ଅମରାବତୀ:ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ପୁଣିଥରେ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବ ଭାରତ । ଆସନ୍ତାକାଲି (ଶୁକ୍ରବାର) ଅପରାହ୍ନରେ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଲଞ୍ଚପ୍ୟାଡରୁ ହେବାକୁ ଥିବା ଚନ୍ଦ୍ରଯାନ-୩ର ଉତକ୍ଷେପଣ ପାଇଁ 24 ଘଣ୍ଟିଆ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି । ଆଜି ସକାଳେ ତିରୁପତିର ଚେଙ୍ଗଲମ୍ମା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ । ସେହିପରି ଇସ୍ରୋ ବୈଜ୍ଞାନିକଙ୍କ ଆଉ ଏକ ଟିମ୍ ତୁରୁପତି ବାଲାଜୀଙ୍କ ଦର୍ଶନ କରିଛନ୍ତି । ବୈଜ୍ଞାନିକଙ୍କ ଏହି ଟିମ୍ ଚନ୍ଦ୍ରଯାନ-୩ର ଗୋଟିଏ କ୍ଷୁଦ୍ର ମଡେଲ ନେଇ ତିରୁପତି ବାଲାଜୀଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି ।
ଇସ୍ରୋର ସାଇଣ୍ଟିଫିକ ସେକ୍ରେଟାରୀ ଶାନ୍ତନୁ ଭଟୱାଦେକର କ୍ଷୁଦ୍ର ମଡେଲ ସହିତ ତିରୁପତି ବାଲାଜୀଙ୍କ ଦର୍ଶନ କରି ମୁନ ମିଶନ ପାଇଁ ପ୍ରାର୍ଥନା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଏହା ହେଉଛି ଆମର ଚନ୍ଦ୍ରଯାନ ମିଶନ ଏବଂ ସବୁ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଆସନ୍ତାକାଲି ଚନ୍ଦ୍ରଯାନ-୩ ଲଞ୍ଚ ହେବ । ଇସ୍ରୋର ଏହି ଟିମରେ ନ୍ୟାସନାଲ ଆଟୋମସ୍ପେରିକ ରିସର୍ଚ୍ଚ ଲାବୋରଟୋରୀ ଡାଇରେକ୍ଟର ଅମିତ କୁମାର ପାତ୍ର, ଚନ୍ଦ୍ରଯାନ ୩ ପ୍ରୋଜେକ୍ଟ ଡାଇରେକ୍ଟର ବୀରାମୁଥୁ ବେଲ, ଆସୋସିଏଟ ପ୍ରୋଜେକ୍ଟ ଡାଇରେକ୍ଟର କଳ୍ପନା କଲାହସ୍ତୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ବୈଜ୍ଞାନିକମାନେ ପ୍ରଭୁ ବାଲାଜୀଙ୍କ ଆର୍ଶୀବାଦ ନେଇଛନ୍ତି ।
ଏହାମଧ୍ୟ ପଢନ୍ତୁ: Chandrayaan-3: 14 ଅପରାହ୍ନରେ ଉତକ୍ଷେପଣ, ଅଗଷ୍ଟ 23-24 ଚନ୍ଦ୍ରପୃଷ୍ଠରେ ଅବତରଣ