ଓଡିଶା

odisha

ନୂତନ ଉତକ୍ଷେପଣ ସହ ନବବର୍ଷ-2024 କୁ ସ୍ବାଗତ କରିବ ଇସ୍ରୋ

Launch of XPoSatellite on New Year Day: ନୂତନ ଉତକ୍ଷେପଣ ସହ ନୂଆବର୍ଷ 2024କୁ ସ୍ବାଗତ କରିବ ଇସ୍ରୋ । ନୂଆବର୍ଷ ପୂର୍ବାହ୍ନ 9ଟାରେ ଉତକ୍ଷେପଣ ହେବ ଏକ୍ସପୋସାଟ୍‌ ସାଟେଲାଇଟ୍‌ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Dec 31, 2023, 7:58 PM IST

Published : Dec 31, 2023, 7:58 PM IST

ନୂତନ ଉତକ୍ଷେପଣ ସହ ନୂଆବର୍ଷ 2024 କୁ ସ୍ବାଗତ କରିବ ଇସ୍ରୋ
ନୂତନ ଉତକ୍ଷେପଣ ସହ ନୂଆବର୍ଷ 2024 କୁ ସ୍ବାଗତ କରିବ ଇସ୍ରୋ

ନୂଆଦିଲ୍ଲୀ/ବେଙ୍ଗାଲୁରୁ:ବିଦାୟୀ ବର୍ଷ 2023ରେ ଐତିହାସିକ ସଫଳତା ପାଇଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ନବବର୍ଷ 2024କୁ ମଧ୍ୟ ନୂତନ ସାଟେଲାଇଟ୍‌ ଉତକ୍ଷେପଣ ସହ ସ୍ବାଗତ କରିବାକୁ ଯାଉଛି । ଆସନ୍ତାକାଲି ବର୍ଷର ପ୍ରଥମ ଦିନରେ ଇସ୍ରୋ ଏକ୍ସପୋସାଟ (XPoSat) ସାଟେଲାଇଟ ଉତକ୍ଷେପଣ କରିବାକୁ ଯାଉଛି । ପୂର୍ବାହ୍ନ 9ଟା 10 ମିନିଟରେ ଆନ୍ଧ୍ର ପ୍ରଦେଶ ସ୍ଥିତ ଇସ୍ରୋର ସର୍ବବୃହତ୍ତ ମହାକାଶ କେନ୍ଦ୍ର ସତୀଶ ଧାଓ୍ବନ ସ୍ପେସ ସେଣ୍ଟରର ପ୍ରଥମ ଲଞ୍ଚପ୍ଯାଡରୁ ଏହି ଉତକ୍ଷେପଣ ଏହାକୁ ଯାଉଛି । ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ 24 ଘଣ୍ଟିଆ କାଉଣ୍ଟ ଡାଉନ ମଧ୍ୟ ଆରମ୍ଭ ହୋଇ ସାରିଛି ।

ଇସ୍ରୋ ନିଜର ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରେ ଏହି ଉତକ୍ଷେପଣ ସମ୍ପର୍କରେ ସୂଚନା ଦେଇଛି । XPoSat ଉପଗ୍ରହ ହେଉଛି ଏକ୍ସ-ରେ ପୋଲାରମିଟର ସାଟେଲାଇଟ । ଏହାକୁ PSLV-C58 ରକେଟ ସାହାଯ୍ୟରେ ପୃଥିବୀର କକ୍ଷପଥକୁ ଉତକ୍ଷେପଣ କରାଯିବ । ଏହି ଉପଗ୍ରହ ମହାକାଶ ଉପାଦନ ଓ ବ୍ଲାକହୋଲର ଅଧ୍ୟୟନ କରି ତଥ୍ୟ ପ୍ରଦାନ କରିବ । ଏକ୍ସ-ରେ ପୋଲାରାଇମିଟର ସାଟେଲାଇଟ୍ ମହାକାଶରେ ଏକ୍ସ-ରେ ଉତ୍ସଗୁଡିକର ପୋଲାରାଇଜେସନ ବିଷୟରେ ନୂତନ ଜ୍ଞାନ ପ୍ରଦାନ କରିବାରେ ସାହାଯ୍ୟ କରିବ । ପୂର୍ବରୁ, ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ 2021 ମସିହାରେ ମଧ୍ୟ ଏହି ପ୍ରକାରରେ ମହାକାଶ ମିଶନ ଆରମ୍ଭ କରିଥିଲା । ଏବେ ଭାରତ ମଧ୍ୟ ବର୍ଷ ଆରମ୍ଭରୁ ଏହି ଅଧ୍ୟୟନ ଆରମ୍ଭ କରିବାକୁ ଯାଉଛି । ଚନ୍ଦ୍ରଯାନର ସଫଳତା ପରେ ଭାରତ ଏବେ ବିଶ୍ବର ଏକ ପ୍ରମୁଖ ମହାକାଶ ଶକ୍ତି ଭାବେ ସ୍ବୀକୃତି ପାଇସାରିଛି । ଭାରତର ପ୍ରତ୍ୟେକ ମହାକାଶ ମିଶନ ଉପରେ ଏବେ ବିକଶିତ ରାଷ୍ଟ୍ରସମୂହଙ୍କ ନଜର ରହିଛି ।

ଇସ୍ରୋ ପାଇଁ ବେଶ ସଫଳ ବର୍ଷ ଥିଲା 2023:-

ବିଦାୟୀ ବର୍ଷ 2023 ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ଅଦ୍ଭୁତପୂର୍ବ ଉପଲବ୍ଧି ପ୍ରଦାନ କରିଛି । ଚନ୍ଦ୍ରଯାନ-3 ର ସଫଳ ତଥା ଐତିହାସିକ ଚନ୍ଦ୍ର ଅବତରଣ ସହ ପ୍ରଥମ ସୂର୍ଯ୍ୟ ମିଶନ ମଧ୍ୟ ସଫଳତାର ସହ ଆରମ୍ଭ କରିଛି ଭାରତ । ଚନ୍ଦ୍ରପୃଷ୍ଠରେ ମହାକାଶ ଯାନ ଅବତରଣ କରିବାରେ ଭାରତ ବିଶ୍ବର 4ର୍ଥ ଓ ଚନ୍ଦ୍ରର ଅଣଆବିସ୍କୃତ ଦକ୍ଷିଣ ମେରୁରେ ଅବତରଣ କରିବାରେ ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ ବିରଳ ରେକର୍ଡର ଅଧିକାରୀ ହୋଇଛି । ଏହାପରେ ସୂର୍ଯ୍ୟ ଗତିବିଧି ଅଧ୍ୟୟନ ପାଇଁ ସୋଲାର ମିଶନ ‘ଆଦିତ୍ୟ ଏଲ-1’ ମଧ୍ୟ ସଫଳତାର ସହ ଜାରି ରହିଛି । ବର୍ଷ 2024 ରେ ଇସ୍ରୋ ଅନ୍ୟ ମହାକାଶ ମିଶନ ସହ ପ୍ରଥମ ମାନବ ମହାକାଶ ମିଶନ ‘ଗଗନଯାନ’ ଉପରେ କାମ ତ୍ବରାନ୍ବିତ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details