ଓଡିଶା

odisha

ETV Bharat / bharat

ସେନା ଦେଖାଇଲା ମହାନତା: 3 ପାକିସ୍ତାନୀ ପିଲାଙ୍କୁ ନିଜ ଦେଶକୁ ସୁରକ୍ଷିତ ଭାବେ ପଠାଇଲା ସେନା

ସେନା ଦେଖାଇଲା ମହାନତା । LOC ପାର କରି ଭାରତକୁ ପଶିଥିବା ୩ ପାକିସ୍ତାନୀ ପିଲାମାନଙ୍କୁ ସୁରକ୍ଷିତ ଭାବେ କରାଗଲା ଉଦ୍ଧାର । ପରେ ପୁରା ହେପାଜତରେ ରଖାଯାଇ ନିଜ ଅଞ୍ଚଳକୁ ଛାଡି ଦେଇଛନ୍ତି ସୁରକ୍ଷା ବାହିନୀ । ଅଧିକ ପଢନ୍ତୁ...

By

Published : Aug 21, 2021, 3:30 PM IST

ସେନା ଦେଖାଇଲା ମହାନତା ; 3 ପାକିସ୍ତାନୀ ପିଲାଙ୍କୁ ନିଜ ଦେଶକୁ ସୁରକ୍ଷିତ ଭାବେ ପଠାଇଲା ସେନା
ସେନା ଦେଖାଇଲା ମହାନତା ; 3 ପାକିସ୍ତାନୀ ପିଲାଙ୍କୁ ନିଜ ଦେଶକୁ ସୁରକ୍ଷିତ ଭାବେ ପଠାଇଲା ସେନା

ଶ୍ରୀନଗର : ସେନା ଦେଖାଇଲା ମହାନତା । LOC ପାର କରି ଭାରତକୁ ପଶିଥିବା ୩ ପାକିସ୍ତାନୀ ପିଲାମାନଙ୍କୁ ସୁରକ୍ଷିତ ଭାବେ କରାଗଲା ଉଦ୍ଧାର । ପରେ ପୁରା ହେପାଜତରେ ରଖାଯାଇ ନିଜ ଅଞ୍ଚଳକୁ ଛାଡି ଦେଇଛନ୍ତି ସୁରକ୍ଷା ବାହିନୀ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ ଗତ ୧୮ ତାରିଖରେ ପାକରୁ ତିନି ଜଣ ଛୋଟ ପିଲା ଏଲଓସି ପାର କରି ଭାରତ ମଧ୍ୟକୁ ପଶି ଆସିଥିଲେ । ସୁରକ୍ଷାକର୍ମୀମାନେ ସେମାନଙ୍କ ସନ୍ଦେହଜନକ ଗତିବିଧି ଦେଖି ତିନି ପିଲାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ପିଲାମାନଙ୍କ ସହ ଥିବା ଜଣେ ବ୍ୟକ୍ତି ସେନାକୁ ଦେଖି ସେଠାରୁ ଚମ୍ପଟ ମାରିଥିଲା । ସେନା ଗୁଳି ଚାଳନା କରି ନଥିଲେ । କାହିଁକିନା ସେମାନଙ୍କ ସହ ତିନି ଜଣ ପିଲା ରହିଥିଲେ ।

ତିନି ପିଲାମାନଙ୍କୁ ପୁଣି ଥରେ ଅଟକାଇଥିଲେ ସୁରକ୍ଷାବାହିନୀ । ପରେ ପଚରାଉଚରା ମଧ୍ୟ କରାଯାଇଥିଲା । ସେମାନେ ତିନି ଜଣ ଛାତ୍ର ,ଟ୍ରୋଟି ଧର୍ମଶାଳା ଅଞ୍ଚଳର ହୋଇଥିବା ସୈନିକଙ୍କୁ କହିଥିଲେ । ଯାହା ଏଲଓସି ଅଞ୍ଚଳରେ ଅବସ୍ଥିତ । ସେମାନେ ମାଛ ଧରିବାକୁ ଏଠାକୁ ଆସିଥିବା ମଧ୍ୟ କହିଥିଲେ । ତିନି ଜଣଙ୍କ ବୟସ 9 ରୁ 17 ମଧ୍ଯରେ ହେବ । ଭାରତୀୟ ସେନାର ପିଲାମାନଙ୍କୁ ମାନବିକତା ଦେଖାଇ 20 ଅଗଷ୍ଟ 2021ରେ ସୁରକ୍ଷିତ ଭାବେ ପାକିସ୍ତାନକୁ ଫେରାଇ ଦେଇଥିଲେ ।

ଏହା ଆମକୁ ସେହି ସମୟକୁ ମନେ ପକାଇ ଦେଉଛି । ଯେତେବେଳେ ଭାରତୀୟ ସେନା ଡିସେମ୍ବର 2020 ରେ ତିନିଜଣ ବାଳିକାଙ୍କୁ ପ୍ରତ୍ୟାବର୍ତ୍ତନ କରିଥିଲା । ଏହା ପ୍ରମାଣ କରିଥିଲା ​​ଯେ ଭାରତୀୟ ସେନା କେବଳ ଆମର ସୁରକ୍ଷା ପାଇଁ ସତର୍କ ନୁହେଁ, ବରଂ ନିର୍ଦ୍ଦୋଷମାନଙ୍କୁ ପ୍ରତି ବେଶ ଯତ୍ନବାନ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details