ନୂଆଦିଲ୍ଲୀ:ଭାରତ-ଇସ୍ରାଏଲ ରଣନୈତିକ ସମ୍ପର୍କର 30ବର୍ଷ ପୂର୍ତ୍ତି ଅବସରରେ ଭାରତ ଆସିଥିବା ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟଜ ଆଜି (ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଆଜି ସଂନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଆବାସରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ଓ ସମାରିକ ସହଯୋଗ ନେଇ ଉଭୟ ନେତା ଆଲୋଚନା ମଧ୍ୟ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟଜ । ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ନେଇ ହେଲା ଆଲୋଚନା । ପୂର୍ବରୁ ନିଜ ପ୍ରତିପକ୍ଷ ରାଜନାଥ ସିଂଙ୍କ ସହ ମଧ୍ୟ କରିଥିଲେ ବୈଠକ । ଅଧିକ ପଢନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟଜ
ପୂର୍ବରୁ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ନିଜ ପ୍ରତିପକ୍ଷ ରାଜନାଥ ସିଂଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ । ଭାରତ-ଇସ୍ରାଏଲ ପରସ୍ପର ସହଯୋଗୀ ଭାବେ ଭଲ ବନ୍ଧୁତା ବଜାୟ ରଖିଆସିଛନ୍ତି । ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ 3 ଦଶନ୍ଧି ପୂରଣ ହୋଇଛି । ସେହି ଅବସରରେ ଭାରତ ଗସ୍ତରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟଜ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ