ଓଡିଶା

odisha

Chandrayaan3: ଆସିଲା ନୂଆ ଭିଡିଓ, ବେଗ କମାଇ ଚନ୍ଦ୍ର ଅଭିମୁଖେ ଲ୍ୟାଣ୍ଡର

By

Published : Aug 18, 2023, 5:19 PM IST

ଚନ୍ଦ୍ରଯାନ-୩ ଆଜି ସଫଳତାର ସହ ଡିବୁଷ୍ଟିଂ ପ୍ରକ୍ରିୟା ଆରମ୍ଭ କରିଛି । ସେପଟେ ଇସ୍ରୋ ଲ୍ୟାଣ୍ଡର ଉତ୍ତୋଳନ କରିଥିବା ଚନ୍ଦ୍ରର ଏକ ନୂଆ ଭିଡିଓ ସେୟାର କରିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଚନ୍ଦ୍ରଯାନ-୩ ଗତକାଲି ପ୍ରପଲସନ ମଡ୍ୟୁଲଠୁ ଅଲଗା ହେବା ପରେ ଆଜି (ଶୁକ୍ରବାର) ସଫଳତାର ସହିତ ପ୍ରଥମ ଡିବୁଷ୍ଟିଂ ପ୍ରକ୍ରିୟା ଶେଷ ହୋଇଛି । ଆଜି ଅପରାହ୍ନ ୪ଟାରେ ଲ୍ୟାଣ୍ଡର ବିକ୍ରମ ନିଜର ବେଗ କମାଇ ଚନ୍ଦ୍ରପୃଷ୍ଠର ନିକଟତର ହୋଇଛି । ଏହାସହିତ ଲ୍ୟାଣ୍ଡର ପଠାଇଥିବା ଚନ୍ଦ୍ରର ଏକ ନୂଆ ଭିଡିଓ ମଧ୍ୟ ସେୟାର କରିଛି । ଆସନ୍ତା ୨୩ ତାରିଖ ସନ୍ଧ୍ୟା ୫ଟା ୪୫ ମିନିଟରେ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ ହେବାକୁ ଥିବା ବେଳେ ଆଜିଠୁ ଡିବୁଷ୍ଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଇସ୍ରୋ ପକ୍ଷରୁ ଆଜି ସେୟାର ହୋଇଥିବା ଭିଡିଓଟି ଗତ ୧୫ ତାରିଖରେ ଉତ୍ତୋଳନ କରିଥିଲା ଲ୍ୟାଣ୍ଡର ବିକ୍ରମ । ଗତ ଜୁଲାଇ ୧୪ ତାରିଖରେ ଆନ୍ଧ୍ରପ୍ରଦେଶରୁ ଶ୍ରୀହରିକୋଟା ସ୍ପେଶ ସେଣ୍ଟରରୁ ଲଞ୍ଚ ହୋଇଥିବା ଚନ୍ଦ୍ରଯାନ-୩ ଚଳିତ ମାସ ୧୫ ତାରିଖରେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଥିଲା । ଆଜି ଏହା ନିଜର ବେଗ କମାଇ ସଫ୍ଟ ଲ୍ୟାଣ୍ଡିଂ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଏହା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରକ୍ରିୟା ରହିଥିବା ବେଳେ ତାହା ସଫଳ ହୋଇଛି । ଏହାପରେ ଇସ୍ରୋ ପକ୍ଷରୁ ଲ୍ୟାଣ୍ଡର ବିକ୍ରମ ଦ୍ବାରା ପ୍ରେରିତ ହୋଇଥିବା ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ଆକର୍ଷଣୀୟ ଚନ୍ଦ୍ରପୃଷ୍ଠ ଦେଖିବାକୁ ମିଳିଛି । ଏଥିରେ ଚନ୍ଦ୍ରର ଟପୋଗ୍ରାଫି ଓ ଉପାଦାନ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- Chandrayaan-3: ଲ୍ୟାଣ୍ଡିଂର ନିକଟତର ଚନ୍ଦ୍ରଯାନ-3, ପ୍ରୋପଲସନ୍ ମଡ୍ୟୁଲରୁ ଅଲଗା ହେଲା ଲ୍ୟାଣ୍ଡର

ଆଜି ଡିବୁଷ୍ଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିବା ଇସ୍ରୋ ପକ୍ଷରୁ ଟ୍ବିଟ କରି କୁହାଯାଇଛି, " ଲ୍ୟାଣ୍ଡର ମଡ୍ୟୁଲର ସ୍ଥିତି ସ୍ବାଭାବିକ ରହିଛି । ଲ୍ୟାଣ୍ଡର ସଫଳତାର ସହିତ ଡିବୁଷ୍ଟିଂ ଅପରେସନ ଆରମ୍ଭ କରିଛି । ଏହା ଏବେ ୧୧୩/୧୫୭ କିଲୋମିଟର କକ୍ଷପଥରେ ବୁଲୁଛି । ଅଗଷ୍ଟ ୨୦ ତାରିଖରେ ଦ୍ବିତୀୟ ଡିବୁଷ୍ଟିଂ ଅପରେସନ ଆରମ୍ଭ ହେବ । ଏହା ରାତି ୨ଟାରେ ହେବ ।"

ଡିବୁଷ୍ଟିଂ ପ୍ରକ୍ରିୟା କଣ ?:-ଡିବୁଷ୍ଟିଂ ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ଲ୍ୟାଣ୍ଡର ନିଜ ବେଗକୁ କମ କରିଥାଏ । ଚନ୍ଦ୍ରଯାନ-୩ ଚନ୍ଦ୍ରଠାରୁ ୩୦କିମି ଦୂରରୁ ସଫ୍ଟ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ କରିବ । ଆସନ୍ତା ୨୩ ତାରିଖରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଥିବା ବେଳେ ଆଜି (ଅଗଷ୍ଟ ୧୮)ଠୁ ଲ୍ୟାଣ୍ଡର ନିଜ ବେଗ କମାଇଛି । ଆଜି ଅପରାହ୍ନ ୪ଟାରେ ଏହି ପ୍ରକ୍ରିୟା ସଫଳ ହୋଇଛି । ଆଜି ଲ୍ୟାଣ୍ଡର ବିକ୍ରମ ଡିବୁଷ୍ଟିଂ କରିବ ବୋଲି ଗତକାଲି ଇସ୍ରୋ ପକ୍ଷରୁ ଟ୍ବିଟ ମାଧ୍ୟମରେ ସୂଚନା ଦିଆଯାଇଥିଲା ।

ABOUT THE AUTHOR

...view details