ଓଡିଶା

odisha

By

Published : May 17, 2021, 10:16 AM IST

ETV Bharat / bharat

ଗାଜା ଉପରେ ପୁଣି ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ

ସୋମବାର ସକାଳୁ ଗାଜା ଉପରେ ଇସ୍ରାଏଲ ଭାରି ଏୟାରଷ୍ଟ୍ରାଇକ ଆକ୍ରମଣ କରିଛି । ଅଧିକ ପଢନ୍ତୁ...

ଆଜି ସକାଳୁ ଗାଜା ଉପରେ ଇସ୍ରାଏଲର ଭାରି ଏୟାରଷ୍ଟ୍ରାଇକ ଆକ୍ରମଣ
ଆଜି ସକାଳୁ ଗାଜା ଉପରେ ଇସ୍ରାଏଲର ଭାରି ଏୟାରଷ୍ଟ୍ରାଇକ ଆକ୍ରମଣ

ଗାଜାସିଟି: ଆଜି(ସୋମବାର) ସକାଳୁ ଗାଜାର ବିଭିନ୍ନ ଅଞ୍ଚଳ ଉପରେ ପୁଣି ଇସ୍ରାଏଲ ଏୟାରଷ୍ଟ୍ରାଇକ ଆକ୍ରମଣ କରିଛି । ତେବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜାର ହମାସ ଶାସକଙ୍କ ସହିତ ଚତୁର୍ଥ ଯୁଦ୍ଧ ପାଇଁ ଆହ୍ବାନ ଦେବା ପରେ ଗାଜା ଉପରେ ଏହି ଆକ୍ରମଣ କରିଛି ଇସ୍ରାଏଲ ।

ଏହି ବିସ୍ଫୋରଣ ଗାଜାର ଉତ୍ତର ଦିଗରୁ ଦକ୍ଷିଣ ପାର୍ଶ୍ବକୁ ହୋଇଥିବା ବେଳେ ମାତ୍ର 10 ମିନିଟ ଭିତରରେ ସହରକୁ ଛାରଖାର କରିଥିଲା । ସୋମବାର ସକାଳୁ ହୋଇଥିବା ବିସ୍ଫୋରଣ ଅତି ଭୟାନକ ଥିଲା ବୋଲି ଜଣାପଡିଛି । ଇସ୍ରାଏଲ ଏବଂ ହମାସ ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ଗତ ସୋମବାରଠାରୁ ଜାରି ରହିଛି ବିବାଦ । ଏହି ବିବାଦରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ତିନୋଟି କୋଠା ଧୂଳିସାତ ହୋଇଥିଲା ।

ଇସ୍ରାଏଲ ସୋମବାର ଗାଜାର ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ଟାର୍ଗେଟ ରଖିଥିଲା । ବିଦ୍ୟୁତ୍ ବିତରଣ କମ୍ପାନୀର ସୂଚନା ଅନୁସାରେ ଏହି ଏୟାରଷ୍ଟ୍ରାଇକ ଦକ୍ଷିଣ ଅଞ୍ଚଳର ଏକମାତ୍ର ବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ କ୍ଷତି ପହଞ୍ଚାଇଛି । ଯାହାକି ଦକ୍ଷିଣ ଗାଜା ସହରର ବୃହତ ଅଂଶ ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଉଥିଲା ବୋଲି ଜଣାପଡିଛି । ଏହାର ପ୍ରତି ଜବାବରେ ହମାସ ଇସ୍ରାଏଲର ଜନବସତି ଅଞ୍ଚଳକୁ ରକେଟ ମାଡ କରିଛି । ଏହି ଆକ୍ରମଣରେ ମୃତାହତ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଇସ୍ରାଏଲ୍ ସୈନ୍ୟବାହିନୀ ଜେରୁଜୁଲମର ଅଲ-ଆକସା ମସଜିଦ ଉପରେ ଚଢାଉ କରିବା ପରେ ଏହି ହିଂସାକାଣ୍ଡ ଆରମ୍ଭ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details