ଓଡିଶା

odisha

ଖୁବ ଶୀଘ୍ର ଆରମ୍ଭ ହେବ International flight services

By

Published : Nov 24, 2021, 6:52 PM IST

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ସଚିବଙ୍କ ସୂଚନା । ଖୁବ ଶୀଘ୍ର ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା(International flight services) । ପୂର୍ବରୁ ମଧ୍ୟ ସୂଚନା ଦେଇଥିଲେ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ରାଦିତ୍ୟ ସିନ୍ଧିଆ । ଅଧିକ ପଢନ୍ତୁ

ଖୁବ ଶୀଘ୍ର ଆରମ୍ଭ ହେବ International flight services
ଖୁବ ଶୀଘ୍ର ଆରମ୍ଭ ହେବ International flight services

ନୂଆଦିଲ୍ଲୀ: ଖୁବ ଶୀଘ୍ର ସ୍ୱାଭାବିକ ହେବ ଅନ୍ତର୍ଜାତୀୟ ବିମାନ ସେବା । ପ୍ରାୟତଃ ଚଳିତବର୍ଷ ଶେଷ ସୁଦ୍ଧା ଏହି ସେବା ପୂର୍ବପରି ସ୍ବାଭାବିକ ହୋଇପାରେ ବୋଲି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ସଚିବ ରାଜୀବ ବଂଶଲ(Civil Aviation Secretary Rajiv Bansal)। କୋଭିଡ ସଂକ୍ରମଣ ଅର୍ଥାତ ୨୦୨୦ ମସିହା ପରଠାରୁ ଭାରତରୁ ଆନ୍ତର୍ଜାତୀୟ ଉଡାଣ(International flights operation) ବନ୍ଦ ରହିଛି । ପୂର୍ବରୁ ଜାରି ହୋଇଥିବା ଏହି ବିମାନ ସେବା ରଦ୍ଧ ନିଷ୍ପତ୍ତିକୁ ନଭେମ୍ବର 30 ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ଭାରତ ସରକାର । ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସଦ୍ୟତମ ସୂଚନା ଅନୁସାରେ ଚଳିତବର୍ଷ ଶେଷ ସୁଦ୍ଧା ଏହି ସେବାକୁ ପୂର୍ବପରି ସ୍ବାଭାବିକ ଭାବେ କାର୍ଯ୍ୟକ୍ଷମ କରିବାକୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇପାରେ ।

ଏହା ମଧ୍ୟ ପଢନ୍ତୁ-ପୁଣି ବିମାନରେ ଆରମ୍ଭ ହେବ ଏହି ଦୁଇ ସେବା, ଜାଣନ୍ତୁ

ବର୍ତ୍ତମାନ ଆନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଏୟାର ବବଲ୍ ବ୍ୟବସ୍ଥା(India air bubble arrangements) ମଧ୍ୟରେ ପ୍ରାୟ ୨୫ ଦେଶ ସହ ଭାରତ ବିମାନ ସେବା ଆରମ୍ଭ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ରହିଛି । ନିର୍ଦ୍ଦିଷ୍ଟ କଟକଣା ଓ କୋଭିଡ ସର୍ତ୍ତାବଳୀ ମଧ୍ୟରେ ଏହି ସେବା ଆରମ୍ଭ ହେବ ।

ଗତ ସପ୍ତାହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସନ୍ଧିଆ କହିଛନ୍ତି ଯେ ଆନ୍ତର୍ଜାତୀୟ ଉଡାଣକୁ ସ୍ୱାଭାବିକ ପ୍ରକ୍ରିୟାକୁ ସରକାର ନିରୀକ୍ଷଣ କରୁଛନ୍ତି । ଏବେ ବିଶ୍ବର କେତେକ ସ୍ଥାନରେ କୋଭିଡ ସଂକ୍ରମଣ ଏବେ ମଧ୍ୟ ନିୟନ୍ତ୍ରଣକୁ ଆସିନାହିଁ । ତେଣୁ ଏହା ପ୍ରତି ଦୃଷ୍ଟି ଦେଇ ନଷ୍ପତ୍ତି ନେବାକୁ ହେବ। ତେବେ ସବୁ ପରେ ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ଆସିଛି । ଖୁବ ଶୀଘ୍ର ବିମାନ ସେବା ଆରମ୍ଭ ହେବା ନେଇ ସେ ଆଶାବାଦୀ ଥିବା କହିଛନ୍ତି ମନ୍ତ୍ରୀ ସିନ୍ଧିଆ ।

@PTI

For All Latest Updates

ABOUT THE AUTHOR

...view details