ଓଡିଶା

odisha

ETV Bharat / bharat

10 ଉପଗ୍ରହ ସହ ଇସ୍ରୋ ଲଞ୍ଚ କରିବ PSLV-C49, କାଉଣ୍ଟଡାଉନ ଆରମ୍ଭ - ଇସ୍ରୋ ଉପଗ୍ରହ

ନଭେମ୍ବର 7ରେ ଇସ୍ରୋ ପକ୍ଷରୁ ସ୍ବଦେଶୀ ରକେଟ ଧ୍ରୃବୀୟ ଉପଗ୍ରହ ଉତକ୍ଷେପଣ ଯାନ-C49(PSLC-C49)ର କରାଯିବ ଲଞ୍ଚ । ଏନେଇ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ । ଅଧିକ ପଢନ୍ତୁ...

10 ଉପଗ୍ରହ ସହ ଇସ୍ରୋ ଲଞ୍ଚ କରିବ PSLV-C49, କାଉଣ୍ଟଡାଉନ ଆରମ୍ଭ
10 ଉପଗ୍ରହ ସହ ଇସ୍ରୋ ଲଞ୍ଚ କରିବ PSLV-C49, କାଉଣ୍ଟଡାଉନ ଆରମ୍ଭ

By

Published : Nov 6, 2020, 4:07 PM IST

ନୂଆଦିଲ୍ଲୀ: ମହାକାଶରେ ପୂନର୍ବାର ଇତିହାସ ରଚିବାକୁ ଯାଉଛି ଇସ୍ରୋ । ନଭେମ୍ବର 7ରେ ଇସ୍ରୋ ପକ୍ଷରୁ ସ୍ବଦେଶୀ ରକେଟ ଧ୍ରୃବୀୟ ଉପଗ୍ରହ ଉତକ୍ଷେପଣ ଯାନ-C49(PSLC-C49)ର କରାଯିବ ଲଞ୍ଚ । ଏନେଇ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ । ଦେଶର ରାଡାର ଇମେଜିଂ ଉପଗ୍ରହ(ସାଟେଲାଇଟ) ଓ ଅନ୍ୟ ବିଦେଶୀ ଉପଗ୍ରହକୁ ନେଇ ମହାକାଶକୁ ଯିବ PSLC-C49 ।

ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟାରୁ ଶନିବାର ଦିନ 3ଟା ଏହି 10ଟି ସାଟେଲାଇଟକୁ PSLC-C49 ଜରିଆରେ ମହାକାଶକୁ ଉତକ୍ଷେପଣ କରାଯିବ । ଯଦି ସବୁକିଛି ଠିକ୍‌ ରୁହେ, ତାହେଲେ ଏବେ ସୁଦ୍ଧା ମୋଟ 328 ବିଦେଶୀ ଉପଗ୍ରହ ଗୁଡିକୁ ମହହାକାଶରେ ସ୍ଥାପିତ କରିବ ଇସ୍ରୋ ।

ସୂଚନା ଅନୁଯାୟୀ ଶ୍ରୀହରୀକୋଟାର ସତୀଶ ଧୱାନ ସ୍ପେସ ସେଣ୍ଟରରୁ ଏହି ରକେଟ ଉତକ୍ଷେପଣ ହେବ । ଏହି କ୍ରମରେ ଇସ୍ରୋର ସାଟେଲାଇଟ ଇଓଏସ(Earth Observation Satellite)କୁ PSLV-C 49 ରକେଟ ଜରିଆରେ ଲଞ୍ଚ କରାଯିବ । ଖାସ କଥା ହେଉଛି ଯେ ଏହି ରକେଟ କେବଳ ଗୋଟିଏ ଭାରତୀୟ ନୁହେଁ ବରଂ ଅନ୍ୟ 9ଟି ବିଦେଶୀ ସାଟେଲାଇଟକୁ ମଧ୍ୟ ମହାକାଶ ଯିବ ।

ଇଓଏସ-01ର ଅର୍ଥ ହେଉଛି ଅବରଭେସନ ରିସେଟ ସାଟେଲାଇଟର ଏକ ଉନ୍ନତ ସଂସ୍କରଣ । ଏଥିରେ ସିନ୍ଥେଟିକ ଅପର୍ଚର ରାଡାର(ଏସଏଆର) ଲାଗିଛି । ଏହା କୌଣସି ବି ସୟୟରେ ଏବଂ ଯେକୌଣସି ଋତୁରେ ପୃଥିବୀ ଉପରେ ନଜର ରଖିପାରିବ ।

ଏହି ସାଟେଲାଇଟର ବିଶେଷତ୍ବ ହେଉଛି ଯେ ଏହା ବାଦଲ ଭିତରେ ବି ପୃଥିବୀ ଉପରେ ନଜର ରଖିପାରିବା ସହ ସ୍ପଷ୍ଟ ଚିତ୍ର ଉତ୍ତୋଳନ କରିପାରିବ । ଏହାର ଉଭୟ ଦିନରେ ଓ ରାତିରେ ଫଟୋ ଚିତ୍ର ଉତ୍ତୋଳନ କରିପାପିବାର କ୍ଷମତା ରହିଛି । ଏହାସହ ଇଓଏସ ନାଗରିକଙ୍କର ଗତିବିଧି ଉପରେ ମଧ୍ୟ ନଜର ରଖିପାରିବ ।

ABOUT THE AUTHOR

...view details