ଲକ୍ଷ୍ନୌ :ଆଗ୍ରାଠାରେ ହିନ୍ଦୁ ରୀତିନୀତି ଅନୁଯାୟୀ ଇଟାଲୀର ଜଣେ ଦମ୍ପତି ସେମାନଙ୍କର 40 ତମ ବିବାହ ବାର୍ଷିକ କଲେ ପାଳନ । ଏହି ଅବସରରେ ଇଟାଲୀ ଦମ୍ପତ୍ତି ଦ୍ବିତୀୟ ଥର ଆଗ୍ରାର ଅନେକ ଲୋକ ଏହି ସମାରୋହରରେ ଯୋଗ ଦେଇଥିଲେ । ବିଦେଶୀ ଦମ୍ପତି ମୌରୋ ଏବଂ ଷ୍ଟେଫାନିଆ ତାଜମହଲ ନିକଟ ଏକ ରିସୋର୍ଟରେ ନିଜର ବିବାହ ବାର୍ଷିକୀରେ ପୁଣିଥରେ ହିନ୍ଦୁ ରିତୀନୀତିରେ ବିବାହ କରିଛନ୍ତି ।
ସୂଚନା ଅନୁସାରେ ଇଟାଲୀ ନାଗରିକ ମୌରୋ ଭାରତୀୟ ସଂସ୍କୃତି ଦ୍ବାରା ପ୍ରଭାବିତ । ମୌରୋ ନିଜର 40 ତମ ବିବାହ ବାର୍ଷିକ ପାଳନ କରିବାକୁ ତାଙ୍କ ପତ୍ନୀ ଷ୍ଟେଫାନିଆଙ୍କ ସହ ଭାରତ ଆସିଥିଲେ । ଏନେଇ ସେ ଟ୍ରାଭେଲ୍ସ ଓ ଇଭେଣ୍ଟ ଅପରେଟର ଏମଟିଏ ଗୃପର ମନୀଷ ଶର୍ମାଙ୍କ ସହ ସମ୍ପର୍କ କରିବା ସହିତ ନିଜର ୪୦ତମ ବିବାହ ବାର୍ଷିକରେ ହିନ୍ଦୁ ରିତୀନୀତିରେ ପୁଣିଥରେ ବିବାହ କରିବା ପାଇଁ ତାଙ୍କୁ ଜଣାଇଥିଲେ । ତା'ପରେ ମନିଷ ଶର୍ମା ତାଜମହଲର ନିକଟରେ ଥିବା ଏକ ରିସୋର୍ଟରେ ବାହାଘର ପାଇଁ ବ୍ୟବସ୍ଥା କରିଥିଲେ ।