ବେଙ୍ଗାଲୁରୁ: ମହାକାଶଯାନ ‘GSLV-F10’ରେ ସାମାନ୍ୟ ତ୍ରୁଟି ପରିଲକ୍ଷିତ ହେବାରୁ ‘ଇସ୍ରୋ’, GISAT-1ର ଉତ୍କ୍ଷେପଣ ତାରିଖ ପରିବର୍ତ୍ତନ କରିଛି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ପୂର୍ବରୁ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାର୍ଚ୍ଚ 28ରେ ଉପଗ୍ରହ ଉତକ୍ଷେପଣ କରିବାକୁ ଚାହୁଁଥିଲା । କିନ୍ତୁ ‘ଇସ୍ରୋ’ସୂତ୍ରରୁ ଜଣାପଡ଼ିଛି ଯେ, ଉପରୋକ୍ତ କୃତ୍ରିମ ଉପଗ୍ରହରେ ସାମାନ୍ୟ ସମସ୍ୟା ଦେଖାଦେବାରୁ ଏହାକୁ ଏପ୍ରିଲ୍ ୧୮ ତାରିଖରେ ଉତ୍କ୍ଷେପଣ କରିବା ଲାଗି ଏବେ ଯୋଜନା କରାଯାଉଛି ।
ସାମାନ୍ୟ ତ୍ରୁଟି ଦେଖା ଦେବାରୁ ‘GISAT-1’ର ବଦଳିଲା ଉତ୍କ୍ଷେପଣ ତାରିଖ - ସାମାନ୍ୟ ତ୍ରୁଟି ଦେଖା ଦେବାରୁ ‘GISAT-1’ ଉତ୍କ୍ଷେପଣ ତାରିଖ ପରିବର୍ତ୍ତନ
ମହାକାଶଯାନ ‘GSLV-F10’ରେ ସାମାନ୍ୟ ତ୍ରୁଟି ପରିଲକ୍ଷିତ ହେବାରୁ ‘ଇସ୍ରୋ’, GISAT-1ର ଉତ୍କ୍ଷେପଣ ତାରିଖ ପରିବର୍ତ୍ତନ କରିଛି । ପୂର୍ବରୁ ଏହା ମାର୍ଚ୍ଚ 28 ରେ ଉତକ୍ଷେପଣ କରାଯିବାର ଥିବା ବେଳେ ଏବେ ଏହାକୁ ଏପ୍ରିଲ୍ ୧୮ ତାରିଖରେ ଉତ୍କ୍ଷେପଣ କରିବା ଲାଗି ଯୋଜନା କରାଯାଉଛି । ଅଧିକ ପଢନ୍ତୁ...
ସାମାନ୍ୟ ତ୍ରୁଟି ଦେଖା ଦେବାରୁ ‘GISAT-1’ ଉତ୍କ୍ଷେପଣ ତାରିଖ ପରିବର୍ତ୍ତନ କଲା ‘ଇସ୍ରୋ’
ସେହିପରି ‘ଜିସାଟ୍-୧’କୁ ଚେନ୍ନାଇର ୧୦୦ କିଲୋମିଟର୍ ଉତ୍ତର ଦିଗରେ ଥିବା ଶ୍ରୀହରିକୋଟା ‘ସ୍ପେସ୍ପୋର୍ଟ’ରୁ ଗତବର୍ଷ ମାର୍ଚ୍ଚ ୫ ତାରିଖରେ ଉତ୍କ୍ଷେପଣ କରାଯିବାର ଯୋଜନା ଥିଲା । କିନ୍ତୁ, ବୈଷୟିକ ତ୍ରୁଟିବିଚ୍ୟୁତି ଯୋଗୁଁ ଦିନକ ପୂର୍ବରୁ ‘ଜିସାଟ୍-୧’ର ଉତ୍କ୍ଷେପଣ ସ୍ଥଗିତ ରଖାଯାଇଥିଲା ।
କୋରୋନା ଭାଇରସ୍ ପାଦ୍ରୃଭାବ ଜନିତ ଲକ୍ଡାଉନ୍ କାରଣରୁ ସ୍ବାଭାବିକ କାର୍ଯ୍ୟଧାରାରେ ବ୍ୟାଘାତ ସୃଷ୍ଟି ହେବାରୁ ୨,୨୬୮ କିଲୋ ଓଜନବିଶିଷ୍ଟ ‘ଜିସାଟ୍-୧’ ଉତ୍କ୍ଷେପଣ ବାଧାପ୍ରାପ୍ତ ହୋଇଥିବା କଥା ପୂର୍ବରୁ ‘ଇସ୍ରୋ’ କହିଥିଲା ।