ଚେନ୍ନାଇ:ଭାରତର ବହୁ ପ୍ରତିକ୍ଷୀତଗଗନଯାନ ମିଶନ ପାଇଁ କ୍ରାୟୋଜେନିକ୍ ଇଞ୍ଜିନର ଯୋଗ୍ୟତା ପରୀକ୍ଷଣ ସଫଳତାର ସହ ଶେଷ କରିଛି ଭାରତୀୟ ମହାକାଶ ଗେବେଷଣା ସଂସ୍ଥା ଇସ୍ରୋ । ଆଜି (ମଙ୍ଗଳବାର) ତାମିଲନାଡୁର ମହେନ୍ଦ୍ରଗିରିରେ ଥିବା ISRO ପ୍ରପୁଲସନ୍ କମ୍ପ୍ଲେକ୍ସ (IPRC) ରେ ଏହି ପରୀକ୍ଷଣ ସଫଳତାର ସହ ଶେଷ ହୋଇଥିବା ଟ୍ବିଟ କରି ସୂଚନା ଦେଇଛି ISRO ।
ଏହି ପରୀକ୍ଷଣର ଅବଧି 720 ସେକେଣ୍ଡ ରହିଥିଲା । ପରୀକ୍ଷଣର ସମଗ୍ର ଅବଧି ମଧ୍ୟରେ ଇଞ୍ଜିନ ସମ୍ପୂର୍ଣ୍ଣ କାର୍ଯ୍ୟଦକ୍ଷତା ସହ ସମସ୍ତ ପାରାମିଟର ଗୁଡିକ ସଠିକ ଭାବେ ପୂରଣ କରିଥିଲା । ଏହି ଇଂଞ୍ଜିନର ସଫଳ ପରୀକ୍ଷଣ ସମଗ୍ର ମିଶନ ପାଇଁ ଏକ ବଡ ସଫଳତା ବୋଲି ଇସ୍ରୋ କହିଛି । ଏହି ସଫଳ ଦୀର୍ଘକାଳୀନ ପରୀକ୍ଷଣ ମାନବ ସ୍ପେସ୍ ପ୍ରୋଗ୍ରାମ୍- ଗଗନଯାନ ମିଶନ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ବୋଲି ସଂସ୍ଥା କହିଛି ।