ଓଡିଶା

odisha

ETV Bharat / bharat

ISRO PSLV: 30ରେ ସିଙ୍ଗାପୁରର 7 ଉପଗ୍ରହ ଉତକ୍ଷେପଣ କରିବ ISRO - ଇସ୍ରୋର ପିଏସଏଲଭି ରକେଟ

ଜୁଲାଇ 30 ତାରିଖରେ ସିଙ୍ଗାପୁରର ଉପଗ୍ରହ ଉତକ୍ଷେପଣ କରିବ ISRO । ଏକାକାଳୀନ ପୃଥିବୀର କକ୍ଷପଥକୁ ଯିବ 7 ବିଦେଶୀ ସାଟେଲାଇଟ । 2 ସପ୍ତାହରେ ଇସ୍ରୋର ଦ୍ବିତୀୟ ଉତକ୍ଷେପଣ । ଅଧିକ ପଢନ୍ତୁ

ISRO PSLV 30: ସିଙ୍ଗାପୁରର ଉପଗ୍ରହ ଉତକ୍ଷେପଣ କରିବ ISRO
ISRO PSLV 30: ସିଙ୍ଗାପୁରର ଉପଗ୍ରହ ଉତକ୍ଷେପଣ କରିବ ISRO

By

Published : Jul 24, 2023, 8:10 PM IST

ଚେନ୍ନାଇ:ନିକଟରେ ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାୟନ-3’ ର ସଫଳ ଉତକ୍ଷେପଣ କରି ସମଗ୍ର ବିଶ୍ବରେ ଚର୍ଚ୍ଚାରେ ଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISRO ନିଜର ବ୍ୟବସାୟିକ କାର୍ଯ୍ୟକ୍ରମ ମଧ୍ୟ ଜାରି ରଖିଛି । ଏବେ ଇସ୍ରୋ ସିଙ୍ଗାପୁରର ଉପଗ୍ରହକୁ କକ୍ଷପଥରେ ଅବସ୍ଥାପିତ କରିବା ମିଶନ ଆରମ୍ଭ କରିବାକୁ ଯାଉଛି । ISRO ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକଲ (PSLV) ମାଧ୍ୟମରେ ଜୁଲାଇ 30 ତାରିଖରେ ସିଙ୍ଗାପୁରର ଏହି DS-SAR ବର୍ଗର 7ଟି ଉପଗ୍ରହକୁ ଉତକ୍ଷେପଣ କରିବ । ଏହି 7ଟି ବିଦେଶୀ ଉପଗ୍ରହର ମୋଟ ଓଜନ ରହିଛି 360 କିଲୋଗ୍ରାମ । ଇସ୍ରା ଦ୍ବାରା ନିର୍ମିତ ବାହୁବଳୀ ରକେଟ PSLV ଦ୍ବାରା ଏହି ଉତକ୍ଷେପଣ ଆନ୍ଧ୍ର ପ୍ରଦେଶର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ହେବାକୁଯାଉଛି । ଏହି କେନ୍ଦ୍ରରୁ ଚନ୍ଦ୍ରାୟନ-3 ଲଞ୍ଚ ହୋଇଥିଲା । ଏଥିରେ ଇସ୍ରୋର ଅତ୍ୟାଧୁନିକ ତଥା ବିଶାଳ ରକେଟ LVM M-4 ଦ୍ବାରା ଏହି ଉତକ୍ଷେପଣ କରାଯାଇଥିଲା ।

ସିଙ୍ଗାପୁର ଦ୍ବାରା ବିକଶିତ ହୋଇଥିବା ଏହି ଉପଗ୍ରହଗୁଡିକୁ ଯୋଗାଯୋଗ ପ୍ରଣାଳୀ ପାଇଁ ବିକଶିତ କରାଯାଇଛି । ଏହା ପୃଥିବୀର କକ୍ଷପଥରେ ଅବସ୍ଥାପିତ ହେବା ପରେ ହାଇ-ଡେଫିନେସନ ଫଟୋ, ସିଙ୍ଗାପୁରର ବ୍ୟବସାୟିକ ଗ୍ରାହକଙ୍କ ପାଇଁ ଭୌଗୋଳିକ ସେବା ପ୍ରଦାନ କରିବା ପାଇଁ ବ୍ୟବହାର କରାଯାଇପାରିବ । ଏହି ଉତକ୍ଷେପଣ ସମ୍ପର୍କରେ ସୂଚନା ଦେଇ ଇସ୍ରୋ କହିଛି, ଆନ୍ଧ୍ର ପ୍ରଦେଶର ଶ୍ରୀହାରିକୋଟା ସ୍ଥିତ ସ୍ପେସ ପୋର୍ଟର ପ୍ରଥମ ଲଞ୍ଚ ପ୍ୟାଡରୁ PSLV-C 56 ରକେଟରେ ଏହି ବିଦେଶୀ ଉପଗ୍ରହ ଉତକ୍ଷେପଣ ହେବ । ପ୍ରାୟ ଦୁଇ ସପ୍ତାହ ମଧ୍ୟରେ ISRO ପାଇଁ ଏହା ହେଉଛି ଦ୍ୱିତୀୟ ରକେଟ୍ ମିଶନ୍ ।

ଏହା ମଧ୍ୟ ପଢନ୍ତୁ:-Chandrayaan 3: ଚନ୍ଦ୍ରଯାନ-3ର ସଫଳ ଉତକ୍ଷେପଣ; ସେଲିବ୍ରେସନ କଲା ISRO, 40ଦିନ ପରେ ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡିଂ

ISRO PSLV 30: ସିଙ୍ଗାପୁରର ଉପଗ୍ରହ ଉତକ୍ଷେପଣ କରିବ ISRO

ଚଳିତମାସ14 ତାରିଖରେ ISRO ବହୁପ୍ରତୀକ୍ଷିତ ଭାରତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାୟଣ-3’କୁ ଉତକ୍ଷେପଣ କରିଥିଲା । ନୂତନ ତଥା ଅତ୍ୟଧୁନିକ LVM-M 4 ରକେଟରେ ଏହାକୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା । ଏହି ମିଶନ ତାର ମହାକାଶ ଯାତ୍ରା ଜାରି ରଖିଛି । ଏବେ ଏହା ପୃଥିବୀ କକ୍ଷପଥରେ ଅଣ୍ଡାକୃତିରେ ଗତି କରୁଛି । ପରେ ଏହା ଲୁନାର ଅରବିଟ ବା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ । କ୍ରମଶଃ ସଙ୍କୁଚିତ ଅଣ୍ଡାକୃତି ଗତିରେ ଚନ୍ଦ୍ରପୃଷ୍ଠର ନିକଟତର ହେବ ।

ଏହା ପରେ ପ୍ରପୁଲସନ ମଡ୍ୟୁଲରୁ ଲ୍ୟାଣ୍ଡର ପୃଥକ ହୋଇ ହାର୍ଡଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବ । ଶେଷରେ ଅଗଷ୍ଟ 23 କିମ୍ବା 24 ତାରିଖରେ ସଫ୍ଟଲ୍ୟାଣ୍ଡିଂ ସହ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଲ୍ୟାଣ୍ଡରରୁ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ । ଚନ୍ଦ୍ରପୃଷ୍ଠର ଭୌଗଳିକ ସ୍ଥିତି, ଜଳ ଓ ଅନ୍ୟ ଉପାଦନର ସନ୍ଧାନ କରି ଏହା ଇସ୍ରୋକୁ ତଥ୍ୟ ପ୍ରଦାନ କରିବ । ଏହି ମିଶନର ସଫଳ ଉତକ୍ଷେପଣ ପରେ ଏହାର ପରବର୍ତ୍ତୀ ଘଟଣାକ୍ରମ ଉପରେ ସମସ୍ତ ବିକଶିତ ଦେଶର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details