ଓଡିଶା

odisha

ETV Bharat / bharat

Railway Catering services: ଏଣିକି ଟ୍ରେନରେ ମିଳିବ ମନପସନ୍ଦର ଖାଦ୍ୟ - ଆଇଆରସିଟିସି

ଟ୍ରେନ କ୍ୟାଟରିଙ୍ଗ ସେବା (Catering services)ରେ ଉନ୍ନତି ଆଣିବା ପାଇଁ ଏକ ପଦକ୍ଷେପ ଭାବରେ ମେନୁ (MENU )କୁ ଅନ୍ତର୍ଭୁକ୍ତ ଓ ମୂଲ୍ୟାୟନ କରିବା ପାଇଁ ଆଇଆରସିଟିସି (IRCTC )ରେ ନମନୀୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଦ୍ଵାରା ଆଞ୍ଚଳିକ ରୋଷେଇ/ପାକ ପ୍ରଣାଳୀ, ଋତୁକାଳୀନ ସୁସ୍ଵାଦ ଖାଦ୍ୟ, ପର୍ବ ସମୟରେ ଆବଶ୍ୟକତା, ବିଭିନ୍ନ ଗୋଷ୍ଠୀର ପସନ୍ଦ ଅନୁଯାୟୀ ଖାଦ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ ହେବ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Nov 16, 2022, 7:16 AM IST

ନୂଆଦିଲ୍ଲୀ: ଟ୍ରେନ କ୍ୟାଟରିଙ୍ଗ ସେବା (Catering services) ରେ ଉନ୍ନତି ଆଣିବା ପାଇଁ ଏକ ପଦକ୍ଷେପ ଭାବରେ ମେନୁ (MENU )କୁ ଅନ୍ତର୍ଭୁକ୍ତ ଓ ମୂଲ୍ୟାୟନ କରିବା ପାଇଁ ଆଇଆରସିଟିସି (IRCTC )ରେ ନମନୀୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଦ୍ଵାରା ଆଞ୍ଚଳିକ ରୋଷେଇ/ପାକ ପ୍ରଣାଳୀ, ଋତୁକାଳୀନ ସୁସ୍ଵାଦ ଖାଦ୍ୟ, ପର୍ବ ସମୟରେ ଆବଶ୍ୟକତା, ବିଭିନ୍ନ ଗୋଷ୍ଠୀର ପସନ୍ଦ ଅନୁଯାୟୀ ଖାଦ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ ହେବ । ଯାତ୍ରୀମାନଙ୍କ ପାଇଁ ଯେପରିକି ମଧୁମେହ ଖାଦ୍ୟ, ଶିଶୁ ଖାଦ୍ୟ, ମିଲେଟ ଆଧାରିତ ସ୍ଥାନୀୟ ଉତ୍ପାଦ ଇତ୍ୟାଦି ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଗୁଡିକର ବିକଳ୍ପ ଅନ୍ତର୍ଭୁକ୍ତ ହେବ ।

ସେହି ଅନୁଯାୟୀ, ରେଳ ମନ୍ତ୍ରାଳୟ (Railway Ministry) ନିର୍ଦ୍ଧିଷ୍ଟ ସର୍ତ୍ତ ଆଧାରରେ ଏହାକୁ ଅନୁମୋଦନ କରିଛି । ଯାହା ଦ୍ଵାରା ଖାଦ୍ୟର ଗୁଣବତ୍ତା ଓ ସ୍ବଚ୍ଛତା ସହିତ ସ୍ଥାନୀୟ ତଥା ଋତୁକାଳୀନ ଖାଦ୍ୟ ଏବଂ ନିର୍ଦ୍ଧିଷ୍ଟ ବର୍ଗର ଲୋକଙ୍କ ପାଇଁ ଖାଦ୍ୟ ଉପରେ ପ୍ରାଧ୍ୟାନ୍ୟ ଦିଆଯିବ ।

ଏହାବି ପଢନ୍ତୁ- Baliyatra 2022: ଭଲ ହୋଇଛି ମସଲା ବ୍ୟବସାୟ, ବଢ଼ିଛି ଭାରତ ମସଲା ବିଶ୍ୱସନୀୟତା

ଯେଉଁ ଟ୍ରେନ ଗୁଡିକରେ ଯାତ୍ରୀ ଭଡା ସହିତ କ୍ୟାଟରିଙ୍ଗ ଦେୟ ଅନ୍ତର୍ଭୁକ୍ତ କରାଯାଇଅଛି ତାହା ପୂର୍ବରୁ ସୂଚିତ ହୋଇଥିବା ଶୁଳ୍କ ମଧ୍ୟରେ ଆଇଆରସିଟିସି ଦ୍ଵାରା ଖାଦ୍ୟ ପଦାର୍ଥ ତାଲିକା ସ୍ଥିର ହେବ । ଏଥିସହ, ଏମଆରପିରେ ଆ-ଲା-କାର୍ଟ ଭୋଜନ ଏବଂ ବ୍ରାଣ୍ଡେଡ ଖାଦ୍ୟ ସାମଗ୍ରୀ ଗୁଡିକର ନିରାପଦ ମଧ୍ୟ ଏହି ପ୍ରି ପେଡ ଟ୍ରେନ ଗୁଡିକରେ ଅନୁମତି ଦିଆଯିବ । ଏହିପରି ଆ-ଲା-କାର୍ଟ ଭୋଜନ (a-la-carte meals) ତାଲିକା ଏବଂ ଶୁଳ୍କ ଆଇଆରସିଟିସି ଦ୍ଵାରା ସ୍ଥିର ହେବ । ଅନ୍ୟାନ୍ୟ ମେଲ ଏକ୍ସପ୍ରେସ ଟ୍ରେନ ପାଇଁ, ମେନୁ ବଜେଟ ସେଗମେଣ୍ଟ ଆଇଟମ ଗୁଡିକ ଷ୍ଟାଣ୍ଡାର୍ଡ ଭୋଜନ ପରି ଆଇଆରସିଟିସି ଦ୍ଵାରା ସ୍ଥିର ହୋଇସାରିଛି । ଜନତା ଭୋଜନର ମେନୁ ଏବଂ ଶୁଳ୍କ ଅପରିବର୍ତ୍ତିତ ରହିବ ।

ଏହା ବ୍ୟତୀତ, ମେଲ ଏକ୍ସପ୍ରେସ ଟ୍ରେନରେ ଏମଆରପିରେ ଆ-ଲା-କାର୍ଟ ଭୋଜନ (a-la-carte meals ) ଏବଂ ବ୍ରାଣ୍ଡେଡ ଖାଦ୍ୟ ସାମଗ୍ରୀ ବିକ୍ରୟକୁ ଅନୁମତି ଦିଆଯିବ । ଏହିପରି ଆ-ଲା-କାର୍ଟ ଭୋଜନର ମେନୁ ଏବଂ ଶୁଳ୍କ ମଧ୍ୟ ଆଇଆରସିଟିସି ଦ୍ଵାରା ସ୍ଥିର ହେବ ।

ଏହାବି ପଢନ୍ତୁ- ଇସ୍ତଫା ଦେଲେ ହ୍ୱାଟ୍ସଆପ ଇଣ୍ଡିଆ ମୁଖ୍ୟ

ମେନୁ ସ୍ଥିର କଲାବେଳେ ଆଇଆରସିଟିସି (IRCTC ) ଖାଦ୍ୟ ଏବଂ ସେବାର ଗୁଣବତ୍ତା ସହିତ ମାନଦଣ୍ଡର ଉନ୍ନତିକରଣକୁ ନିଶ୍ଚିତ କରିବ ଏବଂ ଯାତ୍ରୀମାନଙ୍କ ଅଭିଯୋଗକୁ ଏଡାଇବା ପାଇଁ ବାରମ୍ବାର ତଥା ଅଯଥା ପରିବର୍ତ୍ତନର ଯେପରିକି ପରିମାଣ ଏବଂ ଗୁଣବତ୍ତାରେ ହ୍ରାସ, ନିମ୍ନ ବ୍ରାଣ୍ଡ ଖାଦ୍ୟ ପଦାର୍ଥ ବ୍ୟବହାର ଇତ୍ୟାଦିକୁ ଏଡ଼ାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯିବ । ସେହିଭଳି, ମେନୁ ଶୁଳ୍କ ସହିତ ଅନୁରୂପ ହେବା ଉଚିତ ଏବଂ ଯାତ୍ରୀମାନଙ୍କ ସୂଚନା ପାଇଁ ମେନୁଗୁଡିକ ପୂର୍ବରୁ ସୂଚିତ କରାଯାଇଛି ଏବଂ ପ୍ରଚଳନ ପୂର୍ବରୁ ରେଳବାଇକୁ ପରାମର୍ଶ ଦିଆଯିବ ।

ABOUT THE AUTHOR

...view details