ଓଡିଶା

odisha

ETV Bharat / bharat

୨୦୪୭ ସୁଦ୍ଧା ଭାରତକୁ ଇସଲାମ ରାଷ୍ଟ୍ର କରିବାକୁ PFIର ପ୍ଲାନ୍‌ ! - ଭାରତକୁ ଇସଲାମ ରାଷ୍ଟ୍ର କରିବାକୁ PFIର ପ୍ଲାନ୍‌

ଟେରର୍‌ ମଡ୍ୟୁଲ ମାମଲାରେ ପାଟନା ପୋଲିସ ୨ ଜଣ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଝାଡ଼ଖଣ୍ଡ ପୋଲିସ ଅବସରପ୍ରାପ୍ତ ଥାନା ଅଧିକାରୀ ରହିଛି । ଅଧିକ ପଢ଼ନ୍ତୁ

୨୦୪୭ ସୁଦ୍ଧା ଭାରତକୁ ଇସଲାମ ରାଷ୍ଟ୍ର କରିବାକୁ PFIର ପ୍ଲାନ୍‌ !
୨୦୪୭ ସୁଦ୍ଧା ଭାରତକୁ ଇସଲାମ ରାଷ୍ଟ୍ର କରିବାକୁ PFIର ପ୍ଲାନ୍‌ !

By

Published : Jul 14, 2022, 10:59 PM IST

ପାଟନା: ଟେରର୍‌ ମଡ୍ୟୁଲ ମାମଲାରେ ପାଟନା ପୋଲିସ ୨ ଜଣ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଝାଡ଼ଖଣ୍ଡ ପୋଲିସ ଅବସରପ୍ରାପ୍ତ ଥାନା ଅଧିକାରୀ ରହିଛି । ପ୍ରଧାନମନ୍ତ୍ରୀଙ୍କ ବିହାର ଗସ୍ତକୁ ଏମାନେ ଟାର୍ଗେଟ କରିଥିଲେ । ଏହି ଦୁଇଜଣ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (PFI) ସହ ଜଡ଼ିତ ରହିଛନ୍ତି ।

ପୋଲିସ ଛାନଭିନ୍‌ ବେଳେ ଦୁଇଜଣଙ୍କ ନିକଟରୁ PFI ପତାକା, ଏକ ବୁକ୍‌ଲେଟ ଓ ପାମ୍ଫ୍ଲେଟ ଜବତ ହୋଇଛି । ତେବେ ବୁକ୍‌ଲେଟରୁ ମିଳିଥିବା ତଥ୍ୟ ନିଶ୍ଚିତ ଭାବରେ ଚିନ୍ତାଜନକ ଏହି ବୁକ୍‌ଲେଟ ମୁତାବକ ୨୦୪୭ ସୁଦ୍ଧାର ଭାରତକୁ ଏକ ଇସଲାମ ରାଷ୍ଟ୍ରରେ ପରିଣତ କରିବାକୁ ଯୋଜନା କରାଯାଇଛି । ଦୁଇଜଣ ଆତଙ୍କୀଙ୍କ ନାମ ଯଥାକ୍ରମେ ମହମ୍ମଦ ଜଲ୍ଲାଲୁଦ୍ଦିନ ଓ ଅତହର ପରବେଜ ବୋଲି ଜଣାପଡି଼ଛି ।

ଦୁଇ ସନ୍ଦିଗ୍ଧ ଆତଙ୍କୀ ଗତ ୧୫ ଦିନ ହେଲା ପାଟନାର ଫୁଲବାରୀ ଶରୀଫ ଅଞ୍ଚଳରେ ରହି ଆତଙ୍କବାଦୀ ପାଠଶାଳା ଚଳାଉଥିଲେ । ଯୁବବର୍ଗଙ୍କୁ ବ୍ରେନ୍‌ୱାସ କରି ସେମାନଙ୍କୁ ଜିହାଦ ଓ ଜନ୍ନତ ସ୍ବପ୍ନ ଦେଖାଉଥିଲେ ବୋଲି ସୂଚନା ଦେଇଛି ପୋଲିସ । ଅତହର ପରବେଜ ମାର୍ଶଲ ଆର୍ଟ୍ସର ଟ୍ରେନିଂ ନାମରେ ଏକ ଏନଜିଓ ଚଳାଉଥିଲା ।

୧୬ ହଜାର ଟଙ୍କା ଦୁଇ ଆତଙ୍କୀ ପାଟନାରେ ଅହମଦ ପାଲେସ ଓ ନୟା ଟୋଲ ନିକଟରେ ଏକ ଫ୍ଲାଟ ନେଇଥିଲେ । ଏହି ଦୁଇ ସ୍ଥାନରୁ ଅନେକ ଦେଶ ବିରୋଧୀ ଦସ୍ତାବିଜ୍‌ ଜବତ କରିଛି ପୋଲିସ । ସିମିର ପୁରୁଣା ସଦସ୍ୟଙ୍କୁ ଏମାନେ ଜାମିନରେ ବାହାରକୁ ଆଣୁଥିଲେ । ଯୁବବର୍ଗଙ୍କୁ ଅସ୍ତ୍ରଶସ୍ତ୍ର ଟ୍ରେନିଂ ଦେଇ ରାଜ୍ୟ ଓ ଜିଲ୍ଲା ସ୍ତରରେ ସେମାନଙ୍କୁ ଲଢ଼ିବାକୁ ମତାଉଥିଲେ ।

ABOUT THE AUTHOR

...view details