ନୂଆଦିଲ୍ଲୀ: ଅନିଲ କୁମାର ଲାହୋଟି (Anil Kumar Lahoti ) ରେଳ ବୋର୍ଡ (Ministry of Railways) ର ନୂତନ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (Chief Executive Officer) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି (Anil Kumar Lahoti has taken over the charge of new Chairman Railway Board ) । କ୍ୟାବିନେଟ ନିଯୁକ୍ତି କମିଟି ଅନିଲ କୁମାର ଲାହୋଟିଙ୍କର ରେଳ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି । ଏହା ପୂର୍ବରୁ ଅନିଲ କୁମାର ଲାହୋଟି ରେଳ ବୋର୍ଡର ସଦସ୍ୟ (ଭିତ୍ତିଭୂମି) ଭାବରେ କାର୍ଯ୍ୟ କରି ସାରିଛନ୍ତି ।
ଏହାବି ପଢନ୍ତୁ- କଳିଙ୍ଗନଗର ଗୁଳିକାଣ୍ଡକୁ 17 ବର୍ଷ, ମୃତକଙ୍କୁ ଝୁରୁଛନ୍ତି ସମ୍ପର୍କୀୟ
ଲାହୋଟି ଇଣ୍ଡିଆନ ରେଲୱେ ସର୍ଭିସ ଅଫ ଇଞ୍ଜିନିୟର୍ସ (Indian Railway Service of Engineers ) ୧୯୮୪ ବ୍ୟାଚର ଅଧିକାରୀ ଅଟନ୍ତି । ସେ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ଭାରତୀୟ ରେଳ ପରିଚାଳନା ସେବାର ସ୍ତର -୧୭ର ପ୍ରଥମ ପ୍ୟାନେଲରେ ସ୍ଥାନିତ ହୋଇ ସାରିଛନ୍ତି । ମାଧବ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ, ଗ୍ୱାଲିଅରରୁ ସିଭିଲ ଇଞ୍ଜିନିୟରିଂରେ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି। ରୁରକି ବିଶ୍ୱବିଦ୍ୟାଳୟ (ଆଇଆଇଟି, ରୁରକି) ରୁ ମାଷ୍ଟର ଅଫ ଇଞ୍ଜିନିୟରିଂ (ଷ୍ଟ୍ରକଚର୍ସ) କରିଛନ୍ତି । ରେଳବାଇରେ ତାଙ୍କର ୩୬ ବର୍ଷରୁ ଅଧିକ ଅବଧିର ସେବା ସମୟରେ ସେ କେନ୍ଦ୍ରୀୟ ରେଳ, ଉତ୍ତର ରେଳ, ଉତ୍ତର କେନ୍ଦ୍ରୀୟ ରେଳ, ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ରେଳବାଇ ଏବଂ ରେଳ ବୋର୍ଡରେ ବିଭିନ୍ନ ପଦବୀରେ ରହି କାର୍ଯ୍ୟ କରିଛନ୍ତି ।
ଏହା ପୂର୍ବରୁ ଲାହୋଟି କେନ୍ଦ୍ରୀୟ ରେଳବାଇର ଜେନେରାଲ ମ୍ୟାନେଜର ଭାବରେ କାର୍ଯ୍ୟ କରିଛନ୍ତି। ପଶ୍ଚିମ ରେଳବାଇର ଜିଏମ ପଦର ଅତିରିକ୍ତ ଦାୟିତ୍ୱ ମଧ୍ୟ କିଛି ମାସ ତୁଳାଇଛନ୍ତି । ଜେନେରାଲ ମ୍ୟାନେଜର ଭାବରେ ତାଙ୍କର କାର୍ଯ୍ୟକାଳରେ ସର୍ବାଧିକ କିଷାନ ରେଳ ଚଲାଇବା ସହିତ ଅର୍ଜନ ହୋଇଥିବା ରାଜସ୍ୱ କ୍ଷେତ୍ରରେ ସର୍ବାଧିକ ମାଲ ପରିବହନ ଏବଂ ପାର୍ସଲ ଟ୍ରାଫିକ ହାସଲ କରିବାର ଶ୍ରେୟ ସେ ପାଇଛନ୍ତି । ଅଣ ଭଡା ସୁଯୋଗ, ସ୍କ୍ରାପ ବିକ୍ରୟ ଏବଂ ବ୍ୟାପକ ଟିକେଟ ଯାଞ୍ଚ ଅଭିଯାନ ଦ୍ୱାରା ସେ ରାଜସ୍ୱ ସଂଗ୍ରହରେ ରେକର୍ଡ ଉନ୍ନତି ଆଣିଥିଲେ । ମୁମ୍ବାଇରେ ଶୀତତାପ ନିୟନ୍ତ୍ରିତ ଉପ- ନଗରୀୟ ସେବା ଗୁଡିକର ସମ୍ପ୍ରସାରଣର ଉଦବେଗଜନକ ସମସ୍ୟାର ସଫଳତାପୂର୍ବକ ପରିଚାଳନା ଏବଂ ସମାଧାନ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ, କେନ୍ଦ୍ରୀୟ ରେଳବାଇ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରିତା ଏବଂ କମିଶନିଂ କାର୍ଯ୍ୟରେ ଏକ ବଡ ଧରଣର ସୁଧାର ଆସିଥିଲା । ମୁମ୍ବାଇର ଡିଭା ଏବଂ ଥାନେ ମଧ୍ୟରେ ଦୀର୍ଘ ପ୍ରତୀକ୍ଷିତ ୫ମ ଏବଂ ୬ଷ୍ଠ ଲାଇନକୁ ଆରମ୍ଭ କରାଯାଇଥିଲା ।