ନୂଆଦିଲ୍ଲୀ:ଡେଲଟା ଭାରିଆଣ୍ଟକୁ ମାତ ଦେବାରେ ସଫଳ ହେଉଛି ଜନସନ ଆଣ୍ଡ ଜନସନର ଗୋଟିଏ ଡୋଜ ଟିକା । ଏନେଇ ଜନସନ ଆଣ୍ଡ ଜନସନ କମ୍ପାନୀ ଦାବି କରିଛି । ଡେଲଟା ଭାରିଆଣ୍ଟକୁ ପ୍ରତିହତ କରିବାରେ ଏହି ଟିକାର ଗୋଟିଏ ଡୋଜ ପ୍ରଭାବି ଓ ଏହାର ରୋଗ ପ୍ରତିରୋଧକ କ୍ଷମତା 8 ମାସ ପର୍ଯ୍ୟନ୍ତ ରହିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।
କମ୍ପାନୀର ଏକ ରିପୋର୍ଟରେ କୁହାଯାଇଛି, ଏହି ଟିକା ଡେଲଟା ଭାରିଆଣ୍ଟ ଏବଂ SARS-COV-2 ଭୂତାଣୁକୁ ପ୍ରତିହତ କରିବାରେ ସଫଳ ହେଉଛି । ଅନ୍ୟ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଦକ୍ଷିଣ-ଆଫ୍ରିକାରେ ବିଟା (B.1.351) ପ୍ରକାର ପାଇଁ ନିକଟରେ ଦେଖାଯାଇଥିବା ଡେଲ୍ଟା ଭାରିଆଣ୍ଟ ବିରୁଦ୍ଧରେ ଏହି ଟିକାର ଗୋଚିଏ ଡୋଜ ଆଣ୍ଟିବଡି ସୃଷ୍ଟି କରୁଛି ।
ensemble ପରୀକ୍ଷଣରେ ଜନସନ ଆଣ୍ଡ ଜନସନଙ୍କ ଟିକା ଗୁରୁତରରୁ ଗୁରୁତର ରୋଗ ବିରୁଦ୍ଧରେ 85 ପ୍ରତିଶତ ପ୍ରଭାବଶାଳୀ ହେଇଥିବା ଜଣାପଡିଛି । ଏହି ଟିକା ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ୍ ସମେତ ସର୍ବଭାରତୀୟ ସ୍ତରରେ ଅଧ୍ୟୟନ କରୁଥିବା ସମସ୍ତ ଅଞ୍ଚଳରେ କ୍ରମାଗତ ଭାବରେ ପ୍ରଭାବଶାଳୀ ଥିଲା, ଯେଉଁଠାରେ ଅଧ୍ୟୟନ କାଳରେ ଦ୍ରୁତ ଗତିରେ ବିଟା ଏବଂ ଜେଟା ପ୍ରକାରର ବହୁଳ ପ୍ରାର୍ଦୁଭାବ ରହିଥିଲା |
ଜନସନ ଆଣ୍ଡ ଜନସନର ମୁଖ୍ୟ ବୈଜ୍ଞାନିକ ଅଧିକାରୀ ପାଲ ଷ୍ଟୋଫେଲ୍ସ କହିଛନ୍ତି ଏହି ଟିକା ଲୋକଙ୍କୁ ସୁରକ୍ଷା ଦେବ । କୋରୋନା ଏବଂ ଡେଲଟା ଭାରିଆଣ୍ଟ ବିରୋଧରେ ଏହା କାମ ଦେବ ଓବେ ବିଭିନ୍ନ ଭାରିଆଣ୍ଟକୁ ଏହାର ଗୋଟିଏ ଡୋଜ ଟିକା ପ୍ରତିହତ କରିବ ବୋଲି ମୋର ବିଶ୍ବାସ ରହିଛି ବୋଲି କହିଛନ୍ତି ପାଲ ଷ୍ଟୋଫେଲ୍ସ ।
@ANI