ହାଇଦ୍ରାବାଦ: ଦୁଇ ଦିନ ତଳେ ଭାରତ ନିଜର ପ୍ରଥମ ମାନବ ମହାକାଶ ମିଶନ ‘ଗଗନଯାନ’ ମିଶନର ପ୍ରଥମ ପରୀକ୍ଷାମୂଳକ ଉତକ୍ଷେପଣ କରିଛି । ଯାହା ସଫଳ ମଧ୍ୟ ହୋଇଛି । TV D-1ର ସଫଳ ଉତକ୍ଷେପଣ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମାନବ ମହାକାଶ ମିଶନରେ ଆଉ ପାଦେ ଆଗେଇଛି । ତେବେ ଏହାର ସଫଳତା ପରେ ଇସ୍ରୋ ବୈଜ୍ଞାନିକମାନେ ଖୁସି ଜାହିର କରିବା ସହିତ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି । ଆଜି ଇସ୍ରୋ ଏହି ପରୀକ୍ଷଣର ଅନବୋର୍ଡ ଭିଡିଓ ସେୟାର କରିଛି । ଯାହା ରକେଟରେ ଲାଗିଥିବା କ୍ୟାମେରାରେ ରେକର୍ଡ ହୋଇଛି ।
21 ତାରିଖରେ ପାଣିପାଗରେ ପରିବର୍ତ୍ତନ ପାଇଁ ଏହାକୁ ସ୍ଥଗିତ ରଖିବାକୁ ପଡିଥିଲା । ପ୍ରଥମ ପର୍ଯ୍ୟାୟରେ କାଉଣ୍ଟଡାଉନ ଆରମ୍ଭ ହୋଇସାରିଥିବା ବେଳେ ଶେଷ 5 ସେକେଣ୍ଡରେ ଏହା ଅଟୋମେଟିକ ହୋଲ୍ଡ ପୋଜିସନରେ ରହିଥିଲା । ଡାଟା ଆନାଲିସିସ କରାଯିବା ପରେ ଏହାର ସମୟକୁ 8ଟା 30କୁ ପରିବର୍ତ୍ତନ କରାଯାଇଥିଲା । ଏହାପରେ ବୈଷୟିକ ତ୍ରୁଟି ଯୋଗୁଁ 8ଟା 45 ମିନିଟରେ ଉତକ୍ଷେପଣ କରିବା ପାଇଁ ସ୍ଥିର ହୋଇଥିଲେ ସୁଦ୍ଧା ସେହି ପର୍ଯ୍ୟାୟରେ ମଧ୍ୟ ଉତକ୍ଷେପଣ ହୋଇପାରିନଥିଲା । ଏହାର କିଛି ସମୟ ପରେ ପୁଣି ଥରେ 10ଟାରେ TV-D1କୁ ଲଞ୍ଚ୍ କରାଯିବା ନେଇ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଦ୍ବିତୀୟ ଥରରେ ଏହାର ସଫଳପୂର୍ବ ଲଞ୍ଚିଂ ହୋଇଥିଲା ।