୁ ଗୋଟିଏ ଏମ୪ ଏବଂ ଦୁଇଟି ଏକେ୪୭ ରାଇଫଲ ଜବତ ହୋଇଛି । ଏହା ଏକ ବଡ ସଫଳତା ବୋଲି କହିଛନ୍ତି କାଶ୍ମୀର ଆଇଜିପି ବିଜୟ କୁମାର ।

ଚଳିତ ବର୍ଷ ସୀମାରେ ଲଗାତାର ଏନକାଉଣ୍ଟର ହୋଇଛି । ଗତ ସପ୍ତାହରେ ଉପତ୍ୟକାରେ ଆତଙ୍କବାଦୀ ଏନକାଉଣ୍ଟର ଲାଗି ରହିଛି । ଡିସେମ୍ବର 25ରେ ସୋପିଆନ୍ ଏବଂ ଅନନ୍ତନାଗର ଦକ୍ଷିଣ ଜିଲ୍ଲା ଦୁଇଟି ଏନକାଉଣ୍ଟର ହୋଇଥିଲା ଯେଉଁଥିରେ IED ତିଆରି କରୁଥିବା ମାଷ୍ଟର ମାଇଣ୍ଡ ସମେତ ଚାରିଜଣ ଆତଙ୍କୀଙ୍କୁ ସଫା କରିଥିଲା । କେବେଳ ଡିସେମ୍ବରରେ ପାଖାପଖି ୧୫ରୁ ଅଧିକ ଆତଙ୍କୀ ଉତ୍ପାତକୁ ମାତ ଦେଇଛି ସୁରକ୍ଷାବାହିନୀ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

...view details