ହାଇଦ୍ରାବାଦ: ସଙ୍କଟରେ ବାଘ ବଂଶ । ଜଙ୍ଗଲ ପାଖ ଗାଁରେ ରାତି ହେଲେ ବାଘ ରଡିରେ ତାଟି ପଡୁଥିଲା । ହେଲେ ଏବେ ଆଉ ଶୁଭୁନାହିଁ ବାଘର ହେଣ୍ଟାଳ । ଜଙ୍ଗଲ ହ୍ରାସ କରି ରାସ୍ତା ନିର୍ମାଣ ଓ କୋଠା ତିଆରି କରିବା ଫଳ କମିବାକୁ ବସିଲାଣି ବାଘ ବାସସ୍ଥାନ । ବାଘ ମାମୁଁ ବଂଶର ସୁରକ୍ଷା ଓ ବିସ୍ତାର ପାଇଁ ଚାଲିଛି ଅହରହ ପ୍ରୟାସ । ହେଲେ କେଉଁଠି ନା କେଉଁଠି ସଚେତନ ଅଭାବରୁ ବାଘ ବଂଶ ବିଲୁପ୍ତ ହେବବାକୁ ବସିଛି । ତେବେ ପ୍ରତିବର୍ଷ ଏକ ସଚେତନଧର୍ମୀ କାର୍ଯ୍ୟକ୍ରମ ରୂପେ ଜୁଲାଇ 29ରେ ସାରା ବିଶ୍ବରେ ବିଶ୍ବ ବ୍ୟାଘ୍ର ଦିବସ ପାଳନ କରାଯାଏ । ବାଘ ସଂଖ୍ୟା ହ୍ରାସ ପାଉଛି ଏବଂ ସେମାନଙ୍କୁ ବିଲୁପ୍ତ ହେବାରୁ ରକ୍ଷା କରିବାକୁ ଉଦ୍ୟମ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।
International Tiger Day: ଆମ ହାତରେ ଆମ ଜାତୀୟ ପଶୁର ସୁରକ୍ଷା - ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ
ପ୍ରତିବର୍ଷ ଜୁଲାଇ 29ରେ ସାରା ବିଶ୍ବରେ ବିଶ୍ବ ବ୍ୟାଘ୍ର ଦିବସ ପାଳନ କରାଯାଏ । ବାଘର ସଂଖ୍ୟା ହ୍ରାସ ପାଉଛି ଏବଂ ସେମାନଙ୍କୁ ବିଲୁପ୍ତ ହେବାରୁ ରକ୍ଷା କରିବାକୁ ଉଦ୍ୟମ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଅଧିକ ପଢନ୍ତୁ
ବାଘ ଶକ୍ତିଶାଳୀର ପ୍ରତୀକ । ଜାତୀୟ ପଶୁ ବାଘକୁ ନେଇ ଲୋକକଥାରେ ଅନେକ କାହାଣୀ ରହିଛି । ଓଡିଆ ଲୋକକଥାରେ ବାଘକୁ ମାମୁଁ ସମ୍ବୋଧନ କରାଯାଏ । ଧୀରେ ଧୀରେ ବାଘ ସଂଖ୍ୟା କମିବାରେ ଲାଗିଛି । ଜଙ୍ଗଲ ହ୍ରାସ ଓ ଲୋକଙ୍କ ଦ୍ବାରା ବାଘ ଶିକାର ଏହାର ପ୍ରମୁଖ କାରଣ ପାଲଟିଛି । ଆମ ହାତରେ ହିଁ ଏମାନଙ୍କ ସୁରକ୍ଷା ଅଛି । ସଚେତନତା ହିଁ ଏ ସଙ୍କଟରୁ ମୁକୁଳାଇ ପାରିବ । ବାଘଙ୍କ ପ୍ରତି ବିପଦ ଟଳିବ । ବାଘଙ୍କ ପ୍ରାକୃତିକ ବାସସ୍ଥାନର ସଂରକ୍ଷଣ ଓ ସଶକ୍ତୀକରଣ ନିମନ୍ତେ ଅତ୍ୟାଧୁନିକ ପଦ୍ଧତି ବିକାଶ ଦିଗରେ ଗୁରୁତ୍ବ ଦିଆଯାଏ । 100 ବର୍ଷ ପୂର୍ବରୁ ଏସିଆରେ 1 ଲକ୍ଷ ବାଘଙ୍କ ବାସସ୍ଥଳୀ ଥିଲା । ଏବେ 4 ହଜାର କମ ବାଘ ଅଛନ୍ତି । ବିଶ୍ବ ବନ୍ୟପ୍ରାଣୀ ପାଣ୍ଠି ଅନୁଯାୟୀ, ଗତ 150 ବର୍ଷ ମଧ୍ୟରେ ବାଘର ଜନସଂଖ୍ୟାର ପ୍ରାୟ 95 ପ୍ରତିଶତ ହ୍ରାସ ପାଇଛି । ତେଣୁ ଏହି ଦିନଟି ସେମାନଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସମସ୍ତଙ୍କୁ ଉତ୍ସାହିତ କରିବାକୁ ଲକ୍ଷ୍ୟରେ ପାଳନ କରାଯାଏ ।
ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଭାରତ ବ୍ୟାଘ୍ର ସଂଖ୍ୟା ପୁନର୍ଜୀବିତ କରିବା ପାଇଁ ପ୍ରୋଜେକ୍ଟ ଟାଇଗର ଲଞ୍ଚ କରିଛି । 2010 ମସିହାରେ ଋଷର ସେଣ୍ଟ ପିଟର୍ସବର୍ଗ ଠାରେ ଆୟୋଜିତ ବ୍ୟାଘ୍ର ସମ୍ମିଳନୀରେ ଏହି ଦିବସ ପାଳନ ନିମନ୍ତେ ଘୋଷଣା ହୋଇଥିଲା । 2022ସୁଦ୍ଧା ବାଘ ସଂଖ୍ୟା ବୃଦ୍ଧି ପାଇଁ 13 ଦେଶ ପ୍ରତିଶ୍ରୁତି ପତ୍ରରେ ସ୍ବାକ୍ଷର କରିଥିଲେ ।