ଓଡିଶା

odisha

ETV Bharat / bharat

କୁରୁକ୍ଷେତ୍ରରେ ଅନ୍ତର୍ଜାତୀୟ ଗୀତା ମହୋତ୍ସବ, ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଲା ଓଡିଶାର ପିତ୍ତଳ କାରିଗରୀ - ଓଡିଶାର ପିତ୍ତଳ କାରିଗରୀ

International Gita Mahotsav 2023: ଅନ୍ତର୍ଜାତୀୟ ଗୀତା ମହୋତ୍ସବରେ କଳାହାଣ୍ଡି ମହିଳାଙ୍କ କଳାକୃତି । ମନ ଜିଣିଲା ପିତ୍ତଳରେ ନିର୍ମିତ ସାମଗ୍ରୀର ନିଖୁଣ କାରିଗରୀ । ଅଧିକ ପଢନ୍ତୁ

ଅନ୍ତର୍ଜାତୀୟ ଗୀତା ମହତ୍ସୋବରେ କଳାହାଣ୍ଡି ମହିଳାଙ୍କ କଳାକୃତି
ଅନ୍ତର୍ଜାତୀୟ ଗୀତା ମହତ୍ସୋବରେ କଳାହାଣ୍ଡି ମହିଳାଙ୍କ କଳାକୃତି

By ETV Bharat Odisha Team

Published : Dec 11, 2023, 10:49 PM IST

ଚଣ୍ଡିଗଡ:ହରିୟାଣାର କୁରୁକ୍ଷେତ୍ରରେ ଆୟୋଜିତ ଗୀତା ମହୋତ୍ସବ 2023ରେ ଚମକିଲା ଓଡିଶାର କଳାକୃତି । ବିଭିନ୍ନ ରାଜ୍ୟର କଳାକୃତି ଏହି କାର୍ଯ୍ୟକ୍ରମରେ ସ୍ଥାନ ପାଇଥିବା ବେଳେ କଳାହାଣ୍ଡି ମହିଳାଙ୍କ ଦ୍ବାରା ନିର୍ମିତ ପିତ୍ତଳ କାରିଗରୀ ସାମଗ୍ରୀ ମଧ୍ୟ ପ୍ରଦର୍ଶିତ ହୋଇଛି । ପିତ୍ତଳରେ ସୁନ୍ଦର ସୁନ୍ଦର ମୂର୍ତ୍ତି ଓ ଅନ୍ୟ ସାମଗ୍ରୀ ନିର୍ମାଣ କରିଛନ୍ତି କଳାହାଣ୍ଡିର କିଛି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଏହି କଳାକୃତି ନିର୍ମାଣ କରିଛନ୍ତି । ଯାହା ପୁରା କାର୍ଯ୍ୟକ୍ରମର ଆକର୍ଷଣ ସାଜିଛି ।

ଅନ୍ତର୍ଜାତୀୟ ଗୀତା ମହତ୍ସୋବରେ କଳାହାଣ୍ଡି ମହିଳାଙ୍କ କଳାକୃତି
ଅନ୍ତର୍ଜାତୀୟ ଗୀତା ମହତ୍ସୋବରେ କଳାହାଣ୍ଡି ମହିଳାଙ୍କ କଳାକୃତି

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କଳାହାଣ୍ଡିର କାରିଗର ରଞ୍ଜନ କହିଛନ୍ତି, ଗତ 30 ବର୍ଷ ଧରି ଏହି ମୂର୍ତ୍ତି ତାଙ୍କ ଗ୍ରାମରେ ତିଆରି ହେଉଛି । ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଏହି ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ଏହି କଳାକୁ ଲୋକମାନଙ୍କ ପହଞ୍ଚାଇବାରେ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ମାତ୍ର କେତେକ ସାମାଜିକ ସଂଗଠନ ମଧ୍ୟ ସେମାନଙ୍କ ଗାଁକୁ ଆସି ମହିଳାଙ୍କ ଏହି କଳାକୁ ବହୁତ ପ୍ରଶଂସା କରିବା ସହ କାର୍ଯ୍ୟ ଜାରି ରଖିବା ପାଇଁ ଉତ୍ସାହିତ କରିଥିଲେ ।କେତେକ ସଂଗଠନ ଏହି ମହିଳା କାରିଗର ଓ ତାଙ୍କର ଏହି କଳାକୁ ଜାତୀୟ ସ୍ତରକୁ ନେବାରେ ବହୁତ ସାହାଯ୍ୟ କରିଥିଲେ । ପ୍ରାରମ୍ଭରେ କେବଳ ଓଡ଼ିଶା ରାଜ୍ୟ ପାଇଁ କଳାକୃତି ପ୍ରସ୍ତୁତ କରାଯାଇଥିଲା । ପରେ ଏହାର ଚାହିଦା ଓ ଲୋକପ୍ରିୟତା ମଧ୍ୟ ବଢିବାରେ ଲାଗିଲା । ଅନ୍ୟ ରାଜ୍ୟର ବଜାରକୁ ବିସ୍ତାର ହେଲା । ଲୋକେ ଏ ସମ୍ପର୍କରେ ଜାଣିବାକୁ ପାଇଲେ । ଏବେ ଏହାର ଚାହିଦା ମହିଳାଙ୍କୁ ପ୍ରୋତ୍ସାହିତ କରିଛି । ସେମାନେ ଅଧିକରୁ ଅଧିକ ମୂର୍ତ୍ତି ପ୍ରସ୍ତୁତ କରୁଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ ଆୟୋଜିତ ହେଉଥିବା ପ୍ରଦର୍ଶନୀ ଓ ମହୋତ୍ସବରେ ମଧ୍ୟ ସେମାନେ ଅଂଶଗ୍ରହଣ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଇସ୍ତଫା ଦେଲେ ଶିବରାଜ, ରାଜ୍ୟପାଳଙ୍କୁ ଭେଟିଲେ ମୋହନ: ଖୁବଶିଘ୍ର ଶପଥ ଗ୍ରହଣ କାର୍ଯ୍ୟସୂଚୀ

ଦୁଇରୁ 3 ଦିନ ମଧ୍ୟରେ ବିଭିନ୍ନ ଆକୃତିର ପିତ୍ତଳ ମୂର୍ତ୍ତି ପ୍ରସ୍ତୁତ ହୋଇ ପାରୁଛି । ଏହାର ଆକାର ଓ କାରିଗରୀ ଉପରେ ଏହାର ଦାମ ନିର୍ଭର କରେ । ତେବେ ଛୋଟ ମୂର୍ତ୍ତି 200 ଟଙ୍କାରୁ 10 ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ତେବେ ଅନ୍ୟ ଏକ ଘଟଣା ହେଉଛି , ଏହାକୁ ଅତି ପାରମ୍ପରିକ ପ୍ରଣାଳୀରେ ନିର୍ମାଣ କରାଯାଏ । କୌଣସି ବୈଦ୍ୟୁତିକ ଉପକରଣ ବ୍ୟବହାର ହୋଇନଥାଏ । ବର୍ଷ ବର୍ଷ ଧରି ଏମାନେ ପାରମ୍ପରିକ ଉପକରଣରେ ଏହି ସାମଗ୍ରୀ ସବୁ ନିର୍ମାଣ କରିଆସୁଛନ୍ତି । ସରକାରୀ ସହୟତା ଓ ପ୍ରତ୍ସାହନ ମିଳିଲେ ଏମାନେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପହଞ୍ଚି ପାରନ୍ତେ ।

ଅନ୍ତର୍ଜାତୀୟ ଗୀତା ମହତ୍ସୋବରେ କଳାହାଣ୍ଡି ମହିଳାଙ୍କ କଳାକୃତି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details