ହାଇଦ୍ରାବାଦ: ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯେପରି ଖାଦ୍ୟ, ବସ୍ତ୍ର ଓ ବାସଗୃହର ଆବଶ୍ୟକତା ରହିଛି ସେହିପରି ଶିକ୍ଷା ବି ଜରୁରୀ । ଶିକ୍ଷା ଅଜ୍ଞାନ ଅନ୍ଧାରରୁ ଆଲୋକ ଦିଏ । ଶିକ୍ଷା ସମାଜରେ ପ୍ରତିଷ୍ଠିତ କରାଏ । ପ୍ରତିବର୍ଷ ଆଜିର ତାରିଖ (8 ସେପ୍ଟେମ୍ବର)ରେ ବିଶ୍ବବ୍ୟାପୀ ସର୍ବତ୍ର ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଏ । ପ୍ରତ୍ୟେକ ବ୍ୟକ୍ତି, ଗୋଷ୍ଠୀ ଓ ସମାଜକୁ ସାକ୍ଷରତାର ଗୁରୁତ୍ବ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ୧୯୬୭ ମସିହାରୁ ୟୁନେସ୍କୋ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
- ସାକ୍ଷରତା ପ୍ରସଙ୍ଗ ହେଉଛି ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ । ଦେଶର ବିକାଶରେ ପ୍ରତ୍ୟେକଙ୍କୁ ସାକ୍ଷର ହେବା ଦରକାର । ଦେଶର ଉନ୍ନତି ପାଇଁ ସାକ୍ଷରତା ମୂଳ ଉପରଦାନ । ବିଶ୍ବରେ ସାଢେ ୭୭କୋଟି ଜନତାଙ୍କ ପାଖରେ ସାକ୍ଷରତା କୌଶଳର ଅଭାବ ରହିଛି । ଅର୍ଥାତ ସେମାନେ ଆଦୌ ଲେଖା ପଢା ଜାଣି ନାହାନ୍ତି । ପ୍ରତି ପାଞ୍ଚ ଜଣରେ ଜଣେ ନିରକ୍ଷର ।
- ବିଶେଷ କରି ସାକ୍ଷରତାରେ ମହିଳାମାନେ ପଛରେ ରହିଛନ୍ତି । ଦରିଦ୍ର ରାଷ୍ଟ୍ର ଓ ସମାଜରେ ମହିଳାଙ୍କ ପ୍ରତି ରହିଥିବା ବାଛବିଚାର ନୀତି ମହିଳାମାନଙ୍କ ସାକ୍ଷର କରିବାରେ ରୋକ ଲଗାଉଛି । ସାକ୍ଷରତା ଏକ ଆତ୍ମସମ୍ମାନ ଓ ମାନବିକ ଅଧିକାର ଭାବେ ବିବେଚନା କରିବା ଲାଗି ୟୁନେସ୍କୋ ନିରନ୍ତର ପଦକ୍ଷେପ ଗ୍ରହଣ କରି ଆସୁଛି ।
- 2011 ଜନଗଣନା ଅନୁସାରେ, ଭାରତର ସାକ୍ଷରତା ହାର 74.04 ପ୍ରତିଶତ । କେରଳରେ ସର୍ବାଧିକ ସାକ୍ଷରତା ହାର 93.91 ପ୍ରତିଶତ । ଏହାପରେ ଲାକ୍ଷାଦ୍ବୀପରେ 92.28 ପ୍ରତିଶତ, ମିଜୋରାମରେ 91.58 ପ୍ରତିଶତ, ତ୍ରିପୁରାରେ 87.75 ପ୍ରତିଶତ ଓ ଗୋଆରେ 87.40 ପ୍ରତିଶତ । ଭାରତରେ ପ୍ରାୟ 313 ଅଶିକ୍ଷିତ । ସେମାନଙ୍କ ମଧ୍ୟରୁ 59 ପ୍ରତିଶତ ମହିଳା । ଭାରତରେ ଏବେ ପ୍ରାୟ 186 ମିଲିୟନ ମହିଳା ଏବେବି ଲେଖିପଢି ଜାଣନ୍ତିନି ।
କୋଭିଡ ସଂଙ୍କଟରେ ଶିକ୍ଷା ଓ ସାକ୍ଷରତା...
- ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ରହିଛି କୋଭିଡ ସଂଙ୍କଟ ବେଳେ ପଢିବା ଓ ଶିଖିବା । ଏହା ସହିତ ମାନବ କେନ୍ଦ୍ରୀତ ପୁନଃରୁଦ୍ଧାର ପାଇଁ ସାକ୍ଷରତା । କୋଭିଡ-19 ସଙ୍କଟ ସମୟରେ ବର୍ତ୍ତମାନର ସାକ୍ଷରତା ଆହ୍ବାନ ଏକ ଉଚିତ୍ କାର୍ଯ୍ୟ । ଏହା ପାଠପଢା ଓ ଆଜୀବନ ଶିକ୍ଷାର ସୁଯୋଗକୁ ଗଭୀର ଭାବରେ ପ୍ରଭାବିତ କରି ଯୁବକଙ୍କ ଠାରେ ସାକ୍ଷରତା କୌଶଳ ବୃଦ୍ଧି କରିବ । କୋଭିଡ-19ର ପ୍ରାଥମିକ ସମୟରେ ବିଶ୍ବର ପ୍ରାୟ 190 ଦେଶରେ ସ୍କୁଲ, କଲେଜ ବନ୍ଦ ହୋଇଗଲା ।
- ପ୍ରାୟ 63 ମିଲିୟନ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ବନ୍ଦ ରହିଲା । ବିଶେଷ କରି ଶିଶୁ ଓ ଯୁବକଙ୍କ ପାଇଁ ଆନୁଷ୍ଠାନିକ ଶିକ୍ଷା କ୍ଷେତ୍ରରେ ସରକାର ଭର୍ଚୁଆଲ୍ ଶିକ୍ଷାଦାନକୁ ମହତ୍ତ୍ବ ଦେଲେ । ଅନଲାଇନ୍ ପାଠ୍ୟକ୍ରମ ଓ ଟିଭି, ରେଡିଓ ଦ୍ବାରା ଶିକ୍ଷାଗ୍ରହଣ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଲା । ଏହା ଯୁବକ ଓ ବୟସ୍କଙ୍କ ସାକ୍ଷରତା କ୍ଷେତ୍ରକୁ ପ୍ରଭାବିତ କରିଛି ।