ଓଡିଶା

odisha

ETV Bharat / bharat

ଇସ୍ରାଏଲ ଦୂତାବାସ ବିସ୍ଫୋରଣ ମାମଲା: କାର୍ଗିଲରୁ 4 ଗିରଫ - ଇସ୍ରାଏଲ ଦୂତାବାସ ବିସ୍ଫୋରଣ ମାମଲା

ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ମାମଲାରେ 4 ଜଣଙ୍କୁ କାର୍ଗିଲ ଅଞ୍ଚଳରୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

ଇସ୍ରାଏଲ ଦୂତାବାସ ବିସ୍ଫୋରଣ ମାମଲା: କର୍ଗିଲରୁ 4 ଗିରଫ
ଇସ୍ରାଏଲ ଦୂତାବାସ ବିସ୍ଫୋରଣ ମାମଲା: କର୍ଗିଲରୁ 4 ଗିରଫ

By

Published : Jun 25, 2021, 6:20 AM IST

ନୂଆଦିଲ୍ଲୀ: ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ମାମଲାରେ ଦିଲ୍ଲୀ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ । ଘଟଣାରେ 4 ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ କାର୍ଗିଲ ଅଞ୍ଚଳରୁ ଗିରଫ କରାଯାଇଛି । ପୋଲିସ ସମସ୍ତଙ୍କୁ ଟ୍ରାନଜିଟ ରିମାଣ୍ଡରେ ଦିଲ୍ଲୀ ଆଣୁଛି । ଅଭିଯୁକ୍ତଙ୍କୁ ପଚରାଉଚୁରା କରାଯାଉଥିବା ଜଣାପଡିଛି ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିସ୍ଫୋରଣ ଦିନ ସମସ୍ତ ଅଭିଯୁକ୍ତଙ୍କ ଫୋନ ବନ୍ଦ ହୋଇଯାଇଥିଲା। ଜାନୁଆରୀରେ ଦିଲ୍ଲୀର ଇସ୍ରାଏଲ ଦୂତାବାସଠାରୁ କିଛି ଦୂରରେ ବିସ୍ଫୋରଣ ଘଟିଥିଲା। ଏହି ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ କାର୍ଗିଲ ଅଞ୍ଚଳରେ (କାଶ୍ମୀର) ରହୁଥିବା ଚାରିଜଣ ଛାତ୍ରଙ୍କୁ ପଚରାଉଚରା କରୁଛି। ଏହି ଚାରିଜଣ ଘଟଣାର ସନ୍ଦିଗ୍ଧ ଥିବା ଜଣାପଡିଛି ।

ପଚରାଉଚରା ସମୟରେ ଯଦି ଏହି ଷଡଯନ୍ତ୍ରରେ ଅଭିଯୁକ୍ତଙ୍କର ସମ୍ପୃକ୍ତି ବିଷୟରେ ସୁରାକ ମିଳେ, ତେବେ ଅଧିକ ପଚରାଉଚରା କରାଯିବ । ନଚେତ ସେମାନଙ୍କୁ ଫେରିବାକୁ ଅନୁମତି ଦିଆଯିବ। ଏହି ବିସ୍ଫୋରଣ ସହ ଜଡିତ ତଦନ୍ତ କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଏନଆଇଏ ଦ୍ବାରା କରାଯାଉଛି । ଦିଲ୍ଲୀ ପୋଲିସ ପାଖରେ ଷଡଯନ୍ତ୍ର ମାମଲାରେ ଅନ୍ୟ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ବର୍ତ୍ତମାନ ସମାନ ମାମଲାରେ ଏହି ତଦନ୍ତ ଚାଲିଛି।

ABOUT THE AUTHOR

...view details