ନୂଆଦିଲ୍ଲୀ: ମିଡିଆ ଗ୍ରୁପ ଦୈନିକ ଭାସ୍କର ଅଫିସ ଉପରେ ଚଢାଉ କରିଛି ଆୟକର ବିଭାଗ । ଭିନ୍ନ ଭିନ୍ନ ସହରରେ ଥିବା ଦୈନିକ ଭାସ୍କର କାର୍ଯ୍ୟାଳୟରେ ଏହି ଚଢଆଉ ହୋଇଛି । କଥିତ କର ଚୋରି ମାମଲାରେ ଏହି ଚଢାଉ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଭୋପାଳ, ଜୟପୁର, ଅହମଦାବାଦ ସମେତ ଦେଶର ଅନ୍ୟ ସ୍ଥାନରେ ଥିବା ଦୈନିକ ଭାସ୍କର ଅଫିସରେ ଚଢାଉ କରିଛି ଆୟକର ବିଭାଗ । ଏହି ମାମଲାରେ ପ୍ରତ୍ୟେକ୍ଷ କର ବୋର୍ଡ(CBDT) ପକ୍ଷରୁ କୌଣସି ଆଧିକାରୀକ ବୟାନ ମିଳିପାରିନାହିଁ । ହେଲେ ଚଢାଉରେ ପ୍ରମୁଖ ହିନ୍ଦୀ ମିଡିଆ ଗ୍ରୁପର ପ୍ରୋମୋଟର ସାମିଲ ଅଛନ୍ତି ।
ଘଟଣାକୁ ନେଇ ଏକଜୁଟ ହୋଇଛନ୍ତି ବିରୋଧୀ । ସଂସଦରେ ମଧ୍ୟ ଏହାକୁ ନେଇ ହଙ୍ଗାମା ହୋଇଛି । କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ୱିଟ୍ କରି କହିଛନ୍ତି, ଯେତେବେଳେ ସରକାର କଲମ ଏବଂ କ୍ୟାମେରାକୁ ଏତେ ଭୟ କରନ୍ତି, ସେତେବେଳେ ଏପରି ସରକାରର ପତନ ନିଶ୍ଚିତ ହେବ। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଡିଜିବିଜୟ ସିଂ ଟ୍ୱିଟ୍ କରି କହିଛନ୍ତି, ସାମ୍ବାଦିକତା ଉପରେ ମୋଦି ଶାହାଙ୍କ ପ୍ରହାର ! ମୋଦୀ ଶାହାଙ୍କର ଏକମାତ୍ର ଅସ୍ତ୍ର ହେଉଛି ଆଇଟି ଇଡି ସିବିଆଇ।