ନୂଆଦିଲ୍ଲୀ: ଜାରି ରହିଥିବା ୟୁକ୍ରେନ-ଋଷ ସଙ୍କଟ ମଧ୍ୟରେ ଆଜି(ଶନିବାର) ଇସ୍ରାଏଲର ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି । ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।ଇସ୍ରାଏଲର ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ ମସ୍କୋରେ ପୁଟିନଙ୍କୁ ସାକ୍ଷାତ କରିବା ସହ ଆଲୋଚନା କରିଛନ୍ତି ।
Secret Meet: ପୁଟିନଙ୍କୁ ଭେଟିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ - ଋଷ ରାଷ୍ଟ୍ରପତିଙ୍କୁ ଭେଟିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ
ୟୁକ୍ରେନ-ଋଷ ସଙ୍କଟ ମଧ୍ୟରେ ପୁଟିନଙ୍କୁ ଭେଟି ଆଲୋଚନା କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାପଟିଲ ବେନେଟ । ଅଧିକ ପଢନ୍ତୁ
ପୁଟିନଙ୍କୁ ଭେଟିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାପଟିଲ ବେନେଟ
ତେବେ ଯୁକ୍ତରାଷ୍ଟ୍ର ଆମେରିକା ଘନିଷ୍ଠ ସହଯୋଗୀ କୁହାଯାଉଥିବା ଇସ୍ରାଏଲ ପୂର୍ବରୁ ଋଷର ଏହି ସାମରିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିବା ସହ ୟୁକ୍ରେନକୁ ନୈତିକ ସମର୍ଥନ ମଧ୍ୟ ପ୍ରଦାନ କରିଥିଲା । ତେବେ ପରବର୍ତ୍ତିତ ସ୍ଥିତିରେ ଇସ୍ରାଏଲ ଋଷ ସହ କଥା ହେବା ପରେ ସମୀକରଣ ବଦଳିପାରେ ବୋଲି ଅନୁମାନ କରାଯାଉଛି । ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ଗମ୍ଭୀର ସ୍ଥିତିର ଶାନ୍ତିପୂର୍ଣ୍ଣ ଆଲୋଚନା ଓ ସମାଧାନ ପାଇଁ ଇସ୍ରାଏଲ ଏକ ମୁଖ୍ୟ ପ୍ରସ୍ତାବକ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲଣି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ