ଓଡିଶା

odisha

ETV Bharat / bharat

ISRO-NASA ମିଳିତ ସହଯୋଗରେ ପ୍ରସ୍ତୁତ ହେଲା 'ନିସାର' - ଆମେରିକା ସ୍ପେସ ଏଜେନ୍ସି ନାସା

ଆମେରିକା ସ୍ପେସ ଏଜେନ୍ସି ନାସା ସହିତ ମିଶି ସିନ୍ଥେଟିକ ଆପରେଚର ରାଡାରର ନିର୍ମାଣ ସମ୍ପୂର୍ଣ୍ଣ କରିଛି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରା) । ନାସା-ଇସ୍ରୋର ପ୍ରଥମ ସାଟେଲାଇଟ ମିଶନ ହେବ, ଯାହାକି ଦୁଇଟି ଭିନ୍ନ ଫ୍ରିକୱେନ୍ସି L ଏବଂ S ବ୍ୟାଣ୍ଡ ଅଫ୍‌ SAR (ନିସାର) ରାଡାର ବ୍ୟବହାର କରିବ । ଅଧିକ ପଢନ୍ତୁ...

ISRO-NASA ମିଳିତ ସହଯୋଗରେ ପ୍ରସ୍ତୁତ ହେଲା 'ନିସାର'
ISRO-NASA ମିଳିତ ସହଯୋଗରେ ପ୍ରସ୍ତୁତ ହେଲା 'ନିସାର'

By

Published : Mar 12, 2021, 4:33 PM IST

ନୂଆଦିଲ୍ଲୀ: ପୃଥିବୀପୃଷ୍ଠ ଉପରେ ଟିକିନିକି ନଜର ରଖିବାକୁ ଆମେରିକା ସ୍ପେସ ଏଜେନ୍ସି ନାସା ସହିତ ମିଶି ସିନ୍ଥେଟିକ ଆପରେଚର ରାଡାରର ନିର୍ମାଣ ସମ୍ପୂର୍ଣ୍ଣ କରିଛି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ) । ପୃଥିବୀର ହାଇ ରିଜୋଲୁସନ ବିଶିଷ୍ଟ ଫଟୋ ଉଠାଇବାରେ ସକ୍ଷମ ।

S-Band ସିନ୍ଥେଟିକ ଆପରେଚର ରାଡାରର ନିର୍ମାଣ କରି ଗୋଟିଏ ନୂଆ ସଫଳାତା ହାସଲ କରିଛି ଇସ୍ରୋ । ତେବେ ଇସ୍ରୋ ପକ୍ଷରୁ ଏହି ରାଡାର ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସାକୁ ପଠାଯାଇଛି । ଏହାପରେ ନାସା ପକ୍ଷରୁ ଏଲ ବ୍ୟାଣ୍ଡ୍‌ ପେଲୋଡ୍‌କୁ ଏଥିରେ ଇଣ୍ଟିଗ୍ରେଟ କରିବା ପାଇଁ ବିକଶିତ କରାଯାଉଛି । ଉଭୟ ରାଡାର ଯେବେ ଇଣ୍ଟିଗ୍ରେଟ ହୋଇଯିବ, ସେବେ ଏହାକୁ ପୂନର୍ବାର ଭାରତକୁ ପଠାଇଦିଆଯିବ ।

ଏହି ସଫଳତା ଉପରେ ନାସା କହିଛି, ଏହା ନାସା-ଇସ୍ରୋର ପ୍ରଥମ ସାଟେଲାଇଟ ମିଶନ ହେବ, ଯାହାକି ଦୁଇଟି ଭିନ୍ନ ଫ୍ରିକୱେନ୍ସି L ଏବଂ S ବ୍ୟାଣ୍ଡ ଅଫ୍‌ SAR (ନିସାର) ରାଡାର ବ୍ୟବହାର କରିବ । ଏହା ସହିତ ଗ୍ରହ ପୃଷ୍ଠରେ ଏକ ସେଣ୍ଟିମିଟରରୁ କମ ଦୂରତାରେ ପରିବର୍ତ୍ତନ ମାପ କରାଯାଇପାରେ । ଏହା ବୈଜ୍ଞାନିକମାନଙ୍କୁ ଭୂପୃଷ୍ଠ ତଥା ଆମେ ରହୁଥିବା ଗ୍ରହର ଭିତର ଅଂଶକୁ ବୁଝିବାରେ ସାହାଯ୍ୟ କରିବ । ହିମସ୍ଖଳନର ପ୍ରଭାବ ଏବଂ ଜଳବାୟୁ ପରିବର୍ତ୍ତନର ଗତିକୁ ଭଲ ଭାବରେ ବୁଝିବାରେ ଏହା ସହାୟକ ହେବ ବୋଲି ଅଧିକାରୀମାନେ କହିଛନ୍ତି ।

ଏହି ଉପଗ୍ରହ ସରକାରମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟକୁ ଭଲ ଭାବରେ ପରିଚାଳନା କରିବାକୁ ମଧ୍ୟ ସାହାଯ୍ୟ କରିବ । ଏହି ଉପଗ୍ରହଟି ସୁନାମି, ଭୂମିକମ୍ପ, ଭୂସ୍ଖଳନ ଏବଂ ଆଗ୍ନେୟଗିରି ଉପରେ ତଥ୍ୟ ପ୍ରଦାନ କରିବା ସହିତ ଇକୋସିଷ୍ଟମରେ ବ୍ୟତିକ୍ରମ ଚିହ୍ନଟ ଓ ପ୍ରାକୃତିକ ସମ୍ପଦର ଉତ୍ତମ ପରିଚାଳନାରେ ସାହାଯ୍ୟ କରିବ।

ABOUT THE AUTHOR

...view details