ଓଡିଶା

odisha

ETV Bharat / bharat

ପୁଞ୍ଚରେ ଏନକାଉଣ୍ଟର, 2 ଆତଙ୍କବାଦୀ ନିପାତ - ପୁଞ୍ଚରେ ଏନକାଉଣ୍ଟର

ରବିବାର ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । 2 ଆତଙ୍କବାଦୀ ନିପାତ । ଅଧିକ ପଢନ୍ତୁ...

ପୁଞ୍ଚରେ ଏନକାଉଣ୍ଟର, 2 ଆତଙ୍କବାଦୀ ନିପାତ
ପୁଞ୍ଚରେ ଏନକାଉଣ୍ଟର, 2 ଆତଙ୍କବାଦୀ ନିପାତ

By

Published : Dec 13, 2020, 5:45 PM IST

Updated : Dec 14, 2020, 3:35 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ଛଟପାଣି ଅଞ୍ଚଳ ମୁଘଲ ନିକଟରେ ଏନକାଉଣ୍ଟରରେ 2 ଆତଙ୍କବାଦୀ ନିପାତ । ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ରବିବାର ସକାଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲେ । ପରେ 3 ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରିଥିଲା ସେନା ।

ସୁରକ୍ଷାକର୍ମୀମାନେ ସେମାନଙ୍କୁ ଦୁରଗାଁ ପୋଶାନ ଅଞ୍ଚଳରୁ ଚିହ୍ନଟ କରି ନିପାତ କରିଛନ୍ତି । ନିପାତ 2 ଆତଙ୍କବାଦୀ ସାଜିଦ ଏବଂ ବିଲାଲ୍ ବୋଲି ଜଣାପଡିଛି । ଉଭୟଙ୍କ ନିକଟରୁ ଦୁଇଟି ଏକେ-47 ରାଇଫଲ, ଗୋଟିଏ ୟୁବିଜିଏଲ ଏବଂ ଗୋଟିଏ ସାଟେଲାଇଟ ଫୋନ ଜବତ କରାଯାଇଛି ।

ସୂଚନା ଅନୁଯାୟୀ ରବିବାର ସକାଳେ ପୁଞ୍ଚ ଜିଲ୍ଲାର ଛଟପାଣି ଅଞ୍ଚଳରେ ଆତଙ୍କୀ ଲୁଚିଥିବା ନେଇ ସୁରକ୍ଷାକର୍ମୀ ଖବର ପାଇ ସର୍ଚ୍ଚ ଅପରେସନ ଜାରି କରିଥିଲେ । ଉଭୟଙ୍କ ପକ୍ଷରେ ଗୁଳିବିନିମୟ ପରେ 3 ଆତଙ୍କବାଦୀଙ୍କୁ ମୁଘଲ ନିକଟରେ ଘେରାବନ୍ଦୀ କରିଥିଲା ସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 14, 2020, 3:35 PM IST

ABOUT THE AUTHOR

...view details