ଓଡିଶା

odisha

ETV Bharat / bharat

ମାର୍ଗଦର୍ଶୀ ଚିଟଫଣ୍ଡ ବିରୋଧରେ ଆନ୍ଧ୍ର ସିଆଇଡିର ଲୁକଆଉଟ ନୋଟିସକୁ ହାଇକୋର୍ଟ ଭର୍ତ୍ସନା - ମାର୍ଗଦର୍ଶୀ ଚିଟଫଣ୍ଡ କମ୍ପାନୀ

କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ମଧ୍ୟ ମାର୍ଗଦର୍ଶୀ ଚିଟଫଣ୍ଡ କମ୍ପାନୀ ଏମଡିଙ୍କୁ ଆନ୍ଧ୍ର ସିଆଇଡିର ଲୁକଆଉଟ ନୋଟିସକୁ ଭର୍ତ୍ସନା କଲେ ତେଲେଙ୍ଗାନା ହାଇକୋର୍ଟ । କାହିଁକି ହେବନି ଅଦାଲତ ଅବମାନନା ମାମଲା, ସେନେଇ ସତ୍ୟପାଠ ଦାଖଲ କରି ଆନ୍ଧ୍ର । ଅଧିକ ପଢନ୍ତୁ

ମାର୍ଗଦର୍ଶୀ ଚିଟଫଣ୍ଡ ବିରୋଧରେ ଆନ୍ଧ୍ର ସିଆଇଡିର ଲୁକଆଉଟ ନୋଟିସକୁ ଅଦାଲତ ଅବମାନନା କହି ହାଇକୋର୍ଟ ଭର୍ତ୍ସନାଙ୍କ ଭର୍ତ୍ସନା
ମାର୍ଗଦର୍ଶୀ ଚିଟଫଣ୍ଡ ବିରୋଧରେ ଆନ୍ଧ୍ର ସିଆଇଡିର ଲୁକଆଉଟ ନୋଟିସକୁ ଅଦାଲତ ଅବମାନନା କହି ହାଇକୋର୍ଟ ଭର୍ତ୍ସନାଙ୍କ ଭର୍ତ୍ସନା

By ETV Bharat Odisha Team

Published : Nov 29, 2023, 11:00 PM IST

ହାଇଦ୍ରାବାଦ:କୋର୍ଟଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ବେ ମାର୍ଗଦର୍ଶୀ ଚିଟଫଣ୍ଡ ସଂସ୍ଥାର ଏମଡିଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ଜାରି କରାଯିବାକୁ ନେଇ ଆନ୍ଧ୍ର ପ୍ରଦେଶ ସିଆଇଡି ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ତେଲେଙ୍ଗାନା ହାଇକୋର୍ଟ । ଏହି ମାମଲାରେ ଚିଟଫଣ୍ଡ ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ଥିବା ବେଳେ କିପରି ଏହାକୁ ଉଲ୍ଲଙ୍ଘନ କରି ଲୁକଆଉଟ ନୋଟିସ ଜାରି କଲା ବୋଲି କୋର୍ଟ ଆନ୍ଧ୍ର ପ୍ରଦେଶ ସିଆଇଡିକୁ ପ୍ରଶ୍ନ କରିଛନ୍ତି । ଏହା କ’ଣ ଅଦାଲତ ଅବମାନନା ନୁହେଁ ବୋଲି କୋର୍ଟ ମଧ୍ୟ ସିଆଇଡିକୁ ପ୍ରଶ୍ନ କରିଛନ୍ତି । ତେବେ ଆନ୍ଧ୍ର ସିଆଇଡି କୋର୍ଟରେ ସତ୍ୟପାଠ ଦାଖଲ କରିବା ପାଇଁ ଅଧିକ ସମୟ ମାଗିବା ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର 15 ତାରିଖକୁ ଧାର୍ଯ୍ୟ କରାଯାଇଛି ।

ମାର୍ଚ୍ଚ 21 ତାରିଖରେ ଚିଟ ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଆନ୍ଧ୍ର ପ୍ରଦେଶ ସିଆଇଡି ଚିଟ ସଂସ୍ଥାର ମୁଖ୍ୟ ଶୈଳଜା କିରଣଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ଜାରି କରିବା ସହ କମ୍ପାନୀର କିଛି ସମ୍ପତ୍ତି ମଧ୍ୟ ଜବତ କରିଥିଲା । ଏନେଇ ସଂସ୍ଥାର ଏମଡି ଶୈଳଜା କିରଣ ଆନ୍ଧ୍ର ପ୍ରଦେଶ ସିଆଇଡି ବିରୋଧରେ ତେଲେଙ୍ଗାନା ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାଏର କରିଥିଲେ ।

ଆଜି ତେଲେଙ୍ଗାନା ହାଇକୋର୍ଟରେ ଏହି ମାମଲା ଶୁଣାଣି ବେଳେ ମାର୍ଗଦର୍ଶୀ ଚିଟଫଣ୍ଡ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦମ୍ମଲପତି ଶ୍ରୀନିବାସ ଓ ଆଇନଜୀବୀ ବାସିରେଡ୍ଡୀ ବିମଲ ବର୍ମା ପକ୍ଷ ରଖିଥିଲେ । ଶେଷ ଶୁଣାଣିରେ ଆନ୍ଧ୍ର ସିଆଇଡିକୁ ଅଦାଲତ ଅବମାନନା ମାମଲାରେ ଏକ କ୍ଷମା ପ୍ରାର୍ଥନା ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ମିଳିଥିଲେ ସୁଦ୍ଧା ତାହା ଏପର୍ଯ୍ୟନ୍ତ ଦାଖଲ ହୋଇପାରନି ବୋଲି ମାର୍ଗଦର୍ଶୀ ପକ୍ଷ ଅଭିଯୋଗ କରିଥିଲା । ଆନ୍ଧ୍ର ପକ୍ଷରୁ ଆଇନଜୀବୀ କୈଳାଶନାଥ ରେଡ୍ଡୀ କୋର୍ଟରେ ପକ୍ଷ ରଖିଥିଲେ । ଆନ୍ଧ୍ର ପ୍ରଦେଶ ସିଆଇଡିର ଲୁକଆଉଟ ସର୍କୁଲାର ଜାରି କରିବା ସମ୍ପର୍କରେ କୋର୍ଟଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରତିପକ୍ଷ ଆଇନଜୀବୀ ରେଡ୍ଡୀ କହିଥିଲେ, ତଦନ୍ତ ଜାରି ରହିଥିବା ବେଳେ ଅବଗତ ନକରି ଚିଟ ସଂସ୍ଥାର ଏମଡି ବିଦେଶ ଯିବା କାରଣରୁ ଏହି ସର୍କୁଲାର ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ଅସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତକୁ ଫେରିଲା ଉଗ୍ରବାଦୀ ସଂଗଠନ UNLF

ତଥାପି ଏହି ଉତ୍ତରରେ କୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । କାର୍ଯ୍ୟାନୁଷ୍ଠାନ ନନେବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ବେ ଏହାକୁ ଉଲ୍ଲଙ୍ଘନ କରାଯାଇ ଏହି ସର୍କୁଲାର ଜାରି କରାଯାଇଥିବାରୁ ଏହାକୁ ଅଦାଲତ ଅବମାନନା ଶ୍ରେଣୀର ଅପରାଧ ଭାବେ ବିବେଚନା କରିଯିବ ବୋଲି ଖଣ୍ଡପୀଠ କହିଥିଲେ । ଏହି ପ୍ରଶ୍ନରେ ସତ୍ୟପାଠ ଦାଖଲ କରିବା ପାଇଁ ଆନ୍ଧ୍ର ସିଆଇଡି ଅଧିକ ସମୟ ମାଗିଛି । ଆଜି ଏହି ମାମଲାର ଶୁଣାଣି ସହ ଆସନ୍ତା ମାସ 15 ତାରିଖକୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details