ନୂଆଦିଲ୍ଲୀ:ଦେଶରେ ମହାମାରୀ ସଂକଟକୁ ନେଇ ବିସିସିଆଇର କଠୋର ନିଷ୍ପତ୍ତି । ବାତିଲ ହେଲା ଚଳିତ ବର୍ଷର ଆଇପିଏଲ । ବିଭିନ୍ନ ଟିମର ଏକାଧିକ ଖେଳାଳି କୋରୋନା ସଂକ୍ରମିତ ହେବାପରେ ପଦକ୍ଷେପ ।
ଆଇପିଏଲ ବାତିଲ କରିବାକୁ ଏକାଧିକ ସଂଗଠନ ମଧ୍ୟ କୋର୍ଟଙ୍କ ହୋଇଥିଲେ ଦ୍ବାରସ୍ଥ । କୋର୍ଟ କୌଣସି ନିର୍ଦ୍ଦେଶ ଦେବା ପୂର୍ବରୁ ବିସିସିଆଇ ନେଲା ପଦକ୍ଷେପ । ଆଇପିଏଲ ଖେଳୁଥିବା ବିଭିନ୍ନ ଦେଶର ଖେଳାଳିଙ୍କ ସମେତ ଭାରତୀୟ ଖେଳାଳି ମଧ୍ୟ ଥିଲେ ଚିନ୍ତାରେ । ଜୈବ ବଳୟ ସୁରକ୍ଷା ସତ୍ବେ ଅନେକ ଖେଳାଳି ଓ ଆଇପିଏଲ ସହ ଜଡିତ ଅଧିକାରୀ କର୍ମଚାରୀ ସଂକ୍ରମିତ ହେବାପରେ ବିସିସିଆଇର ପଦକ୍ଷେପ ।