ଓଡିଶା

odisha

ଭାରତର ଜଣେ ଶୀର୍ଷ ନେତାଙ୍କୁ ହତ୍ୟା ପାଇଁ ଥିଲା ଯୋଜନା, ଋଷରୁ ଧରା ପଡିଲା ISIS ଆତଙ୍କୀ

By

Published : Aug 22, 2022, 4:35 PM IST

Updated : Aug 22, 2022, 5:04 PM IST

ଭାରତର ଜଣେ ଶୀର୍ଷ ନେତାଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲା କୁଖ୍ୟାତ ଆତଙ୍କବାଦୀ ସଂଗଠନ ISIS । ଋଷରୁ ଧରା ପଡିଲା ଆତ୍ମଘାତୀ ଆକ୍ରମଣକାରୀ । ଭାରତକୁ ସତର୍କ କରାଇଲା ଋଷ । ଅଧିକ ପଢନ୍ତୁ

ଭାରତର ଜଣେ ଶୀର୍ଷ ନେତାଙ୍କୁ ହତ୍ୟା ପାଇଁ ଥିଲା ଯୋଜନା, ଋଷରୁ ଧରା ପଡିଲା ISIS ଆତଙ୍କୀ
ଭାରତର ଜଣେ ଶୀର୍ଷ ନେତାଙ୍କୁ ହତ୍ୟା ପାଇଁ ଥିଲା ଯୋଜନା, ଋଷରୁ ଧରା ପଡିଲା ISIS ଆତଙ୍କୀ

ମସ୍କୋ/ନୂଆଦିଲ୍ଲୀ:ଭାରତର ଜଣେ ଶୀର୍ଷ ନେତାଙ୍କୁ ଆତ୍ମଘାତୀ ଆକ୍ରମଣରେ ହତ୍ୟା କରିବାର ଥିଲା ଯୋଜନା । ଇସଲାମିକ ଆତଙ୍କବାଦୀ ସଂଗଠନ ଏହି ହତ୍ୟା ଷଡଯନ୍ତ୍ର କରିଥିଲା । କୌଣସି ମୁହୂର୍ତ୍ତରେ ଏହି ହତ୍ୟାକାଣ୍ଡକୁ ରୂପ ଦିଆ ଯାଇଥାନ୍ତା । ଋଷରେ ଜଣେ ଆତ୍ମଘାତୀ ଆତଙ୍କବାଦୀକୁ ଗିରଫ କରିବା ପରେ ତା ନିକଟରୁ ଏପରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏହାକୁ ନେଇ ତୁରନ୍ତ ଋଷ ପକ୍ଷରୁ ଭାରତକୁ ସତର୍କ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଋଷର ଗଣମାଧ୍ୟମରେ ତଥ୍ୟ ପ୍ରକାଶ ପାଇଛି ।

ଆଜି (ସୋମବାର) ଋଷର ଜାତୀୟ ସୁରକ୍ଷା ସଂସ୍ଥା (Russian Federal Security Service (FSB) ଏହି ଆତଙ୍କବାଦୀକୁ ଗିରଫ କରିବାରେ ସଫଳ ହୋଇଛି । ପ୍ରାଥମିକ ତଦନ୍ତ ପରେ ଉକ୍ତ ଆତଙ୍କବାଦୀ ଠାରୁ ଯାହା ତଥ୍ୟ ମିଳିଛି, ତାହା ସମସ୍ତଙ୍କୁ ଚମକାଇ ଦେଇଛି । ଗିରଫ ଆତଙ୍କବାଦୀ କୁଖ୍ୟାତ ସଂଗଠନ ISISର ସକ୍ରିୟ ସଦସ୍ୟ ଓ ଜଣେ ଆତ୍ମଘାତୀ ଆକ୍ରମଣକାରୀ ମଧ୍ୟ । ସେ ଆତ୍ମଘାତୀ ଆକ୍ରମଣ ମିଶନରେ ନିୟୋଜିତ ରହିଛି । ଭାରତର ଜଣେ ଶୀର୍ଷ ନେତାଙ୍କୁ ଆତ୍ମଘାତୀ ଆକ୍ରମଣରେ ହତ୍ୟା କରିବାର ମୂଳ ଯୋଜନା ଥିବା ଉକ୍ତ ଆତଙ୍କୀ ଋଷ ଏଜେନ୍ସି ନିକଟରେ ପ୍ରକାଶ କରିଛି । ତେବେ ଏହି ତଥ୍ୟ ଭାରତ ନିକଟରେ ପହଞ୍ଚିବା ପରେ ଭାରତରେ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ଗୁଇନ୍ଦା ସଂସ୍ଥା ଓ ଅନ୍ୟ ଏଜେନ୍ସିଂଗୁଡିକ ମଧ୍ୟ ଆତଙ୍କୀ ଗତିବିଧି ନେଇ ତଦନ୍ତ ଆରମ୍ଭ କରି ସାରିଛନ୍ତି ।

ମଧ୍ୟପ୍ରାଚ୍ୟ ଦେଶଗୁଡିକରେ ନିଜ କୃରତା ପାଇଁ କୁଖ୍ୟାତି ଅର୍ଜନ କରିଥିବା ଆତଙ୍କବାଦୀ ସଂଗଠନ ISISକୁ ବିଶ୍ବ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇଛି । ଭାରତ ମଧ୍ୟ ଏହାକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି । ଦେଶର କିଛି ସ୍ଥାନରେ ଏହି ଆତଙ୍କବାଦୀ ସଂଗଠନରେ ସମ୍ପୃକ୍ତି ଅଭିଯୋଗରେ କିଛି ସନ୍ଦିଗ୍ଧ ଆତଙ୍କୀ ମଧ୍ୟ ଗିରଫ ହୋଇ ସାରିଛନ୍ତି । ତେବେ ଏମାନେ ଇଣ୍ଟରନେଟରେ ଯୁବକଙ୍କୁ ପ୍ରଲୋଭିତ କରି ସଦସ୍ୟ ସଂଗ୍ରହ କରିବାରେ ଲାଗିଛନ୍ତି ।

ନିକଟରେ ଦେଶରେ ନୁପୂର ଶର୍ମାଙ୍କ ବିବାଦୀୟ ବୟାନ ପରେ ଭାରତର ଏକାଧିକ ବଡ ସହରରେ ଆକ୍ରମଣ କରିବା ପାଇଁ ଧମକ ଦେଇଥିଲା ଏହି ISIS ଆତଙ୍କୀ ସଂଗଠନ । ସେତେବେଳେ ଦେଶର କିଛି ପ୍ରମୁଖ ସହରରେ ହାଇଆଲର୍ଟ ମଧ୍ୟ ଜାରି କରାଯାଇଥିଲା । ତେବେ ଏହି ଆକ୍ରମଣ ଯୋଜନା ମଧ୍ୟ ଉକ୍ତ ପ୍ରସଙ୍ଗ ସମ୍ପର୍କିତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 22, 2022, 5:04 PM IST

ABOUT THE AUTHOR

...view details