ଶ୍ରୀନଗର: ଲଦାଖର ଉତ୍ତର-ପଶ୍ଚିମ ସୀମାନ୍ତରେ ବାଦଲ ଫଟା ବର୍ଷା ଫଳରେ ନଦୀରେ ହଠାତ ଜଳସ୍ରୋତ ମାଡି ଆସିବାରୁ ଫସି ରହିଥିବା ୧୭ ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କଲେ ଆଇଟିବିପି ଯବାନ । ପ୍ରବଳ ସ୍ରୋତରେ ଜଳ ପ୍ରବାହିତ ହେବା ଫଳରେ ନଦୀର ଆରପଟରେ କିଛି ଲୋକ ଫସି ଯାଇଥିଲେ । ଫସିଥିବା ସମସ୍ତ ୧୭ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ITBP । ଉକ୍ତ ଅଞ୍ଚଳରେ ମୁତୟନ ଥିବା ସ୍ବତନ୍ତ୍ର ବିପର୍ଯ୍ୟୟ ପ୍ରଶିକ୍ଷଣ ଟିମ ଏହି ଉଦ୍ଧାର କାର୍ଯ୍ୟକୁ ସଫଳତାର ଶେଷ କରିଛି । ଏହି ରେସ୍କ୍ୟୁ ଅପରେସନରେ ସ୍ଥାନୀୟ ପୋଲିସ ମଧ୍ୟ ସହଯୋଗ କରିଥିଲା ।
ବାଦଲଫଟା ବର୍ଷା, ପ୍ରଖର ସ୍ରୋତରୁ ୧୭ ଜଣଙ୍କୁ ଉଦ୍ଧାର କଲା ITBP - ବର୍ଷା ବିତ୍ପାତ
ଲଦାଖର ଉତ୍ତର-ପଶ୍ଚିମ ସୀମାନ୍ତରେ ବର୍ଷା ବିତ୍ପାତ । ପ୍ରଖର ଫସିଥିବା ୧୭ ଜଣଙ୍କୁ ଉଦ୍ଧାର କଲା ଇଣ୍ଡୋ-ତୀବ୍ବତ ବର୍ଡର ପୋଲିସର ସ୍ବତନ୍ତ୍ର ବିପର୍ଯ୍ୟୟ ମୁକାବିଲା ଟିମ । ଅଧିକ ପଢନ୍ତୁ...
ବାଦଲଫଟା ବର୍ଷା, ପ୍ରଖର ସ୍ରୋତରୁ ୧୭ ଜଣଙ୍କୁ ଉଦ୍ଧାର କଲା ITBP
ଆଜି ବାଦଲଫଟା ବର୍ଷା ଫଳରେ ଲଦାଖ ନିକଟବର୍ତ୍ତୀ ରୁମୁବୁକ ଗ୍ରାମ ନିକଟରେ ପ୍ରବଳ ସ୍ରୋତରେ ପାଣି ପ୍ରବାହିତ ହୋଇଥିଲା । ସେଠାରେ ବସବାସ କରୁଥିବା ଲୋକମାନେ ଉକ୍ତ ସ୍ଥାନରୁ ବାହାରି ପାରି ନ ଥିଲେ । ଖବର ପାଇ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲା । ପ୍ରଖର ସ୍ରୋତ ମଧ୍ୟରେ ଦଉଡି ବାନ୍ଧି ସ୍ବତନ୍ତ୍ର ପ୍ରଶିକ୍ଷିତ ଯବାନମାନେ ଜଣେ ପରେ ଜଣେ ଲୋକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ