ଓଡିଶା

odisha

ETV Bharat / bharat

'ଆଇରନ ଲେଡିଙ୍କ କାର୍ଯ୍ୟ ନାରୀଶକ୍ତି ପାଇଁ ବଡ ଉଦାହରଣ'

ଆଜି ଦେଶର ପୂର୍ବତନ ତଥା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଆଜି ୩୭ତମ ପୂଣ୍ୟତିଥି । ଏହି ଅବସରରେ କଂଗ୍ରେସ ସହିତ ପୂର୍ବତନ ଦଳର ମୁଖ୍ୟ ରାହୁଲ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅଧିକ ପଢନ୍ତୁ...

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ

By

Published : Oct 31, 2021, 12:17 PM IST

ନୂଆଦିଲ୍ଲୀ:ଆଜି ଦେଶର ପୂର୍ବତନ ତଥା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଆଜି ୩୭ତମ ପୂଣ୍ୟତିଥି । ଏହି ଅବସରରେ କଂଗ୍ରେସ ସହିତ ପୂର୍ବତନ ଦଳର ମୁଖ୍ୟ ରାହୁଲ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଇନ୍ଦିରା ଗାନ୍ଧୀ ନାରୀ ଶକ୍ତିର ଏକ ଉଦାହରଣ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ଶକ୍ତି ସ୍ଥଳରେ ଇନ୍ଦିରା ଗାନ୍ଧୀଙ୍କ ସ୍ମୃତିପୀଠରେ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି ରାହୁଲ । ମୋ ଜେଜେମା ତାଙ୍କ ଜୀବନର ଶେଷ ମୂହୂର୍ତ୍ତ ଯାଏଁ ନିର୍ଭୟର ସହିତ ଦେଶ ସେବା କରିଛନ୍ତି । ତାଙ୍କ ଜୀବନୀ ଆମ ପାଇଁ ପ୍ରେରଣା । ନାରୀ ଶକ୍ତିର ବଡ ଉଦାହରଣ ତାଙ୍କ କାର୍ଯ୍ୟ ବୋଲି ଟ୍ବିଟ କରି କହିଛନ୍ତି ରାହୁଲ ।

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେଶପ୍ରତି ଥିବା ଅବଦାନକୁ ପ୍ରଶଂସା କରିଛି ଜାତୀୟ କଂଗ୍ରେସ। ଦେଶର ସେବା କରି ଦେଶପ୍ରତି ଜୀବନକୁ ଉତ୍ସର୍ଗ କରିଥିବା ଅସଲ ବ୍ୟକ୍ତିତ୍ବ ହେଲେ ଇନ୍ଦିରା ଗାନ୍ଧୀ । ଦେଶ ସେବାକୁ ବ୍ୟକ୍ତିଗତ କରିଥିଲେ । ଆଇରନ୍ ଲେଡି ଅଫ୍ ଇଣ୍ଡିଆ ଆମର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ପ୍ରକୃତ ଭାରତ ରତ୍ନ, ସ୍ମୃତି ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ତିରୋଧାନ ବାର୍ଷିକୀରେ ଟ୍ବିଟ କରି ଶ୍ରଦ୍ଧାଞ୍ଜଳି ଦେଇଛି କଂଗ୍ରେସ ।

୧୯୮୪ ମସିହା ଅକ୍ଟୋବର ୩୧ ତାରିଖ । ଘର ଆଗରେ ବୁଲୁଥିବା ସମୟରେ ନିଜ ଅଙ୍ଗରକ୍ଷୀଙ୍କ ଗୁଳିରେ ଟଳିପଡିଥିଲେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ଯାହା ପୁରା ଦେଶକୁ ସ୍ତବ୍ଧ କରିଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details