ଓଡିଶା

odisha

ETV Bharat / bharat

ଅଟୋଚାଳକ ସାଜିଥିଲା ISI ଏଜେଣ୍ଟ: ସେନାର ଗୁପ୍ତତଥ୍ୟ ଲିକ୍ ମାମଲାରେ ୨ ଗିରଫ

ଆତଙ୍କୀ ଲିଙ୍କ ମାମଲାରେ ପଞ୍ଜାବରୁ ଅଟୋଚାଳକଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ATS । ଏହାସହ ଟେରର ଫଣ୍ଡିଂ ମାମଲାରେ ଆଉ ଜଣେ ସହଯାଗୀକୁ ଗିରଫ କରିଛି । ଏହାସହ ଏହି ନେଟୱାର୍କରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ତଦନ୍ତ ଚଳାଇଛି ତଦନ୍ତକାରୀ ସଂସ୍ଥା । ଅଧିକ ପଢନ୍ତୁ

By ETV Bharat Odisha Team

Published : Nov 27, 2023, 7:50 AM IST

ISI agent arrested
ISI ଏଜେଣ୍ଟ ଗିରଫ

ଚଣ୍ଡୀଗଡ଼:ଆତଙ୍କୀ ଲିଙ୍କ୍‌ ମାମଲାରେ ପଞ୍ଜାବରୁ ISI ଏଜେଣ୍ଟକୁ ଗିରଫ କଲା ଉତ୍ତରପ୍ରଦେଶ ATS । ଅଟୋଚାଳକ ସାଜି ଭାରତୀୟ ସେନାର ଗୁପ୍ତତଥ୍ୟ ଶତ୍ରୁଦେଶକୁ ଦେବା ଅଭିଯୋଗରେ ଅଭିଯୁକ୍ତ ଅମୃତ ପାଲକୁ ଗିରଫ କରାଯାଇଛି । ଭାରତୀୟ ସେନା ଟ୍ୟାଙ୍କରରୁ ଆରମ୍ଭ କରି ଅସ୍ତ୍ରଶସ୍ତ୍ର ସମ୍ବନ୍ଧରେ ଅନେକ ସମ୍ବେଦନଶୀଳ ତଥ୍ୟ ସେ ISI ଏଜେଣ୍ଟଙ୍କୁ ଦେଉଥିବାର ଜାଣିବାକୁ ପାଇଛି ATS । ଏହାସହ ISI ସହ ଟଙ୍କା ନେଣଦେଣ କରୁଥିବା ଗାଜିଆବାଦର ରିୟାଜୁଦ୍ଦିନଙ୍କୁ ମଧ୍ୟ ଗିରଫ କରାଯାଇଛି । ରିୟାଜୁଦ୍ଦିନ ଆକାଉଣ୍ଟକୁ ପାକିସ୍ତାନରୁ ଲକ୍ଷ ଲକ୍ଷ ଟଙ୍କା ଆସିଥିବାର ମଧ୍ୟ ସୁରାକ ମିଳିଛି । ଏହି ଟେରର୍ ଫଣ୍ଡିଂ ମାମଲାରେ ପୂର୍ବରୁ ୱସିହ୍ଲା ନାମକ ଜଣେ ବ୍ୟକ୍ତିଙ୍କୁ ଲକ୍ଷ୍ନୌରୁ ଗିରଫ କରାଯାଇଥିଲା ।

ISI ଏଜେଣ୍ଟ ଗିରଫ

ସ୍ପେଶାଲ ଡିଜି ପ୍ରଶାନ୍ତ କୁମାର କହିଛନ୍ତି, "ଭାରତରେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି(ISI) ପାଇଁ କାମ କରୁଥିବା ଗୁପ୍ତଚରମାନଙ୍କୁ ଅର୍ଥ ପ୍ରଦାନ କରୁଛନ୍ତି । ସେମାନଙ୍କ ବିଷୟରେ ସୂଚନା ସଂଗ୍ରହ କରୁଛନ୍ତି । ଏଜେନ୍ସି ଦ୍ବାରା କରାଯାଉଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ମାର୍ଚ୍ଚ 2022ରୁ ଏପ୍ରିଲ 2022 ମଧ୍ୟରେ ଗାଜିଆବାଦ ନିବାସୀ ରିୟାଜୁଦ୍ଦିନ ଏବଂ ବିହାରର ଇଜାରୁଲଙ୍କ ଆକାଉଣ୍ଟକୁ 70 ଲକ୍ଷ ଟଙ୍କା ଆସିଛି । ଏହି ଟଙ୍କା ଭିନ୍ନ ଭିନ୍ନ ବ୍ୟାଙ୍କ ଆକଉଣ୍ଟକୁ ଟ୍ରାନ୍ସଫର କରାଯାଇଛି ।"

ISI ଏଜେଣ୍ଟ ଗିରଫ

ଯାଞ୍ଚ ବେଳେ ATS ଜାଣିବାକୁ ପାଇଛି ଯେ, ପଞ୍ଜାବରେ ରହୁଥିବା ଅମୃତ ଗିଲ ନାମକ ଆଉ ଜଣେ ଅଟୋଚାଳକଙ୍କୁ ମଧ୍ୟ ରିୟାଜଉଦ୍ଦିନ ଆକାଉଣ୍ଟରୁ ଟଙ୍କା ପଠାଯାଇଥିଲା । ତେବେ ଅମୃତ ଗିଲ ଭାରତୀୟ ସେନାର ଅସ୍ତ୍ରଶସ୍ତ୍ର ବାବଦୀୟ ଗୁପ୍ତ ତଥ୍ୟ ପାକିସ୍ତାନୀ ଆତଙ୍କୀଙ୍କୁ ପଠାଉଥିଲା । ସତ ସାମନାକୁ ଆସିବା ପରେ ATS ଟିମ୍ ପଞ୍ଜାବର ଭାଠିଣ୍ଡାରୁ ଅମୃତ ଗିଲକୁ ଗିରଫ କରି ଟ୍ରାନଜିଟ୍ ରିମାଣ୍ଡରେ ନେଇଛି ।

ଏହା ମଧ୍ୟ ପଢନ୍ତୁ...OTP Sharing Scam: ଆସାମରୁ ରିକ୍ସା ଚାଳକକୁ ବାନ୍ଧିଲା ଏସଟିଏଫ, ପାକିସ୍ତାନକୁ ଦେଉଥିଲା ଗୁପ୍ତ ତଥ୍ୟ

ସେପଟେ ATS ଏଡିଜି ମୋହିତ ଅଗ୍ରୱାଲ କହିଛନ୍ତି, "ଏଜେଣ୍ଟମାନଙ୍କୁ ଟଙ୍କା ଟ୍ରାନ୍ସଫର କରିଥିବା ରିୟାଜୁଦ୍ଦିନ ଏବଂ ଇଜହାରୁଲ ୱେଲ୍ଡିଂ କାମ କରୁଥିଲେ । ସେହି ସମୟରେ ସେମାନେ ରାଜସ୍ଥାନରେ ପରସ୍ପର ସହ ସଂସ୍ପର୍ଶରେ ଆସିଥିଲେ । ସେବେଠାରୁ ଦୁହେଁ ପାକିସ୍ତାନୀ ଗୁପ୍ତଚର ଏଜେନ୍ସିରେ କାର୍ଯ୍ୟ କରୁଛନ୍ତି । ଅମୃତ ଗିଲ ପୂର୍ବରୁ ISI ଏଜେଣ୍ଟମାନଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ଭାରତୀୟ ସେନା ସହ ଜଡ଼ିତ ସମ୍ବେଦନଶୀଳ ସୂଚନା ପଠାଉଥିଲେ ବୋଲି ରିୟାଜୁଦ୍ଦିନଙ୍କୁ ପଚରାଉଚରାବେଳେ ଜାଣିବାକୁ ପାଇଛି ତଦନ୍ତକାରୀ ସଂସ୍ଥା । ଏହି କାର୍ଯ୍ୟ ବଦଳରେ ISI ଏଜେଣ୍ଟମାନେ ରିୟାଜୁଦ୍ଦିନ ଏବଂ ଇଜାହାରୁଲଙ୍କ ସାହାଯ୍ୟରେ ଅମୃତଙ୍କୁ ଟଙ୍କା ପଠାଉଥିଲେ । ଇଜାହାରୁଲ ବର୍ତ୍ତମାନ ବିହାରର ବେଟିହା ଜେଲ୍‌ରେ ଅଛି । ଏହି ନେଟୱାର୍କରେ ଆଉ କେଉଁମାନେ ଜଡିତ ଅଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରହିଛି ।

ABOUT THE AUTHOR

...view details