ଓଡିଶା

odisha

ETV Bharat / bharat

ଭାରତର ଭୁଲ ମାନଚିତ୍ର ହଟାଇଲା ଟ୍ବିଟର, କଠୋର କାର୍ଯ୍ୟାନୁଷ୍ଠାନ ସମର୍ଥନରେ କଂଗ୍ରେସ - ବିବାଦୀୟ ମାନଚ୍ଚିତ୍ରକୁ ଓ୍ଵେବସାଇଟ୍‌ରୁ ହଟାଇଲା

କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଭୁଲ୍ ସୁଧାରିଲା ଟ୍ଵିଟର । ବିବାଦୀୟ ମାନଚିତ୍ରକୁ ଓ୍ଵେବସାଇଟ୍‌ରୁ ହଟାଇଲା । ଏପଟେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ବିରୋଧରେ ଯଦି କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତେବେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବ ବୋଲି କହିଛି କଂଗ୍ରେସ । ଅଧିକ ପଢନ୍ତୁ...

ଟ୍ବିଟର, ଭାରତର ମାନଚିତ୍ରକୁ ଭୁଲ ଦର୍ଶାଇବା ଘଟଣା; ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିବ କଂଗ୍ରେସ
ଟ୍ବିଟର, ଭାରତର ମାନଚିତ୍ରକୁ ଭୁଲ ଦର୍ଶାଇବା ଘଟଣା; ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିବ କଂଗ୍ରେସ

By

Published : Jun 29, 2021, 8:40 AM IST

Updated : Jun 29, 2021, 8:58 AM IST

ନୂଆଦିଲ୍ଲୀ: କେନ୍ଦ୍ର ଓ ଟ୍ବିଟର (twitter) ମଧ୍ୟରେ ବିବାଦ ଜାରି ରହିଥିବା ବେଳେ ବିବାଦ ଆହୁରି ବଢିବା ନେଇ ରହିଛି ଆଶଙ୍କା । ସୋମବାର ଟ୍ବିଟର ନିଜ ୱେବସାଇଟରେ ଭାରତର ମାନଚିତ୍ରକୁ ଭୁଲ ଦର୍ଶାଇଥିଲା । ଜମ୍ମୁ କାଶ୍ମୀର ଓ ଲଦାଖକୁ ମାନଚିତ୍ରରେ ଅଲଗା ଦେଶ ଦର୍ଶାଇଥିଲା ମାଇକ୍ରୋବ୍ଲଗିଂ ସାଇଟ । ତେବେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଟ୍ବିଟର ୱେବସାଇଟର କ୍ୟାରିୟର ପୃଷ୍ଠାରେ 'ଟ୍ବିପ୍ ଲାଇଫ୍' ବିଭାଗ ଅଧୀନରେ ଦେଖାଦେଇଥିବା ମାନଚିତ୍ରକୁ ଗତକାଲି(ସୋମବାର) ବିଳମ୍ବିତ ରାତିରେ ୱେବସାଇଟରୁ ହଟାଇ ଦିଆଯାଇଛି ।

ସୋମବାର ଅପରାହ୍ନରେ ମାମଲା ସାମ୍ନାକୁ ଆସିବା ପରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଙ୍କେତ ମିଳିଥିଲା । ଏହାର କିଛି ଘଣ୍ଟା ଭିତରେ ଟ୍ଵିଟର ଓ୍ଵେବସାଇଟରୁ ବିବାଦୀୟ ମାନଚ୍ଚିତ୍ର ହଟାଇ ଦେଇଛି । ଏହା ପୂର୍ବରୁ ଅକ୍ଟୋବର 2020 ରେ ଲଦାଖର ଲେହକୁ ଭାରତର ଅଂଶ ବୋଲି ଦର୍ଶାଇନଥିଲା ଟ୍ବିଟର । ଏପରିକି ଲେହକୁ ପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା (PRC) ର ଅଂଶ ଭାବରେ ଦର୍ଶାଇ ସାରିଛି ଟ୍ଵିଟର । ହେଲେ ପରେ ଏହାକୁ ଠିକ୍ କରିଦିଆଯାଇଥିଲା । ଏପଟେ ଟ୍ଵିଟର ଭାରତର ବିବାଦୀୟ ମାନଚିତ୍ର ଦର୍ଶାଇବା ପରେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ବିରୋଧରେ ଯଦି କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତେବେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବ ବୋଲି କହିଛି କଂଗ୍ରେସ ।

କଂଗ୍ରେସ ରାଜ୍ୟସଭା ସାଂସଦ ଶକ୍ତିସିହ୍ନା ଗୋହିଲ, ଇଟିଭି ଭାରତ ସହ ଆଲୋଚନାରେ କହିଛନ୍ତି ଯେ, ‘ଜାମ୍ମୁ କାଶ୍ମୀର ଆମ ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଆମେ ଏହି ପ୍ରସଙ୍ଗରେ କେବେ ବି କୌଣସି ଆପୋଷ ବୁଝାମଣା କରିନାହୁଁ । ଏହା ଯୋଜନାବଦ୍ଧ ହେଉ କିମ୍ବା ଭୁଲ, ଆମ ନିଜର କାନୁନ୍ ଅଛି । ତେଣୁ ସରକାର ଏହା ଉପରେ ଯେଉଁ ପଦକ୍ଷେପ ନେବେ କଂଗ୍ରେସ ଏହାକୁ ସମର୍ଥନ କରିବ’ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 29, 2021, 8:58 AM IST

ABOUT THE AUTHOR

...view details