ଲକ୍ଷ୍ନୌ:ଭାରତୀୟ ସଂସ୍କୃତିର ମହତ୍ତ୍ବ, ଲୋକପ୍ରିୟତା ବିଦେଶରେ ମଧ୍ୟ ରହିଛି । ସେ ଭାରତୀୟ ନାଚଗୀତଠୁ ଆରମ୍ଭ କରି ପାରମ୍ପରିକ ବେଶଭୂଷା, ଅଳଙ୍କାର, କଳା ସ୍ଥାପତ୍ୟ ଐତିହ୍ୟ ବିଦେଶ ମାଟିରେ ମଧ୍ୟ ବେଶ ଆଦୃତ ଲାଭ କରିଛି । ଅନେକ ବିଦେଶୀ ଭାରତୀୟ ସଂସ୍କୃତିକୁ ଗ୍ରହଣ କରୁଥିବାର ମଧ୍ୟ ନଜିର ରହିଛି । ଯାହାର ଏକ ଝଲକ ପବିତ୍ର ଭୂମି ବାରଣାସୀରେ ଦେଖିବାକୁ ମିଳିଛି । ଯେଉଁଠି ଜଣେ ଇଟାଲୀ ମହିଳା ଗଙ୍ଗାଘାଟରେ ନିଜ ମାଆଙ୍କ ଶୁଦ୍ଧିକ୍ରିୟା କରିବା ସହିତ ପିଣ୍ଡଦାନ କରିଛନ୍ତି ।
ମୃତ୍ୟୁ ପରେ ଶାନ୍ତି ଓ ପରିତ୍ରାଣ ପ୍ରାପ୍ତ କରିବା ଲାଗି ଅନେକ ଗଙ୍ଗାଘାଟରେ ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥାନ୍ତି । ଏହି ପବିତ୍ର ସ୍ଥଳୀରେ ପିଣ୍ଡଦାନ କଲେ ପିତୃ ପୁରୁଷଙ୍କୁ ସ୍ବର୍ଗ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି । ଭାରତରେ କାହିଁ ଅନାଦି କାଳରୁ ପ୍ରଚଳିତ ହୋଇଆସୁଥିବା ଏହି ପରମ୍ପରା ବିଦେଶରେ ମଧ୍ୟ ପହଞ୍ଚିଛି । ୩୮ ବର୍ଷୀୟ ଇଟାଲୀ ମହିଳା ମଦ୍ରିନା ନିଜ ମୃତ ମାଆ (ଆଲେକ୍ସ ସାଣ୍ଡ୍ରା)ଙ୍କ ଅସ୍ଥି ବିସର୍ଜନ ଓ ପିଣ୍ଡଦାନ ପାଇଁ ବାରଣାସୀରେ ପହଞ୍ଚିଛନ୍ତି । ମଦ୍ରିନାଙ୍କ ମାଆ ଆଲେକ୍ସ ୭୨ ବର୍ଷରେ ମୃତ୍ୟୁବରଣ କରିଥିଲେ । ଏହାପରେ ସେ ପିଣ୍ଡଦାନ ପାଇଁ ଦଶ୍ବାସମେଧଘାଟରେ ପହଞ୍ଚିଛନ୍ତି ।