ଓଡିଶା

odisha

ETV Bharat / bharat

Republic Day: ଭାରତରେ ଆକ୍ରମଣ ଯୋଜନା, ଖଲିସ୍ତାନୀ ଆତଙ୍କୀଙ୍କୁ ଟ୍ରେନିଂ ଦେଉଛି ISI - ଭାରତରେ ଆକ୍ରମଣ ଯୋଜନା

ସାଧାରଣତନ୍ତ୍ର ଦିବସ ଓ ବିଧାନସଭା ନିର୍ବାଚନ ହେବାକୁ ଥିବା 5 ରାଜ୍ୟମାନଙ୍କରେ ହିଂସା, ଆକ୍ରମଣ ଘଟଇବା ପାଇଁ କାଶ୍ମୀର ଓ ଖଲିସ୍ଥାନର ଆତଙ୍କୀଙ୍କୁ ବ୍ୟବହାର କରିବାକୁ ପ୍ରୟାସ ଚଳାଇଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI । ଅଧିକ ପଢନ୍ତୁ

ସଧାରଣତନ୍ତ୍ର ଦିବସରେ ଭାରତରେ ଆକ୍ରମଣ ପାଇଁ ଖଲିସ୍ତାନୀ ଆତଙ୍କୀଙ୍କୁ ବ୍ୟବହାର କରିପାରେ ISI
ସଧାରଣତନ୍ତ୍ର ଦିବସରେ ଭାରତରେ ଆକ୍ରମଣ ପାଇଁ ଖଲିସ୍ତାନୀ ଆତଙ୍କୀଙ୍କୁ ବ୍ୟବହାର କରିପାରେ ISI

By

Published : Jan 25, 2022, 10:57 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀ ଆକ୍ରମଣ କରିବା ଏବଂ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଭାରତରେ ଆକ୍ରମଣ ତଥା ଅସ୍ଥିରତା ସୃଷ୍ଟି କରିବା ଦିଗରେ ପ୍ରୟାସ କରୁଛି ପାକିସ୍ତାନର ଗୁପ୍ତଚର ଏଜେନ୍ସି ଇଣ୍ଟର ସର୍ଭିସେସ୍ ଣ୍ଟେଲିଜେନ୍ସ (Inter Services Intelligence) । କାଶ୍ମୀର ଏବଂ ଖଲିସ୍ତାନ ଆତଙ୍କବାଦୀଙ୍କୁ ପୁନଃସକ୍ରିୟ କରି ଆକ୍ରମଣ ଘଟାଇବା ପାଇଁ ପାକିସ୍ତାନରୁ ଷଡଯନ୍ତ୍ର ଚାଲିଥିବା ଗୁଇନ୍ଦା ରିପୋର୍ଟରୁ ସୂଚନା ମିଳିଛି ।

ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କାଶ୍ମୀରରେ ଖଲିସ୍ତାନ ସମର୍ଥକ ତଥା ଭାରତ ବିରୋଧୀ ସମର୍ଥକଙ୍କୁ ଏକ ସାଧାରଣ ପ୍ଲାଟଫର୍ମରେ ଆଣିବା ପାଇଁ ଏକ ମିଶନ ଚଳାଇଛି ISI । ଅନ୍ୟପଟେ ସୀମା ଆରପଟେ ବ୍ୟାପକ ଆତଙ୍କବାଦୀ ମଧ୍ୟ ଭାରତରେ ଅନୁପ୍ରବେଶ କରିବାକୁ ପ୍ରସ୍ତୁତ ବୋଲି ଗୁପ୍ତଚର ଏଜେନ୍ସି ଦାବି କରିଛି । ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ସଂଗଠନକୁ ଭାରତରେ ଆକ୍ରମଣ ପାଇଁ ISI ପ୍ରଶିକ୍ଷଣ ମଧ୍ୟ ଦେବାରେ ଲାଗିଛି ।

ନିଷିଦ୍ଧ ଖଲିସ୍ତାନୀ ସଂଗଠନ 'ଶିଖ୍ ଫର ଜଷ୍ଟିସ୍' (SFJ)ର ସଦସ୍ୟଙ୍କର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । SFJର ନିର୍ଦ୍ଦିଷ୍ଟ ଭିଡିଓରେ କାଶ୍ମୀରର ଏକ ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ ବୁରହାନ ୱାନୀର ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଛି । ତେବେ ଗୁଇନ୍ଦା ସଂସ୍ଥା ଏନେଇ ଭାରତୀୟ ସେନା ଓ ସୁରକ୍ଷା ବଳକୁ ସତର୍କ କରାଇବା ପରେ ସବୁଠି ତତ୍ପରତା ପ୍ରକାଶ ପାଇଛି । କୌଣସି ସମ୍ଭାବ୍ୟ ଅଘଟଣକୁ ଏଡାଇବା ପାଇଁ ସୀମାରେ ସୁରକ୍ଷା ବଳ ଓ ନିର୍ବାଚନ ହେବାକୁ ଥିବା ୫ ରାଜ୍ୟର ପୋଲିସ ପ୍ରଶାସନ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ANI

ABOUT THE AUTHOR

...view details