ହାଇଦ୍ରାବାଦ:ମଝି ଆକାଶରେ ବିଗିଡିଲା ମହିଳା ଯାତ୍ରୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯିବା କାରଣରୁ ରାଜସ୍ଥାନର ଯୋଧପୁର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି ଇଣ୍ଡିଗୋ ଏୟାରଲାଇନ୍ସର ଏକ ଅନ୍ତର୍ଜାତୀୟ ବିମାନ । ବିମାନଟି ସାଉଦି ଆରିବରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା । ତେବେ ଜରୁରୀ ଅବତରଣ ପରେ ଅସୁସ୍ଥ ମହିଳାଯାତ୍ରୀଙ୍କୁ ମିଶ୍ର ବାନୋଙ୍କୁ ଗୋୟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ୍ ପ୍ରସ୍ତୁତ ରହିଥିଲେ । ହେଲେ ମହିଳାଙ୍କୁ ବଞ୍ଚାଯାଇ ପାରିବା ସମ୍ଭବପର ହୋଇନଥିଲା । ମହିଳା ଯାତ୍ରୀଜଣଙ୍କ ମୃତ ମହିଳା ଜଣଙ୍କ ଜାମ୍ମୁ କାଶ୍ମୀରର ହାଜରିବାଗ ନିବାସୀ 61 ବର୍ଷିୟା ମିଶ୍ର ବାନୋ ବୋଲି ଜଣାପଡିଛି।
ଆଜି (ମଙ୍ଗଳବାର) ଦିନ ପ୍ରାୟ 10: 45 ରେଟା ସମୟରେ ବିମାନଟି ରାଜସ୍ଥାନ ଆକାଶରେ ଥିବା ବେଳେ ମହିଳା ଯାତ୍ରୀଙ୍କ ଠାରେ କିଛି ସ୍ବାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳିଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାର ଆବଶ୍ୟକତା ଅନୁଭବ କରି ଦିଲ୍ଲୀ ପରିବର୍ତ୍ତେ ଯୋଧପୁରରେ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା । ପୂର୍ବ ପ୍ରସ୍ତୁତି ଅନୁସାରେ, ଅବତରଣ ପରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଯାଇଥିଲା । ଏୟାରପୋର୍ଟ ଅଥରିଟିଙ୍କ ସୂଚନା ଅନୁସାରେ ହସ୍ପିଟାଲରେ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଡାକ୍ତରୀ ଟିମ୍ ପ୍ରସ୍ତୁତ ହୋଇ ରହିଥିଲେ ସୁଦ୍ଧା ଅସୁସ୍ଥ ଯାତ୍ରୀଙ୍କୁ ବଞ୍ଚାଯାଇ ପାରିବା ସମ୍ଭବ ହୋଇପାରିନଥିଲା ।