ହାଇଦ୍ରାବାଦ: ଆଜିଠୁ ତେଲେଙ୍ଗାନାରେ ଆରମ୍ଭ ହୋଇଛି ରେବନ୍ତ ରାଜ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେବନ୍ତ ରେଡ୍ଡୀ । ୪ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ସବୁଠୁ ଅଧିକ ଚର୍ଚ୍ଚାର ପରଧିକୁ ଆସିଥିଲେ ତେଲେଙ୍ଗାନାର ଏହି ନୂଆ ମୁଖିଆ । ନିଜ ନେତୃତ୍ୟରେ କେସିଆରଙ୍କୁ କ୍ଲିନବୋଲ୍ଡ କରିଥିବା ରେବନ୍ତ ଜୀବନରେ କେବେ ହାର ମାନିନଥିବା କୁହାଯାଏ । କେବଳ ରାଜନୀତି ଗୋଟି ଚାଳନା ନୁହେଁ ପ୍ରେମରେ ବି ବେଶ ଧୂରନ୍ଧର ଥିଲେ ରେବନ୍ତ ରେଡ୍ଡୀ । ରେବନ୍ତଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମ ଷ୍ଟୋରୀଠୁ କମ୍ ନୁହେଁ । କେମିତି ଥିଲା ତାଙ୍କ ପ୍ରେମ କାହାଣୀ ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ।
ପ୍ରଥମ ଦେଖାରେ ହୃଦୟ ଦେଇ ବସିଥିଲେ ରେବନ୍ତ:ପ୍ରେମ ଅଢେଇ ଅକ୍ଷର। ଆଖିରୁ ଆରମ୍ଭ ହୋଇଥିବା ପ୍ରେମ କେତେବେଳେ ଯେ ମଣିଷକୁ ଦିୱାନା କରିଦିଏ ତାହା ବୁଝିବା କଷ୍ଟ । ପ୍ରେମ ଯେତେବେଳେ ହୋଇଯାଏ ଦୁନିଆ ରଙ୍ଗୀନ ଲାଗେ । ପ୍ରେମକୁ ପାଇବା ପାଇଁ ସାତ ସମୁଦ୍ର ତେର ନଈ ପାର୍ କରିଯାଏ ଅବୋଧ ହୃଦୟ । ଏମିତି କିଛି ଘଟିଥିଲା ରେବନ୍ତ ରେଡ୍ଡୀଙ୍କ କ୍ଷେତ୍ରରେ । କଲେଜରେ ପାଠ ପଢୁଥିବା ବେଳେ ପତ୍ନୀ ଗୀତାଙ୍କ ପ୍ରେମରେ ବୋଲ୍ଡ ହୋଇଯାଇଥିଲେ ରେବନ୍ତ । ଗୋଟିଏ ଦେଖାରେ ଦେଇ ବସିଥିଲେ ହୃଦୟ । ପରେ ପରେ ଅନେକ ଥର ନଜର ମିଶିଲା । ସାହାସ କରି ପ୍ରେମିକା ତଥା ପତ୍ନୀ ଗୀତାଙ୍କୁ ପ୍ରଥମ ଥର ନାଗାର୍ଜୁନ ସାଗର ନିକଟରେ ଭେଟିଥିଲେ । ଏହାପରେ ଆଗକୁ ଗଡିଥିଲା ପ୍ରେମ ଗାଡି । ଅନେକ ବାର ଦେଖା ସାକ୍ଷାତ ପରେ ଦୁହିଁଙ୍କ ମଧ୍ୟରେ ବଢିଥିଲା ପ୍ରେମ ସମ୍ପର୍କ । ଫିଲ୍ମ ଷ୍ଟୋରୀ ଭଳି ତାଙ୍କ ପ୍ରେମକାହାଣୀରେ ଭିଲିଆନ ସାଜିଥିଲେ ଗୀତାଙ୍କ ପରିବାର । ପ୍ରେମିକାରୁ ଜୀବନସାଥୀ କରିବାର ଯାତ୍ରା ଏତେଟା ସହଜ ନଥିଲା ରେବନ୍ତଙ୍କ ପାଇଁ ।
ଏହା ମଧ୍ୟ ପଢନ୍ତୁ:ତେଲେଙ୍ଗାନାରେ କଂଗ୍ରେସ ସରକାର: ରେବନ୍ତ ରେଡ୍ଡି ମୁଖ୍ୟମନ୍ତ୍ରୀ, ଭଟ୍ଟି ବିକ୍ରମାର୍କ ଉପ ମୁଖ୍ୟମନ୍ତ୍ରୀ
ଗୀତାଙ୍କ ପରିବାର ନଥିଲେ ରାଜି: କଂଗ୍ରେସର ଭେଟେରାନ ନେତା ଜୟପାଲ ରେଡ୍ଡୀଙ୍କ ଝିଆରି ବା ଭାଇର ଝିଅ ଥିଲେ ଗୀତା । ଯେବେ ଉଭୟଙ୍କ ପ୍ରେମ ସମ୍ପର୍କ ପରିବାରଲୋକଙ୍କୁ ଜଣା ପଡିଥିଲା । ଏଥିରେ ଆପତ୍ତି କରିଥିଲେ ଗୀତାଙ୍କ ପରିବାର ଲୋକେ । ରେବନ୍ତ ରାଜନୀତି ପ୍ରତି ଆକୃଷ୍ଟ ଥିବା ଗୀତାଙ୍କ ପରିବାର ଲୋକେ ଜାଣିବା ପରେ ଏହାକୁ ନେଇ ଆପତ୍ତି ଉଠାଇଥିଲେ । ଏପରିକି ପରିବାରଲୋକେ ରେବନ୍ତଙ୍କ ସହ ବିବାହ କରାଇ ନଦେବାକୁ ରୋକଠୋକ କହିଥିଲେ ଗୀତାଙ୍କ ବାପା । ଉଭୟଙ୍କୁ ଅଲଗା କରିବାକୁ ବରିଷ୍ଠ କଂଗ୍ରେସ ନେତା ଜୟପାଲ ରେଡ୍ଡୀଙ୍କ ନିକଟକୁ(ଦିଲ୍ଲୀ) ଗୀତାଙ୍କୁ ପଠାଇ ଦେଇଥିଲେ ପରିବାରଲୋକେ । ଏପରିକି ରେବନ୍ତ ଉପରେ ରାଜନୈତିକ ଚାପ ମଧ୍ୟ ବଢିବାକୁ ଲାଗିଥିଲା । କଥାରେ ଅଛି ନା ‘ପ୍ୟାର୍ କିୟା ହେ ତୋ ଡରନା କ୍ୟା’ । ରେବନ୍ତ ବି ପଛକୁ ହଟିନଥିଲେ ନିଜ ପ୍ରେମିକାକୁ ପାଇବାକୁ ସବୁ ପ୍ରକାର ଚେଷ୍ଟା କରିଥିଲେ ସେ । ଏପରିକି ଗୀତାଙ୍କ ହାତ ମାଗିବାକୁ ସେ ଜୟପାଲ ରେଡ୍ଡୀଙ୍କୁ ମଧ୍ୟ ଭେଟିଥିଲେ । ଏହାପରେ ଉଭୟଙ୍କ ବିବାହ ପାଇଁ ହସ୍ତକ୍ଷେପ କରିଥିଲେ ଜୟପାଲ । ଶେଷରେ ଉଭୟଙ୍କ ଭଲ ପାଇବା ଜିତିଥିଲା । ପରିବାରଲୋକେ ରାଜି ହେବା ପରେ ୧୯୯୨ ମସିହା ୭ ମେ’ରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।