ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୮ ତାରିଖ(ବୁଧବାର) ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଆଗ୍ରା ତାଜମହଲରେ ଫ୍ରି ଏଣ୍ଟ୍ରି ରହିବ । ପର୍ଯ୍ୟଟକମାନେ ନିଶୁଳ୍କରେ ତାଜମହଲ ବୁଲି ଦେଖିପାରିବେ । ଏଥିସହ ଆଗ୍ରାର ଅନ୍ୟାନ୍ୟ ସ୍ମାରକୀରେ ମଧ୍ୟ ପ୍ରବେଶ ଶୁଳ୍କ ମାଗଣା ରହିବ । ସାରା ବିଶ୍ବରେ ମହିଳା ଦିବସ ଅବସରରେ ପର୍ଯ୍ୟଟକମାନେ ମାଗଣାରେ ତାଜମହଲ ମଧ୍ୟକୁ ପ୍ରବେଶ କରିପାରିବେ । ଫଳରେ ପର୍ଯ୍ୟଟକମାନେ ମାଗଣାରେ ବିଶ୍ବର ଏହି ଆଶ୍ଚର୍ଯ୍ୟ କୀର୍ତ୍ତିକୁ ଉପଭୋଗ କରିପାରିବେ ।
ଏହା ମଧ୍ୟ ପଢ଼ନ୍ତୁ:H3N2 Variant in Karnataka: ଗାଇଡଲାଇନ ଜାରି କଲେ କର୍ଣ୍ଣାଟକ ସରକାର, ଜାଣନ୍ତୁ କେମିତି ରହିବେ ସତର୍କ
ଅଧିକାରୀଙ୍କ କହିବା ଅନୁଯାୟୀ, ମାର୍ଚ୍ଚ ୮ ତାରିଖ ଦିନ ଆଗ୍ରା ସ୍ଥିତ ସମସ୍ତ ସ୍ମାରକୀ ଏବଂ ତାଜମହଲର ଟିକେଟ କାଉଣ୍ଟର ବନ୍ଦ ରହିବ । ବିନା ଶୁଳ୍କରେ ସହଜରେ ତାଜମହଲ ବୁଲି ପାରିବେ ପର୍ଯ୍ୟଟକ । ASI ଆଗ୍ରା ସର୍କଲର ବିକାଶ ଅଧିକ୍ଷକ ପ୍ରତ୍ନତତ୍ତ୍ବବିତ୍ ଡ. ରାଜକୁମାର ପଟେଲ କହିଛନ୍ତି ଆସନ୍ତା ମାର୍ଚ୍ଚ ୮ ତାରିଖରେ ତାଜମହଲରେ ଫ୍ରି ଏଣ୍ଟ୍ରି ରହିବା ନେଇ ଦିଲ୍ଲୀ ସ୍ଥିତ ASI ମୁଖ୍ୟାଳୟରୁ ନିର୍ଦ୍ଦେଶ ଜାରି କରାଯାଇଛି ।