ଓଡିଶା

odisha

ETV Bharat / bharat

PM Modi Birthday: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଜଣାଇଲେ ଶୁଭେଚ୍ଛା - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ । ସାରା ବିଶ୍ବରୁ ଛୁଟୁଛି ଶୁଭେଚ୍ଛା । ଅଧିକ ପଢନ୍ତୁ

PM Modi birthday: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଜଣାଇଲେ ଶୁଭେଚ୍ଛା
PM Modi birthday: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଜଣାଇଲେ ଶୁଭେଚ୍ଛା

By ETV Bharat Odisha Team

Published : Sep 17, 2023, 8:31 PM IST

ନୂଆଦିଲ୍ଲୀ:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 73ତମ ଜନ୍ମଦିନ । ଦେଶ ଓ ବିଶ୍ବର ବିଭିନ୍ନ ସ୍ଥାନରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ଆସିବାରେ ଲାଗିଛି । ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଆଜି ଏକ୍ସରେ ଟ୍ବିଟ୍‌ କରି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ମୋଦିଙ୍କୁ ଜଣେ ଭଲ ବନ୍ଧୁ ଭାବେ ଅବିହିତ କରିଛନ୍ତି ମେଲୋନୀ । ଦୁଇ ଦେଶର ସୁସମ୍ପର୍କରେ କଥା ମଧ୍ୟ ସେ ଶୁଭେଚ୍ଛା ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି । ମୋଦିଙ୍କୁ ଟ୍ୟାଗ୍‌ କରି ମେଲୋନୀ ଟ୍ବିଟରେ ଲେଖିଛନ୍ତି,"ଜନ୍ମଦିନର ଶୁଭେଚ୍ଛା । ଭବିଷ୍ୟତ ଗଠନ ପାଇଁ ଜଣେ ପ୍ରତିବଦ୍ଧ ବନ୍ଧୁ ।"

ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 73ତମ ଜନ୍ମଦିନକୁ ଦେଶବ୍ୟାପୀ ପାଳନ କରାଯାଉଛି । ଦଳ ମୁଖ୍ୟାଳୟ ସମେତ ବିଭିନ୍ନ ରାଜ୍ୟ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଆଜି ଜନ୍ମଦିନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତିବ୍ବତୀୟ ସର୍ବୋଚ୍ଚ ଧର୍ମଗୁରୁ ଦଲାଇଲାମା ମଧ୍ୟ ଶୁଭେଚ୍ଛା ବାର୍ତ୍ତା ଜଣାଇବା ସହ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି ।

କେବଳ ରାଜନୀତି ପୃଷ୍ଠଭୂମିରୁ ନୁହେଁ ବରଂ ବଲିଉଡ୍‌ରୁ ମଧ୍ୟ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛାର ସୁଅ ଛୁଟିଛି । ବିଭିନ୍ନ ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସୁପରଷ୍ଟାର ସାହାରୁଖ ଖାନ, ସଲମାନ ଖାନ, ବରିଷ୍ଠ ଅଭିନେତ୍ରୀ ହେମା ମାଳିନୀ, ସୋନୁ ସୁଦୁ, ରାଜକୁମାର ରାଓ, ଟାଇଗର ସର୍ଫ ପ୍ରମୁଖ ଟ୍ବିଟ କରି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :-PM Modi @73: ଭାରତ ପ୍ରଧାନମନ୍ତ୍ରୀରୁ ସାଜିଛନ୍ତି ବିଶ୍ବଗୁରୁ, ସାରା ବିଶ୍ବରେ ସମର୍ଥକଙ୍କ ଜୋରଦାର ସେଲିବ୍ରେସନ

୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜୁରାଟର ଭଦନଗରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ନରେନ୍ଦ୍ର ମୋଦି । ୧୯୭୨ରେ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘରେ ଯୋଗ ଦେଇଥିଲେ । ପରେ ୧୯୭୮ରେ ତାଙ୍କୁ ଭଦୋଦରାରେ ସଂଘ ପ୍ରଚାରକ ଦାୟିତ୍ବ ପ୍ରଦାନ କରାଯାଇଥିଲା । ୧୯୮୭ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ସଂଘ ପରିବାରରୁ ସକ୍ରିୟ ରାଜନୀତିକୁ ଆସିଥିଲେ ମୋଦି । ମୋଦି ୨୦୦୧ ମସିହା ୭ ଅକ୍ଟୋବରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୪ ପର୍ଯ୍ୟନ୍ତ କ୍ରମାଗତ ମୁଖ୍ୟମନ୍ତ୍ରୀ ଭାବେ ରହିବା ପରେ ସେହିବର୍ଷ ସାଧାରଣ ନିର୍ବାଚନରେ ଜାତୀୟ ରାଜନୀତିରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଥିଲେ । ତାଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି ପୂର୍ଣ୍ଣ ବହୁମତରେ ଦୁଇ ଥର ସରକାର ଗଠନ କରିବା ସହ 2 ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଆସନ ବଜାୟ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details