ଓଡିଶା

odisha

ETV Bharat / bharat

ଗୋଟିଏ ଟ୍ରେନରେ ବସି ବୁଲନ୍ତୁ ଚାରିଧାମ, ଜାଣନ୍ତୁ କଣ ରହିଛି ସୁବିଧା କେତେ ଟଙ୍କା ଦେବାକୁ ପଡିବ ? - ଚାରିଧାମ ଯାତ୍ରା

ଚାରିଧାମ ଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରେନ ଆରମ୍ଭ କଲା IRCTC । ଯାହାର ନାଁ ରହିଛି ‘ଦେଖୋ ଆପନା ଦେଶ’ ଡିଲକ୍ସ ଏସି ଟ୍ରେନ । ଏହି ଟ୍ରେନରେ ଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଯାଉଛି । ଅଧିକ ପଢନ୍ତୁ...

ଚାରିଧାମ ଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରେନ ;78 ହଜାର 585 ଟଙ୍କାରେ ଯାତ୍ରୀ ବୁଲିବେ ବଛା ବଛା ଦର୍ଶନୀୟ ସ୍ଥାନ
ଚାରିଧାମ ଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରେନ ;78 ହଜାର 585 ଟଙ୍କାରେ ଯାତ୍ରୀ ବୁଲିବେ ବଛା ବଛା ଦର୍ଶନୀୟ ସ୍ଥାନ

By

Published : Sep 19, 2021, 10:50 AM IST

ନୂଆଦିଲ୍ଲୀ:ଚାରିଧାମ ଯାତ୍ରା ପାଇଁ (IRCTC) ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ ଏକ ସ୍ବତନ୍ତ୍ର ଟ୍ରେନ ଆରମ୍ଭ କରିଛି । ଯାହାର ନାଁ ରହିଛି ‘ଦେଖୋ ଆପନା ଦେଶ’ ଡିଲକ୍ସ ଏସି ଟ୍ରେନ । ଏହି ଟ୍ରେନରେ ଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଯାଉଛି । ପଞ୍ଚ ତାରକା ହୋଟେଲ ଭଲି ଟ୍ରେନରେ ମଧ୍ୟ ସମସ୍ତ ପ୍ରକାର ସେବା ଯାତ୍ରୀଙ୍କୁ ଯୋଗାଇ ଦିଆଯିବ । ୧୬ ଦିନିଆ ଚାରିଧାମ ଯାତ୍ରାରେ ଦେଶର କୋଣ ଅନୁକୋଣରେ ଥିବା ଦର୍ଶନୀୟ ସ୍ଥାନ ବୁଲି ପାରିବେ ଯାତ୍ରୀ । ଏହି ଟ୍ରେନଟି ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଶନିବାର ଯାତ୍ରା ଆରମ୍ଭ କରିଛି ।

ଗଙ୍ଗା ଘାଟ, ମନ୍ଦିର ଏବଂ ଗଙ୍ଗା ଆଳତି, ରିଷିକେଶ ଲକ୍ଷ୍ମଣ ଝୁଲା , ତ୍ରିବେଣୀ ଘାଟ, ଅଯୋଧ୍ୟା ସମେତ ରାମଜନ୍ମ ଭୂମି ବୁଲିବେ ଯାତ୍ରୀ । କେବଳ ସେତିକି ନୁହେଁ ହନୁମାନ ଗାରୀ, ସୂର୍ଯ୍ୟ ଆରତୀ , ନନ୍ଦୀଗ୍ରାମ, ବାରଣାସୀ , କାଶୀ ବିଶ୍ବନାଥ, ପୁରୀ ଜଗନ୍ନାଥ ମନ୍ଦିର, ପୁରୀ ଗୋଲଡେନ୍ ବିଚ୍, କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଚନ୍ଦ୍ରଭାଗା ବିଚ୍ ମଧ୍ୟ ଦେଖିପାରିବେ । ଏହାସହ ରାମେଶ୍ବରମ, ରାମନାଥସ୍ୱାମୀ ମନ୍ଦିର ଏବଂ ଧନୁଷକୋଡି, ଦ୍ୱାରକାଧିଷ ମନ୍ଦିର, ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ , ଶିବରାଜପୁର ବେଳାଭୂମି ଏବଂ ବେଟ ଦ୍ବାରିକା ସ୍ଥାନ ବୁଲିବେ ଯାତ୍ରୀ ।

ସମସ୍ତ ଦର୍ଶନୀୟ ସ୍ଥାନ ଦେଖିବାକୁ ଯାତ୍ରୀଙ୍କୁ 8500 କିଲୋମିଟର ଯାତ୍ରା କରିବାକୁ ପଡିବ । ତେବେ ଏହି ଟ୍ରେନ ମଧ୍ୟରେ ୨ଟି ଡାଇନିଙ୍ଗ ରେସ୍ତୋରାଁ ରହିଥିବା ବେଳେ ଗୋଟିଏ ଅତ୍ୟାଧୁନିକ କିଚେନ ମଧ୍ୟ ରହିଛି । ଅତ୍ୟାଧୁନିକ ସେନସର ଯୁକ୍ତ ବାଥରୁମ ସହ ଫୁଟ ମଶାଜର ମଧ୍ୟ ଯାତ୍ରୀଙ୍କୁ ମିଳିବ । ଏହି ଟ୍ରେନ ମଧ୍ୟରେ ଫାଷ୍ଟ ଏସି ଓ ସେକେଣ୍ତ ଏସି ଥିବା ବେଳେ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲାଗିଛି । ଏହାସହ ପ୍ରତ୍ୟକ କୋଚରେ ଜଣେ ସୁରକ୍ଷାକର୍ମୀ ରହିଛନ୍ତି । ତେବେ ଟ୍ରେନରେ ଯାତ୍ରା କରିବା ପାଇଁ ପ୍ରତ୍ୟେକ ଯାତ୍ରୀଙ୍କୁ 78 ହଜାର 585 ଟଙ୍କା ଦେବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details